Advertisment

Sun Mission: ଆସିଲା ରକେଟ୍ ଫଟୋ, ଏହି ରକେଟ୍‌ରେ ସୂର୍ଯ୍ୟକୁ ଯିବ ଆଦିତ୍ୟ L1

ଚନ୍ଦ୍ରୟାନ-ଥ୍ରୀ ଠାରୁ ଏହା ୪ ଗୁଣା ଅଧିକ ଦୂରତା ଅତିକ୍ରମ କରିବ। ତେଣୁ ଏହି ମିଶନରେ ଚ୍ୟାଲେଞ୍ଜ ଯେତିକି ଉତ୍କଣ୍ଠା ବି ସେତିକି ରହିଛି।

ଅଦ୍ୟତନ ହୋଇଛି
Sun Mission, Aditya L1

Sun Mission, Aditya L1

Advertisment

ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ ହେବ ଇସ୍ରୋର ବହୁ ପ୍ରତୀକ୍ଷିତ ସୂର୍ଯ୍ୟ ମିଶନ୍ ଆଦିତ୍ୟ-L1 । ଶ୍ରୀହରିକୋଟା ଦ୍ୱିତୀୟ ଲଂଚ୍ ପ୍ୟାଡକୁ ନିଆଯାଇଛି ରକେଟ PSLV-C57 । ଲଞ୍ଚପ୍ୟାଡରେ PSLV-C57 ପ୍ରଥମ ଫଟୋ ଇସ୍ରୋ ୱେବସାଇଟରେ ଦେଖିବାକୁ ମିଳିଛି ।

Advertisment

ରକେଟ PSLV-C57 ମଧ୍ୟରେ ରହିଛି ଆଦିତ୍ୟ -L1 । ଆସନ୍ତା ଦୁଇ ତାରିଖ ଦିନ ୧୧ଟା ୫୦ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ PSLV-C57 ଜରିଆରେ ଲଞ୍ଚ କରାଯିବ ଆଦିତ୍ୟ-L1 । ପୃଥିବୀଠୁ ୧୫ ଲକ୍ଷ କିମି ଦୂରରେ ରହିବ ଆଦିତ୍ୟ-L1।

Advertisment

ଚନ୍ଦ୍ରୟାନ-ଥ୍ରୀ ଠାରୁ ଏହା ୪ ଗୁଣା ଅଧିକ ଦୂରତା ଅତିକ୍ରମ କରିବ। ତେଣୁ ଏହି ମିଶନରେ ଚ୍ୟାଲେଞ୍ଜ ଯେତିକି ଉତ୍କଣ୍ଠା ବି ସେତିକି ରହିଛି। ୪ ମାସ ପରେ ଏକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ ଆଦିତ୍ୟ L1। ଗବେଷଣା ପାଇଁ ଏଥିରେ ୭ଟି ପେ'ଲୋଡ୍ ରହିବ । ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ପୃଷ୍ଠଦେଶ ସଂପର୍କରେ ତଥ୍ୟ ସଂଗ୍ରହ କରିବ ଆଦିତ୍ୟ-L1। ଏହି ମିଶନରେ ୪ ଶହ କୋଟି ଟଙ୍କା ବ୍ୟୟ ହୋଇଛି ।

ସେଠାକୁ ଯିବା ପାଇଁ ଲାଗିବ ପ୍ରାୟ ଦୀର୍ଘ ୪ ମାସ ସମୟ। ଅର୍ଥାତ୍ ୨୦୨୩ ଶେଷ ସପ୍ତାହ କିମ୍ବା ୨୦୨୪ ପ୍ରଥମ ସପ୍ତାହରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ, ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ L1 । ତେବେ ଏହା ହେଉଛି ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ୪ ଗୁଣ ବାଟ।

Advertisment

ଲାଗରେଞ୍ଜିଆନ୍ ପଏଣ୍ଟ-୧ ବା L1। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ଥିବା ଯାଏଁ ବୁଲିଥାଏ। ସେଠାରେ କୌଣସି ପରାଗ ବା ଗ୍ରହଣର ପ୍ରଭାବ ପଡ଼ୁନଥିବାରୁ, ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରଖିବ ଆଦିତ୍ୟ L1।

ଏଥିରେ ମୋଟ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ, ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବ।

ISRO Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ