Advertisment

Chanakya Niti: ଏମିତି ଲୋକଙ୍କ ସହ ବନ୍ଧୁ ବାନ୍ଧିବା ବିପଦ

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହାନ୍‌ ଅର୍ଥଶାସ୍ତ୍ରୀ। ଏଥିସହ ସେ ଥିଲେ ଜଣେ ରାଜନୀତିଜ୍ଞ ଓ କୁଶଳ ରଣନୀତିକାର। ଶିକ୍ଷା ଓ ତାଙ୍କ ଜୀବନର ଅନୁଭୂତିକୁ ନେଇ ସେ ରଚନା କରିଥିଲେ ’ଚାଣକ୍ୟ ନୀତି’।

ଅଦ୍ୟତନ ହୋଇଛି
Chanakya Niti

Chanakya Niti

Advertisment

ସାମାଜିକ ବନ୍ଧନରେ ବନ୍ଧା ମଣିଷ ଜୀବନ। ତାହାରି ଭିତରେ ଆସେ କେତେ ଘାତ ପ୍ରତିଘାତ। ହେଲେ ଏଠି ପ୍ରଶ୍ନ ଉଠୁଛି ବ୍ୟସ୍ତବହୁଳ ଜୀବନ ଭିତରେ ପ୍ରକୃତ ବନ୍ଧୁ କିଏ? କାହା ସହିତ ବନ୍ଧୁତା କରିବା କଥା ନୁହେଁ? କ’ଣ କହୁଛି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି?

Advertisment

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହାନ୍‌ ଅର୍ଥଶାସ୍ତ୍ରୀ। ଏଥିସହ ସେ ଥିଲେ ଜଣେ ରାଜନୀତିଜ୍ଞ ଓ କୁଶଳ ରଣନୀତିକାର। ଶିକ୍ଷା ଓ ତାଙ୍କ ଜୀବନର ଅନୁଭୂତିକୁ ନେଇ ସେ ରଚନା କରିଥିଲେ ’ଚାଣକ୍ୟ ନୀତି’। ଯେଉଁଥିରେ ସେ ରାଜନୀତି, ଧର୍ମ, ସମାଜ ଓ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହ ପତି-ପତ୍ନୀ, ମାତା-ପିତା, ପୁତ୍ର ଓ ମିତ୍ର ପରି ସବୁ ସାମାଜିକ ବନ୍ଧନ ବିଷୟରେ ଉଲ୍ଲେଖ ରହିଛି। ଯେଉଁ ବ୍ୟକ୍ତି ଚାଣକ୍ୟ ନୀତିକୁ ଅଧ୍ୟୟନ କରିଛନ୍ତି, ସେମାନେ ଜୀଇଁବାର ରାସ୍ତା ପାଇଛନ୍ତି। ତେବେ ବନ୍ଧୁତାକୁ ନେଇ ସେ ମହତ୍ୱପୂର୍ଣ୍ଣ କଥା କହିଛନ୍ତି।

ଅଧିକ ପଢ଼ନ୍ତୁ: ବୁଦ୍ଧିମାନ ସ୍ୱାମୀ ସ୍ତ୍ରୀକୁ କେବେ କୁହନ୍ତିନି ଏହି ୪ କଥା

ଖଳ ପ୍ରକୃତି: ଚାଣକ୍ୟ ନୀତିର ଏକ ଶ୍ଳୋକରେ ରହିଛି, ଖଳ ପ୍ରକୃତିର ଲୋକଙ୍କ ସହିତ କୌଣସି ପରିସ୍ଥିତିରେ ବନ୍ଧୁତା କରିବା ଉଚିତ ନୁହେଁ। ଏପରି ଲୋକମାନେ ଭରସା ଯୋଗ୍ୟ ନୁହଁନ୍ତି। ବିପଦ ସମୟରେ ଏପରି ଲୋକ (ଖଳ ପ୍ରକୃତିର ଲୋକ)ମାନେ ଆପଣଙ୍କ ଗୁପ୍ତ କଥା ପ୍ରଘଟ କରିଦେବାର ଭୟ ରହିଛି। ତେଣୁ ଏମିତିକା ବ୍ୟକ୍ତିଙ୍କ ସହିତ କୌଣସି ପରିସ୍ଥିତିରେ ବନ୍ଧୁତା କରିବା ଉଚିତ ନୁହେଁ।

Advertisment

ମୁର୍ଖ: ଚାଣକ୍ୟ ନୀତି ଅନୁସାରେ ମୁର୍ଖଙ୍କୁ ସାଥୀ କରିବା ବିପଦପୂର୍ଣ୍ଣ। ଯେଉଁମାନେ ମୁର୍ଖଙ୍କୁ ସାଥୀ କରିଛନ୍ତି, ସେମାନେ ସବୁବେଳେ ସଙ୍କଟରେ ପଡ଼ିଥାଆନ୍ତି। ତେଣୁ ମୁର୍ଖଙ୍କ ଅପେକ୍ଷା ବୁଦ୍ଧିଆଙ୍କ ଶତ୍ରୁତା ବହୁତ ଭଲ।

ଅହଙ୍କାରୀ: ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ଅହଙ୍କାରୀଙ୍କଠାରୁ ସବୁବେଳେ ଦୂରତା ବଜାୟ ରଖିବା ଭଲ। ଏପରି ବ୍ୟକ୍ତିମାନେ ନିଜକୁ ସର୍ବଶ୍ରେଷ୍ଠ ଦର୍ଶାଇବାକୁ ଯାଇ ଆପଣଙ୍କ ଭାବନା ବା ସମ୍ୱେଦନତା ସହିତ ଖେଳି ପାରନ୍ତି। ଏପରି ବ୍ୟକ୍ତି ଆପଣଙ୍କ ପରିଚୟ ଓ ଇଜ୍ଜତକୁ ନଷ୍ଟ କରିପାରନ୍ତି। ତେଣୁ ଏମିତି ବ୍ୟକ୍ତିଙ୍କ ସହିତ ନା ବନ୍ଧୁତା କରିବା ଭଲ ନା ଶତ୍ରୁତା କରିବା ଭଲ। ଅହଙ୍କାରୀଙ୍କ ସହିତ ବନ୍ଧୁତା କରିବା ପରିବର୍ତ୍ତେ ନିଜକୁ ଏକୁଟିଆ ରଖିବା ଭଲ ବୋଲି ଚାଣକ୍ୟ ନୀତିରେ ଲେଖା ରହିଛି।

Advertisment

ଅଧିକ ପଢ଼ନ୍ତୁ: ଜୀବନରେ ସଫଳତା କେମିତି ପାଇବେ ?

True Friendship Chanakya Niti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ