Advertisment

Illegal Constructions: ବେଆଇନ ନିର୍ମାଣ କରୁଥିଲେ, ମାଟିରେ ମିଶିବ କୋଠା; OC ନଥିଲେ ମିଳିବନି ପାଣି-ବିଜୁଳି ସଂଯୋଗ

ବେଆଇନ ନିର୍ମାଣକୁ 'ସୁପ୍ରିମ' ଝଟ୍‌କା। ମାଟିବେ ମିଶିବ ଅନଧିକୃତ ନିର୍ମାଣ। OC ନଥିଲେ ମିଳିବନି ପାଣି, ବିଜୁଳି ଓ ସ୍ବେରେଜ ସଂଯୋଗ। ବ୍ୟାଙ୍କ ଲୋନ୍ ବି ମିଳିବନି।

undefined

SC issues rules to curb illegal constructions

Advertisment

ବେଆଇନ ନିର୍ମାଣ କରୁଥିଲେ, ସାବଧାନ୍! ମାଟିରେ ମିଶିବ କୋଠା। ଏମିତି କଠୋର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଅକ୍ୟୁପାନ୍ସି ସାର୍ଟିଫିକେଟ୍ ନଥିବା ବିଲ୍ଡିଂକୁ ପାଣି, ବିଜୁଳି ଓ ସ୍ବେରଜ ସଂଯୋଗ ନ ଦେବାକୁ କଡ଼ା ନିର୍ଦ୍ଦେଶ ବି ଦେଇଛନ୍ତି। ଖାଲି ସେତିକି ନୁହେଁ, ବେଆଇନ ନିର୍ମାଣ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Advertisment

ବେଆଇନ ନିର୍ମାଣକୁ 'ସୁପ୍ରିମ' ଝଟ୍‌କା। ମାଟିବେ ମିଶିବ ଅନଧିକୃତ ନିର୍ମାଣ। OC ନଥିଲେ ମିଳିବନି ପାଣି, ବିଜୁଳି ଓ ସ୍ବେରେଜ ସଂଯୋଗ। ବ୍ୟାଙ୍କ ଲୋନ୍ ବି ମିଳିବନି। ମିରଟର ଏକ ଆବାସିକ ପ୍ଲଟ୍‌ରେ ବେଆଇନ ବାଣିଜ୍ୟିକ ନିର୍ମାଣକୁ ମାଟିରେ ମିଶେଇବା ପାଇଁ ଆଲ୍ଲାହାବାଦ୍ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ଏଭଳି କଠୋର ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏମିତିକି ଅନଧିକୃତ ନିର୍ମାଣ ସମ୍ପର୍କିତ ଏଭଳି ମାମଲାର ବିଚାର ବେଳେ ଏହି ରାୟକୁ ରେଫରେନ୍ସ ଭାବେ ଗ୍ରହଣ କରିବାକୁ, ଜଜମେଣ୍ଟର କପିକୁ ସବୁ ହାଇକୋର୍ଟକୁ ସର୍କୁଲେଟ୍ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ

Advertisment

ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି, କେବଳ କମ୍ପ୍ଲିସନ୍ ବା ଅକ୍ୟୁପାନ୍ସି ସାର୍ଟିଫିକେଟ୍ ପାଇବା ପରେ ହିଁ ଗ୍ରାହକଙ୍କୁ ବିଲ୍ଡିଂ ହସ୍ତାନ୍ତର କରିବେ ବୋଲି ବିଲ୍ଡର ନିକଟରୁ ଅଣ୍ଡରଟେକିଂ ରଖିବେ ବିଲ୍ଡିଂ ପ୍ଲାନିଂ କର୍ତ୍ତୃପକ୍ଷ। ବିଲ୍ଡିଂ ପ୍ଲାନିଂ ଅନୁସାରେ ନିର୍ମାଣ ହେଉଛି କି ନାହିଁ, ନିୟମିତ ଭାବେ ଯାଞ୍ଚ କରିବେ ଡେଭଲପମେଣ୍ଟ ଅଥରିଟି। ଆବାସିକ ହେଉ ବା ବାଣିଜ୍ୟିକ, କୌଣସି ଅନଧିକୃତ ନିର୍ମାଣ ସ୍ଥାନରେ କାରବାର ପାଇଁ ଅନୁମତି ଦେଇପାରିବେ ନାହିଁ ପୌରପାଳିକା। ଯଦି କୌଣସି ଅଧିକାରୀ ଏଥିରେ ଖିଲାପ କରନ୍ତି, ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

ରିଅଲ ଇଷ୍ଟେଟ୍ ସଂଘର କହିବା କଥା, ନିର୍ମାଣ ସରିଥିବା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିଛି। କିନ୍ତୁ ବର୍ତ୍ତମାନ ସମୟରେ ରେରା ଆଇନ ଆସିବା ପରେ 
ବିନା ଓସିରେ ବାସଗୃହ ପ୍ରକଳ୍ପ ହସ୍ତାନ୍ତର ସମ୍ଭବ ନୁହେଁ। ତେବେ ରେରା ଆଇନ ଆସିବା ପୂର୍ବରୁ ଅନେକ ବାସଗୃହ ପ୍ରକଳ୍ପ ରହିଛି, ଯାହାର ଓସି ନାହିଁ। ସ୍ବତନ୍ତ୍ର ଯୋଜନା ଆଣି ଏଭଳି ପ୍ରକଳ୍ପକୁ ନିୟମିତ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। 

Advertisment

ଆଇନଜୀବୀଙ୍କ ମତରେ, ଏହି ରାୟ ପରେ ଏଭଳି ଘଟଣାରେ ବ୍ୟାପକ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ବାସଗୃହ କ୍ରେତା ଉପକୃତ ହୋଇପାରିବେ। ରାଜ୍ୟରେ ବିଗତ ଦିନରେ ହୋଇଥିବା ବହୁ ବେଆଇନ ରିଅଲ ଇଷ୍ଟେଟ୍ ପ୍ରକଳ୍ପର ଗୁମର ଧୀରେ ଧୀରେ ଖୋଲୁଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ, ଆଗାମୀ ଦିନରେ ଏଭଳି ଅନଧିକୃତ ନିର୍ମାଣରେ କେତେ ରୋକ୍ ଲଗାଉଛି, ତାହା ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ: ହସ୍ପିଟାଲ୍‌ରେ ଚାଲିଛି ପ୍ରତାପ ଷଡଙ୍ଗୀଙ୍କ ଚିକିତ୍ସା, ସଂସଦ ଇତିହାସରେ କଳା ଦିନ

Supreme Court SC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ