ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୨ ବର୍ଷରେ ପରଲୋକ । ପୁଅ ପୁଷ୍ପେନ୍ଦ୍ରଙ୍କ ବାସଭବନରେ ରୋଶନୀଙ୍କ ପରଲୋକ ।

Roshni Singhdeo

News Summary

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ

ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୨ ବର୍ଷରେ ପରଲୋକ 

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ । ୧୯୯୫ ଓ ୨୦୦୦ରେ କୋକସରାରୁ ବିଧାୟିକା ହୋଇଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୨ ବର୍ଷରେ ରୋଶନୀ ସିଂଦେଓଙ୍କ ପରଲୋକ ହୋଇଛି । ତାଙ୍କର ଶେଷ ଦର୍ଶନ ପାଇଁ ବିଧାନସଭା ନିଆଗଲା। ମରଶରୀରକୁ ବାଚସ୍ପତି ଓ ଅନ୍ୟ ନେତାମାନେ ଶେଷ ଦର୍ଶନ କରିଛନ୍ତି । ତେବେ ମରଶରୀରକୁ ଶେଷକୃତ୍ୟ ପାଇଁ କଳାହାଣ୍ଡିର ଜୟପାଟଣା ନିଆଯାଉଛି ।

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଭୁବନେଶ୍ୱରରେ ପୁଅ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପାଖରେ ରହୁଥିଲେ ।

ରୋଶନୀ କଳାହାଣ୍ଡି ଜିଲ୍ଲା କୋକସରା ନିର୍ବାଚନମଣ୍ଡଳୀରୁ ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲ । ସ୍ୱାମୀ ଚନ୍ଦ୍ରଭାନୁ ସିଂଦେଓଙ୍କ ଦେହାନ୍ତ ପରେ ସେ ରାଜନୀତିକୁ ଆସିଥିଲେ। ୧୯୯୫ରୁ ୨୦୦୦ ପଯର୍ୟନ୍ତ ଜନତା ଦଳ ଏବଂ ୨୦୦୦ରୁ ୨୦୦୪ ପଯର୍ୟନ୍ତ ବିଜେଡି ଟିକେଟରେ ବିଧାୟିକା ହୋଇଥିଲେ ।

ରୋଶନୀଙ୍କ ଦେହାନ୍ତରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ଓଡ଼ିଶା ବିଧାନସଭା ପରିସରକୁ ନିଆଯାଇଥିଲା ସେଠାରେ ବାଚସ୍ପତି ଓ ଅନ୍ୟ ନେତାମାନେ ଶେଷ ଦର୍ଶନ କରିଥିଲେ । ଏହାପରେ ନିଜ ବାସଭବନ କଳାହାଣ୍ଡିର ଜୟପାଟଣା ନିଆଯାଉଛି । ସେହିଠାରେ ହିଁ ଶେଷକୃତ୍ୟ କରାଯିବ ।