Advertisment

ଶହେ ବର୍ଷରେ ପାଦ ଥାପିଲେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ଲଢ଼ିଥିବା ଝାରସୁଗୁଡ଼ାର ମକରଧ୍ୱଜ ପ୍ରଧାନ

ନିଜ ସମୟର ଓ ଏବେକାର ରାଜନୀତିକୁ ତୁଳନା କରି ନିରାଶ ହୋଇପଡ଼ନ୍ତି ମକରଧ୍ୱଜ।

ଅଦ୍ୟତନ ହୋଇଛି
100 Year Old Former MLA Makardhwaj Pradhan

Independent India’s first MLA from Odisha turns centenarian

Advertisment

ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନରେ ଓଡ଼ିଶା ର ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ ମକରଧ୍ୱଜ ପ୍ରଧାନ। ଏବେ ସେ ଶତାୟୁ। ଶହେ ବର୍ଷରେ ପଦାର୍ପଣ ଅବସରରେ ଗାଁରେ ସେଲିବ୍ରେସନ। ବନ୍ଧୁବାନ୍ଧବ ଓ ପାଖ ପଡ଼ୋଶଙ୍କ ସହିତ ପରିବାର ଲୋକେ ଧୁମ୍‌ଧାମରେ ପାଳନ କରିଛନ୍ତି ମକରଧ୍ୱଜଙ୍କ ଜନ୍ମଦିନ। ହୋଇଥିଲା ଭୋଜିଭାତର ଆୟୋଜନ। ଶହେ ବର୍ଷରେ ପାଦ ଦେଇଥିବା ମକରଧ୍ୱଂଜ ଏବେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବାଘମୁଣ୍ଡାରେ ରହୁଛନ୍ତି।  ତାଙ୍କର ଅସଲି ଗାଁ ରମ୍ପାଲୁଗା ବୁଡ଼ି ଯାଇଛି ହୀରାକୁଦର ପାଣିରେ। ୫ ପୁଅ, ୬ ଝିଅ ଓ ସେମାନଙ୍କର ପରିବାରକୁ ନେଇ ମକରଧ୍ୱଜଙ୍କ ହସଖୁସିର ସଂସାର। ତାଙ୍କ ଅଣ ନାତୁଣୀ ଏବେ ଡାକ୍ତରୀ ପଢୁଛନ୍ତି। ଏଥିରୁ ଅନୁମାନ କରୁଥିବେ, ମକରଧ୍ୱଜ କେଉଁ ଜମାନାର ଲୋକ।

Advertisment

୧୯୫୨ ମସିହା ମାର୍ଚ୍ଚରେ ହୋଇଥିଲା ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନ। ସେତେବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭନା-ମୁରା ନିର୍ବାଚନମଣ୍ଡଳୀରୁ ଜିତି ବିଧାୟକ ହୋଇଥିଲେ ମକରଧ୍ୱଜ। ଭୋଟ୍ କଥା କଥା ମନେ ପକାଇ ସେ କହନ୍ତି, ସେତେବେଳେ ସାଇକଲରେ କରାଯାଉଥିଲା ପ୍ରଚାର। ଅର୍ଥବଳ କି ବାହୁବଳ ନୁହେଁ, ବ୍ୟକ୍ତିଗତ ସଂପର୍କ ହିଁ ନିର୍ବାଚନ ଜିତାଉଥିଲା ସୋସିଆଲିଷ୍ଟ ପାର୍ଟିରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ୮୫୦ ଟଙ୍କା ଖର୍ଚ୍ଚ କରିଥିଲେ ମକରଧ୍ୱଜ। ସେ ପାଇଥିଲେ ୩ ହଜାର ୫୦ ଖଣ୍ଡ ଭୋଟ, ଆଉ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୫୦ଟି ଭୋଟ୍ କମ୍ ପାଇଥିଲେ କୌଣସି ନିର୍ଦ୍ଦିଷ୍ଟ କାରଣ ନୁହେଁ, ବରଂ ଏକ ଖିଆଲ୍‌ରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ମକରଧ୍ୱଜ।

ନିଜ ସମୟର ଓ ଏବେକାର ରାଜନୀତିକୁ ତୁଳନା କରି ନିରାଶ ହୋଇପଡ଼ନ୍ତି ମକରଧ୍ୱଜ। ସେତେବଳେ ନିଜ ସ୍ବାର୍ଥ କି ଆଡ଼ମ୍ବରପୂର୍ଣ୍ଣ ଜୀବନ ନେତାଙ୍କ ଲକ୍ଷ୍ୟ ନଥିଲା। ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନିଜସ୍ବ କାର୍ ନଥିଲା ବୋଲି କହନ୍ତି ମକରଧ୍ୱଜ। ଯୁବଗୋଷ୍ଠୀଙ୍କୁ ତାଙ୍କର ପରାମର୍ଶ ହେଲା-ରାଜନୀତି କରିବା ଆଗରୁ ସ୍ବାବଲମ୍ବୀ ହୁଅନ୍ତୁ, ଲୋକଙ୍କ ସେବା କରନ୍ତୁ।

Advertisment

ନିଜେ ଜଣେ ପୂର୍ବତନ ବିଧାୟକ ହେଲେ ମଧ୍ୟ ତାଙ୍କ ପରିବାରରୁ କେହି ରାଜନୀତି କରନ୍ତୁ, ଏହା ଚାହାନ୍ତି ନାହିଁ ମକରଧ୍ୱଜ। ଭୋଟ୍ ରାଜନୀତିରେ ରୁଚି ନଥିଲେ ବି ଦେଶ ବିଦେଶର ଖବର ସେ ବରାବର ରଖନ୍ତି।

(ଝାରସୁଗୁଡ଼ାରୁ ଭାଗୀରଥି ସାହୁଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ