ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ; ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର

ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ ।

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ

ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଅଧ୍ୟାଦେଶ ନେଇ ଆଇନ ବିଭାଗ ଗେଜେଟ ନୋଟିଫିକେସନ ଜାରି କରିଛି । ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଏହି ଅଧ୍ୟାଦେଶ । ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ । ପ୍ରକଳ୍ପର ୫୦% କିମ୍ବା ୭ ଟି ଘର ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହୋଇପାରିବ । ଗୋଟିଏ ପ୍ରକଳ୍ପ ପାଇଁ ଗଠନ ହେବ ଗୋଟିଏ ଆସୋସିଏସନ୍ ଏବଂ ସବୁ ଆପାର୍ଟମେଣ୍ଟ କ୍ରେତା ଆସୋସିଏସନ୍ ସଦସ୍ୟ ହେବାକୁ ବାଧ୍ୟ ।

ଆସୋସିଏସନ୍ ଆଲଟିଜ୍ ଗଠନ କରାଯିବ। ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନ ଆସୋସିଏସନ୍ ଆଲଟିଜ୍ ନାଁରେ ରହିବ । ଆପାର୍ଟମେଣ୍ଟର ଅତିକମରେ ୭ ଜଣ ଫ୍ଲାଟ୍ ବୁକିଂ କରିଥିଲେ ଆସୋସିଏସନ୍ ଗଠନ ହୋଇପାରିବ । ବାଇ-ଲ ଅନୁସାରେ ଆସୋସିଏସନ୍ ପାଇଁ ନିର୍ବାଚନ କରାଯିବ । ଏହି ଆଇନର ଧାରା-୨୫ ଅନୁସାରେ ଜଣେ ଆପିଲେଟ୍ ଅଥରିଟି ମଧ୍ୟ ନିଯୁକ୍ତ ହେବେ । ତାଙ୍କ ନିକଟରେ ବିଭିନ୍ନ ଅଭିଯୋଗ ସଂକ୍ରାନ୍ତରେ ଶୁଣାଣି ହୋଇପାରିବ । ଅଧ୍ୟାଦେଶକୁ ଫ୍ଳାଟ୍ ଓନର ସ୍ୱାଗତ କରିଥିବା ବେଳେ କେତେକ ନିୟମକୁ ନେଇ ଆପତ୍ତି ଉଠାଯାଇଛି ।

ଅଧ୍ୟାଦେଶରେ ବିଲଡର ବା ଆପାର୍ଟମେଣ୍ଟ ନିର୍ମାତାଙ୍କ ଉପରେ ନିୟନ୍ତ୍ରଣ ପାଇଁ କଠୋର ବ୍ୟବସ୍ଥା କରାଯାଇଛି । ନିର୍ମାତାମାନେ ଅକୁପାନ୍ସି ସାର୍ଟିଫିକେଟ୍ ପାଇବାର ୩ ମାସ ମଧ୍ୟରେ ଘରର ପଜିସନ୍ ଘର ମାଲିକଙ୍କୁ ଦେବାକୁ ବାଧ୍ୟ । ନିୟମ ଉଲ୍ଲଂଘନ କଲେ ମାଲିକଙ୍କ ଉପରେ ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି ଅଧ୍ୟାଦେଶରେ ।

ରାଜ୍ୟରେ ଆପାର୍ଟମେଣ୍ଟ ପଂଜୀକରଣ ବେଆଇନ୍ ଭାବେ ଚାଲୁଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ମେ’ ୨୦୨୨ରେ ହାଇକୋର୍ଟ ରାଜ୍ୟରେ ଫ୍ଲାଟ୍ କିଣାବିକା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ । ସେବେଠୁ ବନ୍ଦ ରହିଥିଲା ଫ୍ଲାଟ କିଣାବିକା । ଏବେ ଅଧ୍ୟାଦେଶ ଆସିବା ପରେ ଖୁବଶୀଘ୍ର ନିୟମ ବି ଆସିଯିବ ।