Advertisment

Women Script Success Story: ଆକର୍ଷଣୀୟ ଘରକରଣା ସାମଗ୍ରୀ ପ୍ରସ୍ତୁତକରି କେମିତି ରୋଜଗାରକ୍ଷମ ହେଲେ ମହିଳା...

ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି ଅବସର ସମୟରେ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ମହିଳା ।

ଅଦ୍ୟତନ ହୋଇଛି
Village women became self employed

Village women script success story

Advertisment

ସୁଯୋଗ ମିଳିଲେ ସ୍ୱାବଲମ୍ବୀ ହୋଇପାରିବେ ଗ୍ରାମାଞ୍ଚଳର ମହିଳା । ଗ୍ରାମାଞ୍ଚଳ ମହିଳାମାନେ ମଧ୍ୟ ନିଜର ଅନ୍ତର୍ନିହିତ ଗୁଣକୁ ପ୍ରସ୍ଫୁଟିତ କରିପାରିବେ । ଯାହା କରି ଦେଖାଇଛନ୍ତି ବାଲିଆପାଳ ବ୍ଲକର ଡଗରା,ବେତଗଡିଆ ସମେତ ଆଖପାଖ ୪ ଟି ପଞ୍ଚାୟତର ପାଖାପାଖି ୨ ଶହ ମହିଳା । ସବାଇ ଘାସ ରୁ ବିଭିନ୍ନ ପ୍ରକାର ସୁନ୍ଦର ଘରୋଇକରଣ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଉକ୍ତ ମହିଳା । ଏଥିରେ ସେମାନେ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

Advertisment

ଉଜ୍ଜୟିନୀ ଲାଇବହୁଡ ଫୋରମ ପକ୍ଷରୁ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସମୁଦ୍ର ଉପକୂଳର୍ବୀ ଡଗରା,ବେତଗଡିଆ, ପ୍ରତାପପୁର, ନୁଆ ଗାଁ,ଜଗତିପୁର ପଞ୍ଚାୟତର ପାଖାପାଖି ୨ ଶହ ମହିଳାଙ୍କୁ ସବାଇଘାସ ଏବଂ ଖୋଜୁର ପିଞ୍ଛରୁ ବିଭିନ୍ନ ପ୍ରକାରର ଘରୋଇ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ପରେ ସେମାନେ ଭଳିକି ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଯାହାର ରାଜ୍ୟ ତଥା ରାଜ୍ୟ ବାହାରେ ଭଲ ଚାହିଦା ରହିଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହା ବିକ୍ରି କରାଯାଉଛି ।

ଏହି ମହିଳାମାନେ ନିଜ ଘର କାମ ସହ ଏହି କାମକରି ନିଜ ପରିବାରକୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସେମାନେ ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି ଅବସର ସମୟରେ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯାହାଫଳରେ ସେମାନଙ୍କୁ ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଆଉ କାହା ପାଖରେ ହାତ ପତେଇବାକୁ ପଡୁନାହିଁ । ଏସବୁ କେବଳ ଉଜ୍ଜୟିନୀ ଲାଇବହୁଡ ସଂଗଠନ ପାଇଁ ସମ୍ଭବ ହୋଇପାରିଥିବା କହିଛନ୍ତି ସ୍ୱାବଲମ୍ବୀ ହୋଇଥିବା ମହିଳା । ଏହି ମହିଳାମାନେ ସବାଇଘାସ,ଖୋଜୁର ପିଞ୍ଛରୁ ଫୁଲ ଲାଙ୍ଗୁଡି,ବ୍ୟାଗ୍,ଟୋପି ପ୍ରଭୃତି ତିଆରି କରୁଛନ୍ତି । ସେମାନଙ୍କ ହାତ ତିଆରି ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ଭଲ ଚାହିଦା ରହିଥିବାରୁ ବେଶ୍ ଖୁସିଅଛନ୍ତି ଏହି ମହିଳା ।  

Advertisment

ଅଧିକ ପଢ଼ନ୍ତୁ:୧୫୦ କି.ମି ଦଣ୍ଡପ୍ରଣାମ କରି ଶ୍ରୀମନ୍ଦିର ପହଞ୍ଚିଲେ ଦୁଇ ଭକ୍ତ, ଲାଗିଗଲା ୨ମାସ

ଏହି ମହିଳାମାନଙ୍କୁ ଉତ୍ସାହିତ କରିବାପାଇଁ ଡଗରା ବେଳାଭୁମି ଡ଼ାକବଙ୍ଗଳା ପରିସରରେ ସବାଇକଳା ମହୋତ୍ସବ ଆୟୋଜିତ କରାଯାଇ ବିଭିନ୍ନ ଡିଜାଇନ୍‌ର ସାମଗ୍ରୀ ପ୍ରସ୍ତୁତ କରି ସଫଳତା ପାଇଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବରର କଳା ସମାଲୋଚକ ଏବଂ ଲେଖକ ସୁମିତ୍ରା ପାଢ଼ୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଧିରେନ୍ଦ୍ର ନାଥ ହାଜୀରା, ଉଜ୍ଜୟିନୀ ନିର୍ଦ୍ଦେଶକ ସନ୍ଧ୍ୟାରାଣୀ ମହାନ୍ତି,ଅଜିତ କୁମାର ରାଉତରାୟ ଏବଂ ଜଗନ୍ନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଉପଯୁକ୍ତ ସୁଯୋଗ ମିଳିଲେ , ସେମାନେ ନିଜର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ସହିତ ସ୍ବାବଲମ୍ବୀ ହୋଇପାରିବେ । ଫଳରେ ଓଡିଶାର ଅର୍ଥନୀତି ମଧ୍ୟ ଅଭିବୃଦ୍ଧି ହୋଇପାରିବ ।  

Advertisment

ଅଧିକ ପଢ଼ନ୍ତୁ: କାହିଁକି ଟ୍ରେନ୍‌ରେ ଯାତ୍ରା କରନ୍ତି ୧୮ହଜାର କୋଟି ଟଙ୍କାର ମାଲିକ....

Jaleswar Successful Woman Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ