Advertisment

କୃତ୍ରିମ ନୁହେଁ ରୋଗୀଙ୍କ ଦେହରେ ଲାଗି ପାରିବ ଅସଲି ହାଡ଼

ବିଶେଷକରି ବୋନ୍ ଟ୍ୟୁମରରେ ଆକ୍ରାନ୍ତ ରୋଗୀଙ୍କ ଅପରେସନ କ୍ଷେତ୍ରରେ ଏହା ଅତି ଦରକାରୀ ସାବ୍ୟସ୍ତ ହେବ। ବିଶେଷକରି ୧୮ରୁ ୪୫ ବର୍ଷର ଲୋକଙ୍କ ହାଡ଼, ବୋନ୍ ବ୍ୟାଙ୍କ ପାଇଁ ବେଶୀ ଉପାଦେୟ।

ଅଦ୍ୟତନ ହୋଇଛି
Bone Bank In Cuttack SCB Medical

Cuttack SCB Medical College and Hospital

Advertisment

ଦୁର୍ଘଟଣାରେ ହାଡ଼ ଭାଙ୍ଗିଥାଉ କି ବୋନ୍ କ୍ୟାନସରରେ ନଷ୍ଟ ହୋଇଥାଉ। ନୂଆ ହାଡ଼ ଲଗାଇବାକୁ ଥିଲେ ଆଉ କୃତ୍ରିମ ନୁହେଁ ବରଂ ଅସଲି ଲାଗିପାରିବ। ଏଥିପାଇଁ କଟକ ବଡ଼ ମେଡିକାଲ ଅସ୍ଥିଶଲ୍ୟ ବିଭାଗରେ ଖୋଲିବାକୁ ଯାଉଛି ବୋନ୍ ବ୍ୟାଙ୍କ। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳିସାରିଛି ଓ ଆନୁସଙ୍ଗିକ ଯନ୍ତ୍ରପାତି ଆଣିବାକୁ ଟେଣ୍ଡର ବି ହୋଇସାରିଥିବା କହିଛନ୍ତି ଏସସିବି ଅଧୀକ୍ଷକ।

Advertisment

ଚିକିତ୍ସା କ୍ଷେତ୍ରରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବ ଏସସିବି। କଟକ SCB ମେଡିକାଲରେ ପ୍ରତିଷ୍ଠା ହେବ ବହୁ ପ୍ରତିକ୍ଷୀତ ବୋନ୍ ବ୍ୟାଙ୍କ। ଯଦ୍ୱାରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଆସୁଥିବା ରୋଗୀ ହୁଅନ୍ତୁ ଅବା ବୋନ୍ କ୍ୟାନସରରେ ଆକ୍ରାନ୍ତ। ସମସ୍ତଙ୍କଠାରେ ସଫଳତାର ସହ କୃତ୍ରିମ ନୁହେଁ ବରଂ ପ୍ରତିରୋପଣ ହୋଇପାରିବ ଅସଲି ହାଡ଼। ରାଜ୍ୟରେ ପ୍ରଥମ କରି ଏସସିବି ମେଡିକାଲ ଅସ୍ଥିଶଲ୍ୟ ବିଭାଗରେ ବୋନ୍ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଚୂଡାନ୍ତ ହୋଇଛି।

ବିଭିନ୍ନ ଉପାୟରେ ସଂଗୃହୀତ ହେବାକୁ ଥିବା ହାଡ଼ ଗୁଡ଼ିକର ସଂରକ୍ଷଣ ସହ ଟ୍ରାନସପ୍ଲାଣ୍ଟ ଓ କ୍ରସ୍  ମ୍ୟାଚିଙ୍ଗ୍ ଲାଗି ଦରକାର ପଡୁଥିବା ଗୁରୁତ୍ବପୂର୍ଣ୍ଣ ଉପକରଣମାନ ଯେମିତିକି ବୋନ୍ ପ୍ରିଜର୍ଭ ଡିପ୍ ଫ୍ରିଜର, ଥଇଂ ମେସିନ୍ ଓ ଷ୍ଟେରଲାଇଜ୍ ମେସିନ୍ ଆଣିବାକୁ ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତ ହୋଇଗଲେ ଆସନ୍ତା ୩ ମାସ ଭିତରେ ଭିତରେ ବୋନ ବ୍ୟାଙ୍କ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ।

Advertisment

ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- କଣ ଏ ବୋନ୍ ବ୍ୟାଙ୍କ ? ବୋନ ବ୍ୟାଙ୍କ ପାଇଁ କେଉଁ ମାନଙ୍କଠାରୁ ସଂଗ୍ରହ ହେବ ହାଡ଼ ? ଏସସିବି ମେଡିକାଲ
ଅସ୍ଥିଶଲ୍ୟ ବିଭାଗ ମୁଖ୍ୟଙ୍କ ସୂଚନା ଅନୁସାରେ- ବିଭିନ୍ନ ସମୟରେ ଅର୍ଥୋପେଡିକ୍ସ ଅପରେସନ ପରେ ରୋଗୀଙ୍କ ଶରୀରରୁ କଟାଯାଉଥିବା ହାଡ଼ ଗୁଡ଼ିକ ଫିଙ୍ଗି ଦିଆଯାଉଛି। କିନ୍ତୁ ସେଗୁଡ଼ିକୁ ଯଦି ବୋନ ବ୍ୟାଙ୍କରେ ସଂରକ୍ଷଣ କରାଯାଏ, ପରେ ତାହା ଅନ୍ୟ ରୋଗୀର  ଦରକାରୀ ସ୍ଥାନରେ ପ୍ରତିରୋପଣ କରାଯାଇ ପାରିବ।

ବିଶେଷକରି ବୋନ୍ ଟ୍ୟୁମରରେ ଆକ୍ରାନ୍ତ ରୋଗୀଙ୍କ ଅପରେସନ କ୍ଷେତ୍ରରେ ଏହା ଅତି ଦରକାରୀ ସାବ୍ୟସ୍ତ ହେବ। ବିଶେଷକରି ୧୮ରୁ ୪୫ ବର୍ଷର ଲୋକଙ୍କ ହାଡ଼, ବୋନ୍ ବ୍ୟାଙ୍କ ପାଇଁ ବେଶୀ ଉପାଦେୟ। ଲାଇଭ୍ ଡୋନରଙ୍କଠାରୁ ହେଉ କି ମୃତଦେହରୁ ସଂଗୃହୀତ ହାଡ଼, ଏହାକୁ ମାଇନସ୍ ୪୦ ଡିଗ୍ରୀରୁ ମାଇନସ୍ ୮୦ ଡିଗ୍ରୀ ଥଣ୍ଡାରେ ସଂରକ୍ଷିତ କରି ରଖାଯିବ। ଷ୍ଟେରଲାଇଜ୍ ହେବା ପରେ ତାହା ବ୍ୟବହାର ଉପଯୋଗୀ ହୋଇଯିବ। 

Advertisment

ଏସସିବିରେ ବୋନ ବ୍ୟାଙ୍କ ସ୍ଥାପନ ପାଇଁ ୨୦୨୧ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଗତବର୍ଷ ଡିଏମଇଟିଙ୍କ ନେତୃତ୍ବରେ ଏକ ଟିମ୍ ଏସସିବି ମେଡିକାଲ ଆସି ଅନୁଧ୍ୟାନ କରି ଏଥିପାଇଁ ଗ୍ରୀନ ସିଗନାଲ୍ ଦେଇ ସାରିଛି। ପୂର୍ବରୁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ ଓ ଦିଲ୍ଲୀ ଏମ୍ସରେ ବୋନ ବ୍ୟାଙ୍କ ସୁବିଧା ରହିଛି। ଏସସିବିରେ ଏହା ପ୍ରତିଷ୍ଠା ହେଲେ ଓଡ଼ିଶାରେ ପ୍ରଥମ କରି ଏହି ସୁବିଧା ମିଳିବ।

SCB Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ