ଜନ୍ମରୁ ହାତ ନାହିଁ...ଠିକ୍‌ରେ ଚାଲି ବି ପାରୁନାହାନ୍ତି । ବାଉଁଶ କାରିଗରୀରେ ସେମାନେ କିନ୍ତୁ ମାଷ୍ଟର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍‌ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍‌ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା

Disable Person

ହାତ ନାହିଁ କି ଗୋଡ଼ ଠିକ୍‌ରେ କାମ କରୁନି । ହେଲେ ସେମାନେ ହାର ମାନିନାହାନ୍ତି। ଦିବ୍ୟାଙ୍ଗ ହେବା ପରେ ବି ରୋଜଗାର କରିବାର ନିଶା ସତେ ଯେମିତି ତାଙ୍କୁ ପାଗଳ କରିଦେଇଛି । ସକାଳୁ ସଂଜ...ପ୍ରତିଦିନ କାମ କରୁଛନ୍ତି । ସେତିକିରେ ଯେତିକି ରୋଜଗାର ହେଲା ସେତିକିରେ ବେଶ୍‌ ଖୁସିରେ ଅଛନ୍ତି ଦିବ୍ୟାଙ୍ଗ ଯୁବକ-ଯୁବତୀମାନେ ।

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍‌ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍‌ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା ।

କେବଳ ସରସ୍ବତୀ ନୁହନ୍ତି...ରସବତୀ ଓ ଦିପକଙ୍କ ମଧ୍ୟ ସମାନ ଅବସ୍ଥା । ରସବତୀ ପାଦେ ଚାଲି ବି ପାରନ୍ତି ନାହିଁ । ଦିନରାତି ଗୋଟିଏ ଜାଗାରେ ବସି ବାଉଁଶରେ ତିଆରି କରୁଛନ୍ତି ବିଭିନ୍ନ ସାମଗ୍ରୀ । ଖାଲି ରସବତୀ ନୁହେଁ ବରଂ ଦୀପକ ମଧ୍ୟ ଠିକ୍‌ରେ ଚାଲିପାରନ୍ତି ନାହିଁ । କିନ୍ତୁ ଗୋଟିଏ ହାତରେ ବାଡ଼ି ଧରି ଏମିତି ଗାଁକୁ ଗାଁ ବୁଲିବୁଲି ବାଉଁଶର ବିଭିନ୍ନ ସାମଗ୍ରୀ ବିକ୍ରି କରିବା ସହିତ ସ୍ୱାବଲମ୍ବୀ ହୋଇଛନ୍ତି ସେ ।

ଗୋଟିଏ ଗାଁର ଏଇ ତିନି ଯୁବକ ଓ ଯୁବତୀ ଦିବ୍ୟାଙ୍ଗ ହେବା ପରେ ବି କେବେ ନିଜକୁ ଅକ୍ଷମ ଭାବନ୍ତି ନାହିଁ । ବରଂ ସମାଜର ମୁଖ୍ୟ ସ୍ରୋତରେ କେମିତି ସାମିଲ ହେବେ ଏବଂ ନିଜେ କେମିତି ଦୁଇ ପଇସା ରୋଜଗାର କରିବେ ସେନେଇ ଅନବରତ କରୁଛନ୍ତି ଉଦ୍ୟମ । ଯାହାଦ୍ୱାରା ଆଜି ଜଣେ ସଫଳ ବ୍ୟବସାୟୀ ଭାବରେ ସ୍ଥାନୀୟ ଅଂଚଳରେ ବେଶ୍‌ ପରିଚିତ ହୋଇପାରିଛନ୍ତି ଏମାନେ...କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ବାସ୍ତବରେ କରି ଦେଖାଇଛନ୍ତି ଏହି ଯୁବକ-ଯୁବତୀମାନେ ।

(ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ)