ଏବେ ଏନ୍ଆଇଏ ହେପାଜରେ ରହିଛି ଭାରତ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତାହାୱର ହୁସେନ ରାଣା । ରାଣାକୁ ୧୮ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ହାଜତକୁ ପଠାଇ ଦିଆଯାଇଛି। ଆକ୍ରମଣ ପଛରେ ଥିବା ବଡ଼ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଚେଷ୍ଟା ଚଳାଇଛି ଏନ୍ଆଇଏ ଟିମ୍। ପ୍ରତିଦିନ ପ୍ରାୟ ଆଠରୁ ଦଶ ଘଣ୍ଟା ପଚରାଉଚରା କରୁଛନ୍ତି ରାଣାକୁ। ନିଶ୍ଚିତ ଭାବେ ସତ ଉଗାଳିବ। କେମିତି ଆଉ କେଉଁ ପରିସ୍ଥିତିରେ ଏହି ଆକ୍ରମଣ କରିଥିଲେ। ଏଥିରେ ଆଉ କିଏ କିଏ ସାମିଲ୍ ଅଛନ୍ତି। ଏଥିପାଇଁ ଏନ୍ଆଇଏ କାର୍ଯ୍ୟାଳୟ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ମୁମ୍ୱାଇ ହମଲା ବେଳେ ୨୬ରୁ୨୯ ନଭେମ୍ୱର ୨୦୦୮ ମଧ୍ୟରେ ଲଶ୍କର-ଏ-ତୈୟବାର ୧୦ ଆତଙ୍କବାଦୀ ସହରରେ ୧୨ଟି ସ୍ଥାନରେ ହମଲା କରିଥିଲେ। ଏଥିରେ ୧୬୬ ଜଣ ଲୋକଙ୍କ ଜୀବନ ଯାଇଥିଲା। ସେଥିରେ ୬ ଆମେରିକୀୟ ନାଗରିକ ମଧ୍ୟ ସାମିଲ ଥିଲେ। ଟ୍ରେନ୍, ଷ୍ଟେସନ, ହୋଟେଲ, ରେଷ୍ଟୁରାଣ୍ଟ ଓ ୟେହୁଦୀ କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍ କରାଯାଇ ଥିଲା। ହମଲାରେ ଶହ ଶହ ଲୋକ ଆହତ ହୋଇ ଥିଲେ ଏବଂ ସହରକୁ ୧.୫ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଛି। ଏହି ଆକ୍ରମଣରେ ରାଣାର ପ୍ରମୁଖ ଭୂମିକା ରହିଛି। ସେଇ ବହୁ ଚର୍ଚ୍ଚିତ ଦୁର୍ଦାନ୍ତ ରାଣାକୁ ଭାରତ ଅଣାଯାଇସାରିଛି। ପ୍ରତ୍ୟର୍ପଣ ସନ୍ଧି ଅନୁସାରେ ତାକୁ ଭାରତ ଅଣାଯିବା ପରେ ଏନଆଇଏ ଦ୍ୱାରା ଗିରଫ କରାଯାଇଛି।
Also Read
୨୦୦୮ ମୁମ୍ୱାଇ ହମଲାର ଅଭିଯୁକ୍ତ ତହବୁର ରାଣାକୁ ଭାରତ ଅଣାଯିବାରେ ଭାରତୀୟ କୂଟନୀତିର ବଡ଼ ବିଜୟ ବୋଲି କୁହାଯାଉଛି। ରାଣା ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଅଭିଯୋଗ ହେବା ନୂଆ କଥା ନୁହେଁ। ୨୦୧୩ରେ ଆମେରିକାର ଏକ କୋର୍ଟ ତାକୁ ଲଶ୍କର-ଏ-ତୈୟବାକୁ ସାହାଯ୍ୟ କରିବା ଓ ଡେନମାର୍କରେ ହମଲାର ଷଡ଼ଯନ୍ତ୍ର ରଚିବା ପାଇଁ ୧୪ ବର୍ଷର ସଜା ଶୁଣାଇ ଥିଲେ। ଏହି ମାମଲାରେ ଭାରତ ଜୁନ୍ ୨୦୨୦ରେ ଆମେରିକାକୁ ରାଣାର ପ୍ରତ୍ୟର୍ପଣ ନେଇ ଦାବି କରିଥିଲେ । ଏହାକୁ ରାଣା ବାରମ୍ୱାର ଆଇନଗତ ଚ୍ୟାଲେଞ୍ଜ ଦେଇଥିଲା। କିନ୍ତୁ ଆମେରିକାର ସବୁ କୋର୍ଟ, ଆପିଲେଟ୍ କୋର୍ଟ ଏବଂ ବିଶେଷକରି ସୁପ୍ରିମକୋର୍ଟ ସବୁ ଆବେଦନକୁ ଖାରଜ କରିଦେଇ ଥିଲେ। ଶେଷରେ ୯ ଅପ୍ରେଲ ୨୦୨୫ରେ ଆମେରିକାର ମାର୍ଶଲ ସର୍ଭିସ ତାକୁ ଭାରତୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରତ୍ୟର୍ପଣ ଆମେରିକାର ନ୍ୟାୟ ବିଭାଗ , ଏଫବିଆଇ , ବିଦେଶ ମନ୍ତ୍ରାଳୟ ଓ ନୂଆ ଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସର ସହଯୋଗରେ ସମ୍ଭବ ହୋଇଛି।
ଭାରତ ଆସିବାକୁ ରାଣା ପାଇଁ ୪ କୋଟି ଖର୍ଚ୍ଚ
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ୧୬ ବର୍ଷ ପରେ ଆମେରିକାରୁ ଭାରତକୁ ଫେରାଇ ଅଣାଯାଇଛି। କୋର୍ଟ ତହବୁରଙ୍କୁ ୧୮ ଦିନ ପାଇଁ ଏନ୍ଆଇଏ ହେପାଜତକୁ ପଠାଇ ଦେଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ରାଣାକୁ ଭାରତ ଆଣିବାକୁ ଖର୍ଚ୍ଚ ହୋଇଛି ୪ କୋଟି ଟଙ୍କା। ରିପୋର୍ଟ ଅନୁସାରେ, ବିଳାସପୂର୍ଣ୍ଣ ଚାର୍ଟର ପ୍ଲେନ୍ ଗଲ୍ଫ ଷ୍ଟ୍ରିମ୍ ଜି-୫୫୦ରେ ଏହି ଦୁର୍ଦ୍ଦଶ ଆତଙ୍କବାଦୀକୁ ଅଣାଯାଇଛି। ଏହାର ମୂଲ୍ୟ ଘଣ୍ଟା ପ୍ରତି ପ୍ରାୟ ୯ ଲକ୍ଷ ଟଙ୍କା। ଏହି ଚାର୍ଟର ଜେଟକୁ ଏୟାରକ୍ରାଫ୍ଟ ଚାର୍ଟର ସର୍ଭିସ୍ ମାଧ୍ୟମରେ ଭଡା ନିଆଯାଇଥିଲା। ଏହି ବିମାନରେ ବସାଇ ରାଣାଙ୍କୁ ଆମେରିକାର ମିଆମିରୁ ଭାରତ ଅଣାଯାଇଥିଲା। ଯଦି ଆକଳନ କରାଯାଏ, ତେବେ ଏହି ଯାତ୍ରାରେ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଜଣେ ଆତଙ୍କବାଦୀଙ୍କୁ ଫେରାଇ ଆଣିବା ପାଇଁ ଏତେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିବାର ମୂଳ କାରଣ ହେଉଛି ସୁରକ୍ଷା। ରାଣା ହାଇପ୍ରୋଫାଇଲ୍ ଆତଙ୍କବାଦୀ । ଯେମିତି କୌଣସି ବି ବାଟରେ ଚମ୍ପଟ ନ ମାରିବ, ସେଥିପାଇଁ ଏତେ ସବୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଗିରଫର ୧୬ ବର୍ଷ ପରେ ବି ଦିଆଯାଉନାହିଁ ଦଣ୍ଡ
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣା ଭାରତରେ ପହଞ୍ଚିଛନ୍ତି। ଗିରଫ ହେବାର ପ୍ରାୟ ୧୬ ବର୍ଷ ପରେ ତାଙ୍କୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ୨୬ ନଭେମ୍ବର ୨୦୦୮, ଏହି ଦିନ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣକୁ ପ୍ରାୟ ୧୭ ବର୍ଷ ବିତିଗଲାଣି। କିନ୍ତୁ ଏହି ଷଡ଼ଯନ୍ତ୍ରର ଅନେକ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଦଣ୍ଡ ଦିଆଯାଇ ନାହିଁ। ଏହା ମଧ୍ୟ ଏକ ପ୍ରଶ୍ନବାଚୀ ?? ଏତେ ବର୍ଷ ବିତିଯାଇଥିଲେ ମଧ୍ୟ କାହିଁକି ତାଙ୍କୁ ଦଣ୍ଡ ଦିଆଯାଉନାହିଁ। ରାଣାକୁ ଫାଶୀ ଦେବାକୁ ଦାବି ହେଉଥିଲେ ମଧ୍ୟ ତାହା କରାଯାଉନାହିଁ। ଏପରି କି ତାଙ୍କ ପାଇଁ ଦିଲ୍ଲୀ ଜଣେ ଓକିଲ ବି ଲଢ଼ୁଛନ୍ତି। ମିଳିଥିବା ସୂଚନା ଆଧାରରେ ରାଣା ବହୁ ପୂର୍ବରୁ ପାକିସ୍ତାନ ଛାଡ଼ି ବିଦେଶ ଚାଲିଯାଇଥିଲେ। ତଥାପି, ସେ ବିଦେଶରେ କେଉଁଠି ରହିଥିଲେ ସେ ବିଷୟରେ ଅଧିକ ସୂଚନା ନାହିଁ। ତହୱୁର ହୁସେନ ରାଣା ୧୨ ଜାନୁଆରୀ ୧୯୬୧ ମସିହାରେ ପଞ୍ଜାବର ଚିଚାୱତନୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାରର ପାକିସ୍ତାନର ସାମରିକ ଏବଂ କୂଟନୈତିକ ଜଗତରେ ପ୍ରଭାବ ଥିଲା। ରାଣା ହାସନ ଅବଦାଲ କ୍ୟାଡେଟ କଲେଜରେ ଅଧ୍ୟୟନ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ।
ରାଣାକୁ ଭାରତ ଆଣିବାକୁ ୧୪ ବର୍ଷ କାହିଁକି ଲାଗିଲା ?
ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା। ଗତ ଫେବ୍ରୁଆରି ମାସରେ ହ୍ୱାଇଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ପ୍ରତ୍ୟର୍ପଣକୁ ଅନୁମୋଦନ କରିଥିଲେ। ୨୦୧୧ ମସିହାରେ ରାଣା ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ ହେବା ପରେ ଆଇନଗତ ପ୍ରକ୍ରିୟା ଓ ରିଭ୍ୟୁ ପିଟିସନ ତା’ର ପ୍ରତ୍ୟର୍ପଣରେ ବିଳମ୍ବ ଘଟାଇଥିଲା। ଗତ ଏପ୍ରିଲ ୪ ତାରିଖରେ ଆମେରିକାର ସୁପ୍ରିମ୍କୋର୍ଟ ରାଣାର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିବା ପରେ ତା’ର ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଥିଲା। ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ ରାଣା ଜିଲା ଅଦାଲତ ଓ ସର୍କିଟ କୋର୍ଟ ଅଫ୍ ଅପିଲ୍ସରେ ଜରୁରିକାଳୀନ ଆବେଦନ କରିଥିଲା। ଉଭୟ ଆବେଦନ ଖାରଜ ହୋଇଯାଇଥିଲା, ଯାହା ପ୍ରତ୍ୟର୍ପଣ ପାଇଁ ବାଟ ଖୋଲିଥିଲା।
Email id : : serveforthenation@gmail.com