Advertisment

କେଉଁଠୁୁ ଓ କାହିଁକି ଶୁଭିଲା କାନଫଟା ଶବ୍ଦ

ଏହା କୌଣସି ପ୍ରାକୃତିକ ଘଟଣା, ନା ମନୁଷ୍ୟକୃତ?

ଅଦ୍ୟତନ ହୋଇଛି
Deafening Sound in Odisha

Loud Sound

Advertisment

କିଏ ଭାବିଲା ବାଣ ଫୁଟିଲା... କାହାକୁ ଲାଗିଲା ବୋମା ପଡ଼ିଲା...। କେହି କେହି ଭୂମିକମ୍ପ ହେଲା ଭାବି ଦୌଡ଼ିଲେ ପଦାକୁ। ଦିନ ପ୍ରାୟ ୧୧ଟା। କାନ ତାବଦା କଲା ଭଳି। ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ରାଜ୍ୟର ୩ ଜିଲ୍ଲା। ଭଦ୍ରକଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ। ଥରେ ନୁହେଁ, ଦୁଇ ଦୁଇଥର ବୋମା ପଡ଼ିବା ଭଳି ଶବ୍ଦ ହେବା ପରେ, ଚାରିଆଡ଼େ ଖେଳିଗଲା ଆତଙ୍କ। କେହି କେବେ ଶୁଣିନଥିଲେ ଏମିତି ଭୟଙ୍କର ଆଓ୍ୱାଜ୍। କେହି କେହି କହିଛନ୍ତି, ଶବ୍ଦଟି ଏତେ ଶକ୍ତିଶାଳୀ ଥିଲା ଯେ; ଝରକା କବାଟ, ଆସବାବପତ୍ର ଓ ଘରର କାନ୍ଥ ବି ଥରି ଉଠିଥିଲା ସେତେବେଳେ। ହେଲେ ଏଯାଏଁ ବି ଏହି କାନଫଟା ଶବ୍ଦର କାରଣ ଖୋଜି ପାଉନାହାନ୍ତି ସ୍ଥାନୀୟ ଲୋକେ। ଯାହାକୁ ନେଇ ଆତଙ୍କର ସହ ଉତ୍ସୁକତା ବି ଦେଖାଦେଇଛି ସେହିସବୁ ଅଞ୍ଚଳରେ।

Advertisment

ଅଧିକ ପଢ଼ନ୍ତୁ: ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା

କେଉଁଠୁ ଅଚାନକ ଆସିଲା ଏ ଶବ୍ଦ? କଣ ଏହାର ଉତ୍ସ? କେଉଁଠି ଏହାର କେନ୍ଦ୍ରସ୍ଥଳ? ଏହା କୌଣସି ପ୍ରାକୃତିକ ଘଟଣା, ନା ମନୁଷ୍ୟକୃତ? ରାଜ୍ୟରେ ଆଜି ଭୂମିକମ୍ପ ନେଇ କୌଣସି ସୂଚନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ।  ସକାଳେ ମହାରାଷ୍ଟ୍ରରେ ମୃଦୁ ଭୂକଂପ ହୋଇଥିଲା। ତେବେ ଓଡ଼ିଶାର ୩ ଜିଲ୍ଲାରେ ଭୀଷଣ ଶବ୍ଦ ଭୂମିକଂପ ଜନିତ ନୁହେଁ। ଓଡ଼ିଶାରେ ଭୂକଂପ ନେଇ ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ମଧ୍ୟ କିଛି ସ୍ପଷ୍ଟ କରିନି।

ଗୁଜବ ଏଡ଼ାଇବାକୁ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ଅବଗତି ନିମନ୍ତେ ସେଭଳି କୌଣସି କାରଣ ଦର୍ଶାଯାଇନାହିଁ। ତେବେ ବିଶେଷଜ୍ଞ କହିଛନ୍ତି, ଏଭଳି ଶବ୍ଦ ପଛରେ ଅନେକ କାରଣ ହୋଇଥାଇପାରେ। ଯେପରିକି- ପ୍ରାକୃତିକ ଭାବେ ପାହାଡ଼ କିମ୍ବା ଭୂ-ଗର୍ଭରେ ଫାଟ ସୃଷ୍ଟି ହୋଇଥାଇପାରେ କିମ୍ବା ଖଣି ଅଞ୍ଚଳରେ ପଥର ଫଟାଇବା ପାଇଁ ବିସ୍ଫୋରଣ କରାଯାଇଥାଇପାରେ। ସୁପରସୋନିକ ବିମାନ ଶବ୍ଦଠୁ ଦ୍ରୁତ ଗତିରେ ସେହି ଅଞ୍ଚଳ ଦେଇ ଉଡ଼ିଥାଇପାରେ କିମ୍ବା ନିକଟସ୍ଥ ଅବ୍ଦୁଲ କଲାମ୍ ଦ୍ୱୀପରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥାଇପାରେ। 

Advertisment

ସକାଳୁ ବାୟୁମଣ୍ଡଳରେ ଆଦର୍ରତା ଅଧିକ ରହୁଥିବାରୁ ଶବ୍ଦ ବହୁ ଦୂରରେ ମଧ୍ୟ ସୃଷ୍ଟି ହୋଇଥାଇପାରେ ବୋଲି ମଧ୍ୟ ବିଶେଷଜ୍ଞ ଆଶଙ୍କା କରିଛନ୍ତି। ପୂର୍ବରୁ ୨୦୨୦ ନଭେମ୍ବର ୨୦ରେ ମଧ୍ୟ ଭଦ୍ରକ ଓ ସନ୍ନିକଟ ଜିଲ୍ଲାର କିଛି ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଆତଙ୍କ ସୃଷ୍ଟି କରିଥିଲା।

(ଭଦ୍ରକରୁ ପାର୍ଥ ସାରଥୀ ନାୟକ, ବାସୁଦେବପୁରରୁ କିରିଟି ଦାସ, ଆନନ୍ଦପୁରରୁ ଲୋକନାଥ ସିଂ ଓ ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ