Advertisment

ଭାରତର ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅଷ୍ଟ୍ରେଲିଆର ଏହି ୨ ୟୁନିଭର୍ସିଟି ମନା

ଭାରତର ୫ ରାଜ୍ୟ ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ଅଷ୍ଟ୍ରେଲିଆର ୨ ୟୁନିଭର୍ସିଟି ବ୍ୟାନ୍‌ ଲଗାଇଛି।

ଅଦ୍ୟତନ ହୋଇଛି
Two Australia universities ban Indian students from six states UT

Two Australia universities ban Indian students from six states UT

Advertisment

ଭାରତର ୫ ରାଜ୍ୟ ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ଅଷ୍ଟ୍ରେଲିଆର ୨ ୟୁନିଭର୍ସିଟି ବ୍ୟାନ୍‌ ଲଗାଇଛି। ବଢ଼ୁଥିବା ଭିସା ଠକେଇ(Visa Fraud) ମାମଲାକୁ ଦୃଷ୍ଟିରେ ରଖି ଭିକ୍ଟୋରିଆ ସ୍ଥିତ ଫେଡରେସନ୍‌ ୟୁନିଭର୍ସିଟି(Federation University) ଓ ନିୟୁ ସାଉଥ ୱେଲ୍ସ ସ୍ଥିତ ୱେଷ୍ଟର୍ଣ୍ଣ ସିଡ୍‌ନୀ ୟୁନିଭର୍ସିଟି(Western Sydney University) ଭାରତୀୟ ଛାତ୍ରଙ୍କ ଉପରେ ଏହି ବ୍ୟାନ୍‌ ଲଗାଇଛି।

Advertisment

ହରିୟାଣା, ପଞ୍ଜାବ, ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ଏହି ୨ ୟୁନିଭର୍ସିଟି ପ୍ରତିବନ୍ଧକ ଲଗାଇଛି। ଏହି ୨ ୟୁନିଭର୍ସିଟି ଏଜୁକେସନ୍‌ ଏଜେଣ୍ଟଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଏହିସବୁ ରାଜ୍ୟର ଲୋକମାନେ ଅଷ୍ଟ୍ରେଲିଆରେ କାର୍ଯ୍ୟ କରିବା ପାଇଁ ନକଲି ଛାତ୍ର ଭିସା ପ୍ରସ୍ତୁତ କରୁଛନ୍ତି। The Sydney Morning Herald ରିପୋର୍ଟ ଅନୁସାରେ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲୀୟ ଓ ଭାରତୀୟ ଛାତ୍ରଙ୍କୁ ପରସ୍ପରର ଦେଶରେ ରହିବା, ଅଧ୍ୟୟନ ଏବଂ ଅଭିଜ୍ଞତା ବାଣ୍ଟିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ବ୍ୟତୀତ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ, ରିସର୍ଚ୍ଚର ଏବଂ ବ୍ୟବସାୟୀଙ୍କ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ଦେଶ ସ୍ଥାନାନ୍ତରଣ ଏବଂ ମୋବିଲିଟି ପାର୍ଟନରଶିପ୍ ସହ ଜଡ଼ିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

Advertisment

ଫେଡରେସନ୍‌ ୟୁନିଭର୍ସିଟିର ଏଜେଣ୍ଟଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, ଗତ କିଛିଦିନ ହେବ ଗୃହ ବିଭାଗ ପକ୍ଷରୁ ଭାରତୀୟ ଅଞ୍ଚଳରେ ନକଲି ଭିସା ଆବେଦନ ବାତିଲ୍‌ ମାମଲା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ତେଣୁ ଆମେ ଆଶା କରୁଥିଲି କି ଏହା ଏକ ପ୍ରସଙ୍ଗ ହେବ, ଯାହାକି ବର୍ତ୍ତମାନ ସାବ୍ୟସ୍ତ ହୋଇଛି। 

ସେହିପରି ୱେଷ୍ଟର୍ଣ୍ଣ ସିଡ୍‌ନୀ ୟୁନିଭର୍ସିଟି ମେ’ ୮ରେ ପଠାଇଥିବା ଏକ ମେସେଜରେ ଏଜେଣ୍ଟଙ୍କୁ କହିଛି, ପଞ୍ଜାବ ଓ ହରିୟାଣାକୁ ୟୁନିଭର୍ସିଟି ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାରତର ଏହିସବୁ ସ୍ଥାନର ଲୋକଙ୍କ ଆବେଦନକୁ ତତ୍କାଳ ଭାବେ ବନ୍ଦ କରାଯାଇଛି। ଏହି ପ୍ରତିବନ୍ଧକ ଅତିକମ୍‌ରେ ୨ ମାସ (ମେ’ ଓ ଜୁନ୍) ପର୍ଯ୍ୟନ୍ତ ରହିବ। ଏହି ସମୟରେ ବିଶ୍ୱବିଦ୍ୟାଳୟରେ ଅଣ-ଛାତ୍ରଛାତ୍ରୀଙ୍କ ନାମଲେଖାକୁ ରୋକିବା ପାଇଁ କଠୋର ଆଡମିଶନ ସର୍ତ୍ତ, ପ୍ରାରମ୍ଭିକ ଶୁଳ୍କ ବୃଦ୍ଧି ସମେତ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ