Advertisment

ବଢ଼ିଲା ଚର୍ଚ୍ଚା: କିଏ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ବାଂଲାଦେଶରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡ଼ିବା ପରେ କିଏ ନେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ବ ? କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର ?

ଅଦ୍ୟତନ ହୋଇଛି
 Prime Minister of Bangladesh

Prime Minister of Bangladesh

Advertisment

ବାଂଲାଦେଶ ଅସ୍ଥିରତା ପରେ କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡ଼ିବା ପରେ କିଏ ନେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ବ। କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର। ଏମିତି ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ସାମ୍ନାକୁ ଆସୁଛି ଅନେକ ନେତାଙ୍କ ନାଁ। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳିନ ସରକାର ନେତୃତ୍ବ ନେବାକୁ ପ୍ରସ୍ତାବ ଦେଇଛି ସରକାର ବିରୋଧୀ ଛାତ୍ର ସଂଗଠନର ନେତା।

Advertisment

ଅଧିକ ପଢନ୍ତୁ : ହସିନାଙ୍କୁ ନେଇ ବଡ଼ ବୟାନ ଦେଲେ ତସ୍‌ଲିମା; କହିଲେ ମୋତେ ବାହାର କରିଥିଲ, ଏବେ...

ସେପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ହାସିନା ଦେଶ ଛାଡ଼ିବା ପରେ ଖଲିଦା ଜିୟାଙ୍କୁ ଜେଲରୁ ମୁକ୍ତି ଆଦେଶ ଦେଇଛନ୍ତି ରାଷ୍ଟ୍ରପତି। ୧୯୯୧ରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ଖାଲିଦା। ୨୦୧୮ରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ଖାଲିଦା ଜିୟା।

Advertisment

ଏହା ବ୍ୟତୀତ ରେସରେ ଅଛନ୍ତି ଶଫିକୁର ରେହମାନ। ବର୍ତ୍ତମାନ ବାଂଲାଦେଶ ଜମାତ-ଏ-ଇସଲାମି ମୁଖ୍ୟ ଅଛନ୍ତି। ଆଉ ଜଣେ ଦାବିଦାର ହେଉଛନ୍ତି ଜିଏମ୍ କାଦର। ବର୍ତ୍ତମାନ ସେ ବାଂଲାଦେଶ ସଂସଦରେ ବିରୋଧୀ ଦଳ ନେତା ଅଛନ୍ତି। ପୂର୍ବରୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଣିଜ୍ୟ, ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । 

ଏମାନଙ୍କ ସହ ଚର୍ଚ୍ଚାରେ ଅଛନ୍ତି ଖାଲିଦା ଜିୟାଙ୍କ ବଡ଼ ପୁଅ ତାରିକ୍ ରେହମାନ। ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ସେହିପରି ଶେଖ ହସିନାଙ୍କ ବଡ଼ ପୁଅ ସଜିବ ୱାଜେଦଙ୍କ ନାଁକୁ ନେଇ ବି କଳ୍ପନାଜଳ୍ପନା ହେଉଛି। ସେ ବିଦେଶରୁ ତାଙ୍କ ପ୍ରଶାସନକୁ ସମର୍ଥନ କରନ୍ତି। ଜଣେ ଡିଜିଟାଲ ପରାମର୍ଶଦାତା ଭାବରେ ଦେଶରେ ଇଣ୍ଟରନେଟ ସେବାକୁ ଆଗକୁ ବଢ଼ାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। 

Advertisment

ଅଧିକ ପଢନ୍ତୁ : ବାଂଲାଦେଶରେ ବଡ଼ ହଲଚଲ, PMଙ୍କ ଘରେ ପଶି ବିରିଆନୀ ଖାଇଲେ.. ଖଟରେ ଶୋଇଲେ..

Prime Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ