Flower seller Sarita Mali admitted in top US university
ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଜଣଙ୍କ ଭିତରେ ଉତ୍ସାହ ରହିବା ଆବଶ୍ୟକ। ଯଦି ଜଣଙ୍କର ଦୃଢ ସଂକଳ୍ପ ଅଛି, ତେବେ ସେ ସାମାଜିକ ସମସ୍ୟା ହେଉ କି ଅର୍ଥନୈତିକ ବା ଶାରୀରିକ ସମସ୍ୟା ଜଣଙ୍କ ପଥରେ ପ୍ରତିବନ୍ଧକ ହୋଇ ଠିଆ ହେବ ନାହିଁ। ଭାରତରେ ଏମିତି ଅନେକ ଉଦାହରଣ ଅଛି। ଏକ ପୁରୁଷ ପ୍ରାଧାନ୍ୟ ସମାଜରେ ଯେଉଁଠାରେ ମହିଳାମାନଙ୍କୁ ଘରର ସୀମା ଅତିକ୍ରମ କରିବାକୁ ବାରଣ କରାଯାଉଥିଲା, ଯେଉଁମାନେ ଓଢଣା ଭିତରୁ ବାହାରି ପାରୁନଥିଲେ, ସେହି ଦେଶର ମହିଳାମାନେ ଆଜି ଆକାଶରେ ଉଡୁଛନ୍ତି।
ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ପ୍ରଶାସନିକ ସେବା ପର୍ଯ୍ୟନ୍ତ ସେମାନେ ନିଯୁକ୍ତି ପାଇଛନ୍ତି। ଏହିପରି ଜଣେ ମହିଳାଙ୍କ କାହାଣୀ ଏବେ ସମସ୍ତଙ୍କୁ ପ୍ରେରଣା ଦେଇଚାଲିଛି। ସେ ମୁମ୍ବାଇର ଗଳି କନ୍ଦିରେ ଫୁଲ ବିକୁଥିବା ବେଳେ ଆଜି ସଫଳତା ପାଇଛନ୍ତି। ସେ ହେଲେ ମୁମ୍ବାଇର ସରିତା ମାଳି। ଆସନ୍ତୁ ଜାଣିବା ସରିତାଙ୍କ କାହାଣୀ।
କିଏ ଏହି ସରିତା ମାଳି:
ସରିତା ମାଳି ମୁମ୍ବାଇ ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଏବେ ୨୮ ବର୍ଷ। ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆପଣ ପ୍ରଶ୍ନ କରିପାରନ୍ତି ଏଥିରେ ବଡ କଥା କ’ଣ? ଭାରତର ଏମିତି ଅନେକ ପିଲା ବିଦେଶୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ସରିତା ମାଳିଙ୍କ ପାଇଁ ଆମେରିକାର ଏକ ବଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ପାଇବା ଏକ ବଡ଼ ସଫଳତା।
ପରିବାର ଓ ପିଲାଦିନ:
ସରିତା ମାଳି ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରେତା ଭାବରେ କାମ କରନ୍ତି। ସେ ମୁମ୍ବାଇର ଝୋପଡପଟିରେ ସେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କର ପ୍ରାଥମିକ ଶିକ୍ଷା ଏକ ମ୍ୟୁନିସିପାଲିଟି ସ୍କୁଲ୍ରୁ ପାଇଥିଲେ। ବାପା ଫୁଲ ବିକ୍ରି କରି ପରିବାର ପରିପୋଷଣ କରନ୍ତି। ସରିତାଙ୍କ ପରିବାରରେ ତାଙ୍କ ମା, ବାପା, ବଡ଼ ଭଉଣୀ ଏବଂ ଦୁଇ ସାନଭାଇଙ୍କ ସମେତ ମୋଟ ୬ ଜଣ ସଦସ୍ୟ ଅଛନ୍ତି। ବାପ ହିଁ ଏକମାତ୍ର ରୋଜଗାର କରନ୍ତି।
ସରିତା ମାଳିଙ୍କ ସଂଘର୍ଷ:
ସରିତା ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ ମୁମ୍ବାଇର ଟ୍ରାଫିକ୍ ସିଗ୍ନାଲ୍ରେ ଫୁଲ ବିକ୍ରି କରିବା ପାଇଁ ତାଙ୍କ ବାପାଙ୍କ ସହିତ ଗାଡି ପଛରେ ଯାଉଥିଲେ। ବଡ ହେବା ପରେ ସରିତା ମଧ୍ୟ ପରିବାରକୁ ସାହାଯ୍ୟ କରିବା ପାଇଁ ରାସ୍ତାରେ ଫୁଲ ବିକ୍ରି କରିବା ଆରମ୍ଭ କରିଥିଲେ। କିନ୍ତୁ ପାଠପଢାରେ ପ୍ରତିଜ୍ଞାବଦ୍ଧ ସରିତା ପରିସ୍ଥିତି ଆଗରେ ନିଜ ସ୍ୱପ୍ନକୁ ଭୁଲି ନାଥିଲେ।
ସରିତାଙ୍କ ଶିକ୍ଷା:
ସରିତା ବର୍ତ୍ତମାନ ଜେଏନୟୁରେ ପଢୁଛନ୍ତି। ସେ ଭାରତୀୟ ଭାଷା କେନ୍ଦ୍ରରୁ ହିନ୍ଦୀ ସାହିତ୍ୟରେ ପିଏଚ୍ଡି କରୁଛନ୍ତି। ସେ ଜେଏନୟୁ ରୁ MA ଏବଂ MPhil ଡିଗ୍ରୀ ହାସଲ କରିଛନ୍ତି। ଜେଏନୟୁରେ ଅଧ୍ୟୟନ ସମୟରେ ବି ଘରକୁ ଫେରିଲା ପରେ ଫୁଲମାଳ ତିଆରି କରି ବିକ୍ରି କରୁଥିଲେ। ନିଜର କଠିନ ପରିଶ୍ରମ ଯୋଗୁଁ ସରିତା ଆମେରିକାର ଅନ୍ୟତମ ପ୍ରମୁଖ ବିଶ୍ୱବିଦ୍ୟାଳୟ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ହିନ୍ଦୀ ସାହିତ୍ୟରେ ପିଏଚ୍ଡି କରିବାର ସୁଯୋଗ ପାଇଛନ୍ତି।
ସରିତାଙ୍କ ସଫଳତା:
ସରିତା ଜେଏନୟୁର ସବୁଠାରୁ କନିଷ୍ଠ ସ୍କଲାର୍। ୨୨ ବର୍ଷ ବୟସରେ ସେ ଜେଏନୟୁରେ MPhil ପାଇଁ ନାମ ଲେଖାଇଥିଲେ। ସେ ତାଙ୍କ ଫେସ୍ବୁକ୍ରେ ସୂଚନା ଶେୟାର କରିଛନ୍ତି, ସେ ଜେଏନୟୁରୁ ଆମେରିକା ଯାତ୍ରା କରିବାକୁ ଯାଉଛନ୍ତି। ସେ ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ମନୋନୀତ ହୋଇଛନ୍ତି, ଯେଉଁଥିରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଏବଂ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ନାମ ରହିଛି। ବିଶ୍ୱବିଦ୍ୟାଳୟରେ ଆଡ୍ମିଶନ ପାଇଁ ସେ କୁଳପତିଙ୍କ ଫେଲୋସିପ୍ ପାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652792680.jpg)