ଦେଶର ଭବିଷ୍ୟତ ଡିଜିଟାଲ ବିଶ୍ୱବିଦ୍ୟାଳୟ ? କିପରି ଲାଭବାନ୍ ହେବେ ଛାତ୍ରଛାତ୍ରୀ

ଆଞ୍ଚଳିକ ଭାଷାରେ ମଧ୍ୟ ଛାତଛାତ୍ରୀଙ୍କୁ ଏହି ସୁବିଧା ଉପଲବ୍ଧ କରାଇବେ ସରକାର । ଯେଉଁଥିରେ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ସାହାଯ୍ୟ କରିବେ ।

Digital University

ଡିଜିଟାଲ ହେବ ଶିକ୍ଷା ବ୍ୟବସ୍ଥା । ବଦଳୁଥିବା ଯୁଗରେ ଡିଜିଟାଲ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଛାତ୍ରଛାତ୍ରୀ ମାନଙ୍କୁ ଅନେକ ସୁଯୋଗ ସୁଯୋଗ ମିଳିବ । ଫଳରେ ମହାମାରୀ ପରି ସ୍ଥିତି ଉପୁଜିଲେ ମଧ୍ୟ ପାଠପଢ଼ା କ୍ଷେତ୍ରରେ ବିଶେଷ କିଛି କ୍ଷତି ହେବ ନାହିଁ ।  ଏହା ସହିତ ଦେଶର ଶିଶୁ ଏବଂ ପିଲାମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ଶିକ୍ଷା ଦେବା ଦେବା ପାଇଁ ମଧ୍ୟ ସରକାରଙ୍କ ପ୍ରୟାସ କରୁଛନ୍ତି । ଯେଉଁଥିପାଇଁ ବଜେଟରେ ଡିଜିଟାଲ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଛାତ୍ରଛାତ୍ରୀଙ୍କ ଉନ୍ନତି ତଥା କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଜେଟରେ ଡିଜିଟାଲ ଶିକ୍ଷା ଉପରେ ଧ୍ୟାନ ଦେଇଛନ୍ତି । କରୋନା କାରଣରୁ ପାଠପଢ଼ାରେ ଅନେକ କ୍ଷତି ହୋଇଛି, ଭବିଷ୍ୟତରେ ଯେପରି ଏସବୁ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଆଗାମୀ ସମୟରେ ଇ-ବିଷୟବସ୍ତୁ ଏବଂ ଇ-ଲର୍ନିଂକୁ ପ୍ରୋତ୍ସାହିତ କରାଯିବ । ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଡିଜିଟାଲ୍ ୟୁନିଭରସିଟି ମାଧ୍ୟମରେ ଘରେ ଘରେ ପହଞ୍ଚିବ ଶିକ୍ଷା । ଆଞ୍ଚଳିକ ଭାଷାରେ ମଧ୍ୟ ଏହି ଛାତଛାତ୍ରୀଙ୍କୁ ଏହି ସୁବିଧା ଉପଲବ୍ଧ କରାଇବେ ସରକାର । ଯେଉଁଥିରେ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ସାହାଯ୍ୟ କରିବେ । ଏହା ମାଧ୍ୟମରେ ଛାତ୍ରମାନେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପାଇପାରିବେ । ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ୱାନ୍ କ୍ଲାସ୍ ୱାନ୍ ଟିଭି ଚ୍ୟାନେଲ୍ କାର୍ଯ୍ୟକ୍ରମ ଆରମ୍ଭ ହେବ ।  

ଏହା ସହିତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରାଯିବ । ଶୈକ୍ଷିକ ବାତାବରଣକୁ ପ୍ରୋତ୍ସାହନ ଦେବା ଲାଗି ଇ-ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବ। ୱାନ୍ କ୍ଲାସ୍ ୱାନ୍ ଟିଭି ଚ୍ୟାନେଲ୍ ପ୍ରୋଗ୍ରାମର ବିସ୍ତାର କରାଯିବ । ଛାତ୍ରଛାତ୍ରୀମାନେ ଟିଭି, ମୋବାଇଲ୍ ଏବଂ ରେଡିଓ ମାଧ୍ୟମରେ ସେମାନଙ୍କ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରି ପାରିବେ ।

ବଜେଟରେ ଗତକାଲି କୃଷି ଶିକ୍ଷା ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି ଅର୍ଥମନ୍ତ୍ରୀ । ପ୍ରାକୃତିକ, ଶୂନ-ବଜେଟ୍ ଏବଂ ଜୈବିକ କୃଷି, ଆଧୁନିକ କୃଷିର ଆବଶ୍ୟକତାକୁ ପୂରଣ କରିବା ପାଇଁ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମର ସଂଶୋଧନ ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହାରି ଭିତରେ ସରକାର ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍-ସିଟି (GIFT ସିଟି) ରେ ଆର୍ଥିକ ପରିଚାଳନା , ଫିନଟେକ୍, ଗଣିତ ସହିତ ଅନ୍ୟ ପାଠ୍ୟକ୍ରମ ପ୍ରଦାନ କରିବା ଲକ୍ଷ୍ୟରେ ବିଦେଶୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି ।