ବିବାହ ପରେ, ପ୍ରାୟ ସମସ୍ତେ ସେମାନଙ୍କ ଜୀବନର ହସଖୁସି, ମଜାମସ୍ତି ଭୁଲିଯାଆନ୍ତି। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ନିଜର ବ୍ୟାଚ୍ଲର୍ ଜୀବନକୁ ଝୁରି ହୁଅନ୍ତି।
Author: Pramod Behera | Credit: OTV
ଫଳରେ କଥା କଥାରେ ଅନୁତାପ କରିବା, ଅଭିଯୋଗ କରିବା, ପରସ୍ପରଙ୍କ ଉପରେ ଦୋଷ ଲଦିବା, ଖୁସି ନ ରହିବା କାରଣରୁ ଅନ୍ୟକୁ ଦାୟୀ କରିବା ଭଳି ପରିସ୍ଥିତି ଦେଖାଯାଏ।
Author: Pramod Behera | Credit: Google
ତେବେ ବିବାହ ପରେ ମଧ୍ୟ ଜଣେ ଚାହିଁଲେ ନିଜ ଜୀବନକୁ ସୁଖଶାନ୍ତି, ମଜାମସ୍ତି ଜୀଇପାରିବେ। ଏମିତି କିଛି ଉପାୟ ଅଛି ଯାହାକୁ ଅନୁସରଣ କଲେ ଆପଣ ଖୁସିରେ ରହିବେ।
Author: Pramod Behera | Credit: Google
ଆପଣଙ୍କର ବ୍ୟକ୍ତିଗତ ସ୍ପେସ୍କୁ ବଜାୟ ରଖନ୍ତୁ କିନ୍ତୁ ପରସ୍ପରକୁ ସମୟ ମଧ୍ୟ ଦିଅନ୍ତୁ। ପରସ୍ପରଙ୍କ ସଉକ୍ ଏବଂ ଆଗ୍ରହକୁ ବୁଝନ୍ତୁ ଏବଂ ସେଗୁଡିକ ପୂରଣ କରନ୍ତୁ।
Author: Pramod Behera | Credit: Google
ଏକାଠି ବୁଲିବା, ରାନ୍ଧିବା କିମ୍ବା ଖେଳ ଖେଳିବା ଭଳି ନୂଆ ନୂଆ ହବି ବନାନ୍ତୁ। ଏହା ଆପଣଙ୍କ ସମ୍ପର୍କରେ ନୂତନତା ଆଣିବ।
Author: Pramod Behera | Credit: Google
ଆପଣଙ୍କର ସାଙ୍ଗ ଏବଂ ପରିବାର ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ବେଳେବେଳେ ସେମାନଙ୍କ ସହିତ ସମୟ ମଧ୍ୟ ବିତାନ୍ତୁ।
Author: Pramod Behera | Credit: Google
ଛୁଟିଦିନ କିମ୍ବା ୱିକେଣ୍ଡରେ ଗେଟ୍ୱେ ଯୋଜନା କରନ୍ତୁ। ଏକ ଛୋଟ ଯାତ୍ରା କିମ୍ବା ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ।
Author: Pramod Behera | Credit: Google
ପରସ୍ପରଙ୍କ ସହିତ ଖୋଲାଖୋଲି କଥାବାର୍ତ୍ତା କରନ୍ତୁ ଏବଂ ନିଜ ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତୁ।
Author: Pramod Behera | Credit: Google
କାମ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଏକ ସନ୍ତୁଳନ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ଯାହା ଦ୍ୱାରା ଦୁହେଁ ପରସ୍ପର ପାଇଁ ଯଥେଷ୍ଟ ସମୟ ପାଇବେ।
Author: Pramod Behera | Credit: Google
ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏହା ସମସ୍ତଙ୍କ ମାନସିକ-ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।