ରାଜ୍ୟପାଳଙ୍କ ଟ୍ୱିଟ୍‌ ମତେ ବିରକ୍ତ କରୁଛି: ମମତା ବାନାର୍ଜୀ

ତେଜୁଛି ମମତା ଓ ଧନକରଙ୍କ ମଧ୍ୟରେ ବିବାଦ । ମମତାଙ୍କ କହିବାନୁଯାୟୀ ସେ ରାଜ୍ୟପାଳଙ୍କ ଟ୍ୱିଟରେ ଅସନ୍ତୁଷ୍ଟ ହୋଇ ସେ ତାଙ୍କୁ ଟ୍ୱିଟରରେ ବ୍ଲକ୍ କରିଛନ୍ତି। ଜଗଦୀପ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଧମକ ମଧ୍ୟ ଦେଉଛନ୍ତି।’ ଏଥିପାଇଁ ମୁଁ ବିରକ୍ତ ହୋଇ ତାଙ୍କୁ ଟ୍ୱିଟରରେ ବ୍ଲକ କରିଦେଇଛି ।

Mamata Banerjee Block Governor on Twitter

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକରଙ୍କ ମଧ୍ୟରେ ବିବାଦ ବଢୁଥିବାର ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଛି। ସୋମବାର ମମତା ରାଜ୍ୟପାଳ ଜଗଦୀପଙ୍କୁ ନିଜ ଟ୍ୱିଟର ଆକାଉଣ୍ଟରେ ବ୍ଲକ କରିଥିବାର ଦେଖିବାକୁ ମିଳିଛି । ମମତାଙ୍କ କହିବାନୁଯାୟୀ ସେ ରାଜ୍ୟପାଳଙ୍କ ଟ୍ୱିଟରେ ଅସନ୍ତୁଷ୍ଟ ହୋଇ ଏଭଳି କରିଛନ୍ତି। ସେ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି ଯେ, 'ଏଥିପାଇଁ ମୁଁ ଆଗୁଆ କ୍ଷମା ପ୍ରାର୍ଥନା କରୁଛି। ସେ (ଜଗଦୀପ ଧନକର) ପ୍ରତିଦିନ ମୋ କିମ୍ବା ମୋ ଅଧିକାରୀଙ୍କ ବିରୁଦ୍ଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି। ସେ ଅସାମ୍ବିଧାନିକ ଓ ଅନୈତିକ କଥା ମଧ୍ୟ କହୁଛନ୍ତି। ଜଗଦୀପ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଧମକ ମଧ୍ୟ ଦେଉଛନ୍ତି।’ ଏଥିପାଇଁ ମୁଁ ବିରକ୍ତ ହୋଇ ତାଙ୍କୁ ଟ୍ୱିଟରରେ ବ୍ଲକ କରିଦେଇଛି ।

ସୂଚନା ମୁତାବକ, ରବିବାର ରାଜ୍ୟପାଳ ଜଗଦୀପ ଧନକର ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମମତା ସରକାରକୁ ଟାର୍ଗେଟ କରି କହିଥିଲେ। ରାଜ୍ୟପାଳ ଅଭିଯୋଗ କରିଥିଲେ ଯେ, ପଶ୍ଚିମବଙ୍ଗ ଭଳି ପବିତ୍ର ଭୂମିରେ ମାନବାଧିକାରର ଉଲ୍ଲଘଂନ ଏବଂ ହିଂସାକାଣ୍ତକୁ ବରଦାସ୍ତ କରାଯିବ ନାହିଁ। ଲୋକ କହୁଛନ୍ତି କି ରାଜ୍ୟ ଲୋକତନ୍ତ୍ରର ଗ୍ୟାସ ଚାମ୍ବର ପାଲଟି ଗଲାଣି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ପଶ୍ଚିମବଙ୍ଗରେ ଆଇନର ରାଜୁତି ଚାଲେ ନାହିଁ ବରଂ ଶାସକ ଦଳର ରାଜୁତି ଚାଲେ। ସମ୍ବିଧାନର ସୁରକ୍ଷା କରିବା ହେଉଛି ମୋର ଦାୟିତ୍ୱ। ଅପମାନ କେବେ ହେଲେ ବି ମୋତେ ମୋର କର୍ତ୍ତବ୍ୟ ପାଳନ କରିବାରେ ଅଟକାଇ ପାରିବନି’।

ନିକଟରେ ରାଜ୍ୟ ସୀମାକୁ ଉଲ୍ଲଘଂନକୁ ନେଇ ମଧ୍ୟ ରାଜ୍ୟପାଳ ଓ ମମତାଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ମମତାଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶନାମା ଜାତୀୟ ସୁରକ୍ଷା ପାଇଁ ସମ୍ଭାବ୍ୟ ବିପଦ ବୋଲି କହିଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ତଥା ଜାତୀୟ ସ୍ୱାର୍ଥରେ ସମାଧାନ କରିବାକୁ ବାନାର୍ଜୀଙ୍କୁ ନିବେଦନ କରିଥିଲେ।