Advertisment

ଖଣିରେ ବାଲି ଭର୍ତ୍ତି ହେଉନି, କେବଳ ଚିଠିରେ ଚାଲିଛି ଖେଳ...ବିପଦରେ ତାଳଚେର

ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ।

ଅଦ୍ୟତନ ହୋଇଛି
 Talcher On Tenterhooks

Talcher

Advertisment

ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପକୁ ନେଇ ପୂରା ବିଶ୍ୱ ଚିନ୍ତାରେ ଥିବା ବେଳେ ତାଳଚେର ଅବସ୍ଥା ଠିକ୍‌ ତୁର୍କୀ ପରି ହେବ ବୋଲି କୁହାଗଲାଣି। କୋଇଲା ଖଣିରୁ ଯେପରି ଭାବରେ କୋଇଲା ଉତ୍ତୋଳନ କରାଯାଇ ଛାଡି ଦିଆଯାଇଛି ତାହା ସହର ପାଇଁ ବିପଦ ବଢାଉଛି। କଳା ହୀରାର ସହର ତାଳଚେର। ସହର ଭିତରେ ଯୁଆଡେ ଦେଖିବ ସିଆଡେ ଖାଲି କୋଇଲା ଖଣି। ଆଜି ନୁହେଁ ବରଂ ୧୯୨୮ ମସିହାରୁ ଅନୁବରତ ଖୋଳା ଚାଲିଛି କଳା ହୀରା। ନିୟମ ଅନୁସାରେ, କୋଇଲା ନେବା ପରେ ଖାଲି ସ୍ଥାନରେ ବାଲି ଭର୍ତ୍ତି କରିବାର କଥା। ହେଲେ ନିୟମ ନିୟମରେ ହିଁ ରହିଯାଇଛି।

Advertisment

ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ। ଆଉ ସବୁ ଜାଣିବା ପରେ ବି ଚୁପ୍‌ ବସିଛନ୍ତି ସରକାର। ମନଇଚ୍ଛା କୋଇଲା ଉତ୍ତୋଳନ କରି ଲୋକଙ୍କ ଜୀବନ ଜାଣିଶୁଣି ବିପଦରେ ପକାଉଛନ୍ତି ଏମସିଏଲ କର୍ତ୍ତୃପକ୍ଷ ଓ ସରକାର। ଆଜି ନୁହେଁ ବରଂ ବହୁପୂର୍ବରୁ ତାଳଚେରର ଅନେକ ସ୍ଥାନରେ ମାଟି ଦବିବା ପରି ଘଟଣା ସାମ୍ନାକୁ ଆସିଛି। ହେଲେ ଏନେଇ ପ୍ରଶାସନ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ ବିରାଟ ଗାତ, ନିର୍ମାଣ କାମ ଉପରେ ପ୍ରଶାସନ ରୋକ ଲଗେଇଥିବା ପରେ ବି ନିୟମ ମାନୁନାହାନ୍ତି ଲୋକ କି କମ୍ପାନୀ।

ଅଧିକ ପଢ଼ନ୍ତୁ: ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ପୌରାଞ୍ଚଳର ୪ଟି ମୌଜା ତାମଡାର 'ନୋ କନ୍‌ଷ୍ଟ୍ରକସନ ଜୋନ' ମଧ୍ୟରେ ରହିଛି। ଦେଉଳବେଡ଼ା କୋଇଲା ଖଣି ଦ୍ବାରା ଭୁଗର୍ଭର ଏହି ଅଂଚଳରୁ କୋଇଲା ଉତ୍ତୋଳନ ସରିଗଲା ପରେ ଠିକରେ ବାଲି ଭର୍ତି ହୋଇଛି କି ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ତାମଡା ପକ୍ଷରୁ ଏମସିଏଲକୁ ଚିଠି ଲେଖା ଯାଇଥିଲା l ଏମିତିକି ଏଇ ଅଂଚଳରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି। ୪ ମାସ ହେଲାଣି ତାମଡା ପକ୍ଷରୁ ଏମସିଏଲକୁ ଚିଠି ଲେଖାଯାଇଥିଲା କିନ୍ତୁ ଚିଠିର ଉତ୍ତର ମିଳିନି।

Advertisment

କୋଇଲା ଉତ୍ତୋଳନ କରି କୋଟି କୋଟି ଟଙ୍କା ରୋଜଗାର କରୁଛି ଏମସିଏଲ। ହେଲେ ଲୋକଙ୍କ ଜୀବନ ପ୍ରତି ଥିବା ବିପଦ ଉପରେ କୌଣସି ପଦକ୍ଷେପ ନେଉନାହିଁ। ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି, ବାଲି ଭର୍ତ୍ତି କରିବା ଲାଗି ବ୍ରାହ୍ମଣୀ ନଦୀ ପଠାକୁ ଏମସିଏଲ ୧୦୦ ବର୍ଷ ପାଇଁ ଲିଜ୍‌ ନେଇଛି। ହେଲେ ଖଣିରେ ବାଲି ଭର୍ତ୍ତି ନହୋଇ ଚୋରାଚାଲାଣ ହେଉଥିବା ଅଭିଯୋଗ ବି ହୋଇଛି।

ରୋମାଂଚକର କଥା ହେଲା ତାଳଚେର ପ୍ରତି ବଢୁଥିବା ବିପଦ ସମ୍ପର୍କରେ ସ୍ଥାନୀୟ ନେତା ମୁହଁ ଖୋଲୁନଥିବା ବେଳେ କଟକ ସାଂସଦ କିନ୍ତୁ ସ୍ୱର ଉଠାଇଛନ୍ତି। ସେପଟେ କିନ୍ତୁ ତାଳଚେର ବାସୀଙ୍କ ସୁରକ୍ଷା ପାଇଁ ଆଖି ବୁଜି ଦେଇଛି ଏମସିଏଲ ଓ ସବୁବେଳେ ତାଳଚେର ବାସୀଙ୍କ ପାଇଁ ଏମସିଏଲ ଟାଳଟୁଳ ନୀତି ଅବଲମ୍ବନ କରୁଛି ଓ ଏମସିଏଲର ବିଭିନ୍ନ ପ୍ରକାର ପ୍ରତିଶୃତି ପାଣିର ଗାର ସଦୃଶ୍ୟ ବୋଲି କହିଛନ୍ତି ତାଳଚେର ବିଜେଡ଼ିର ବିଧାୟକ ବ୍ରଜକିଶୋର ପ୍ରଧାନ l

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଳଚେର ପ୍ରତି ବିପଦ ବଢୁଥିବା ସରକାର ଜାଣିବା ପରେ ମଧ୍ୟ ସେପରି କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ବଢୁଥିବା ବେଳେ ପ୍ରଶାସନ କିମ୍ବା ଏମସିଏଲ କର୍ତ୍ତୃପକ୍ଷଙ୍କର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ତାଳଚେରରୁ ମନିଲ କୁମାର ମହାରଣାଙ୍କ ରିପୋର୍ଟ

Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ