Amla Juice: ଏହି ସମୟରେ ପିଅନ୍ତୁ ଅଁଳା ଜୁସ୍, ପାଖ ମାଡିବନି ରୋଗ
Author: Namita Biswal | Credit: Canva
ଅଁଳା ଅନେକ ଔଷଧୀୟ ଗୁଣରେ ଭରପୂର । ଆୟୁର୍ବେଦରେ ଅଁଳାକୁ ଅମୃତ କୁହାଯାଏ । ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ସୁସ୍ଥ ରଖେ । କୋଲେଷ୍ଟ୍ରଲ କମାଏ । ଏପରିକି ବ୍ଲଡସୁଗାର ନିୟନ୍ତ୍ରଣରେ ବି ସାହାଯ୍ୟ କରେ । ସ୍ୱାସ୍ଥ୍ୟ ସହିତ ଅଁଳା ଆମର ତ୍ୱଚା ଓ କେଶ ଲାଗି ମଧ୍ୟ ଖୁବ୍ ଲାଭଦାୟକ । ଏଥିରେ ଥିବା ଆଣ୍ଟି-ଏଜିଂ ଗୁଣ ବୟସ ବଢିବାର ଲକ୍ଷଣ କମ୍ କରିଥାଏ । ତ୍ୱଚାକୁ ସୁସ୍ଥ ଓ ଚମକଦାର କରେ ।
Author: Namita Biswal | Credit: Canva
ଆପଣ ଅଁଳାକୁ ଖାଇପାରିବେ ନହେଲେ ଜୁସ୍ କରି ପିଇପାରିବେ । ଏହି ଖବରରେ ଜାଣନ୍ତୁ କେଉଁ ସମୟରେ ଅଁଳା ଜୁସ୍ ପିଇଲେ ଅଧିକ ଲାଭ ମିଳେ ।
Author: Namita Biswal | Credit: Canva
ଜୁସ୍ ପିଇବାର ଠିକ୍ ସମୟ: ଅନେକ ଲୋକ ଅଁଳା ଜୁସ୍ ପିଇଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି କେତେବେଳେ ଏହାକୁ ପିଇବା ଉଚିତ୍ ।
Author: Namita Biswal | Credit: Canva
ସକାଳେ ଖାଲି ପେଟରେ: ଅଁଳା ଜୁସ୍ ସକାଳେ ଖାଲି ପେଟରେ ପିଇବା ଅଧିକ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଶକ୍ତି ବଜାୟ ରଖେ । ଅନେକ ସ୍ବାସ୍ଥ୍ୟଗତ ଫାଇଦା ଦେଇଥାଏ ।
Author: Namita Biswal | Credit: Canva
ଶୋଇବା ପୂର୍ବରୁ: ଆପଣ ରାତିରେ ଶୋଇବା ପୂର୍ବରୁ ଅଁଳା ଜୁସ୍ ପିଇପାରିବେ । ଏହା ଅନିଦ୍ରା ସମସ୍ୟା ଦୂର କରିଥାଏ ।
Author: Namita Biswal | Credit: Canva
ରୋଗ ପ୍ରତିରୋଧକ ଶକ୍ତି: ଅଁଳା ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ । ତେଣୁ ନିୟମିତ ଅଁଳା ଜୁସ୍ ପିଇଲେ ଥଣ୍ଡା, କାଶ, ଛିଙ୍କ ଓ ଷ୍ଟ୍ରୋକ ଭଳି ରୋଗ ଆଶଙ୍କା କମିଯାଏ ।
Author: Namita Biswal | Credit: Canva
ବଡି ଡିଟକ୍ସ ଜୁସ୍: ଅଁଳା ଜୁସ୍ ପିଇଲେ ଶରୀରରୁ ମଇଳା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଏହି ଜୁସ୍ ପାଣିରେ ମିଶାଇ ପିଅନ୍ତୁ । ଯାହାଦ୍ବାରା ଏହାର ସ୍ବାଦ ସନ୍ତୁଳିତ ରହିବ ।
Author: Namita Biswal | Credit: Canva
ଡାକ୍ତରୀ ପରାମର୍ଶ: ଯଦି ଆପଣଙ୍କୁ କୌଣସି ପ୍ରକାର ଆଲର୍ଜି ଅଛି, ତାହେଲେ ଅଁଳା ଜୁସ୍ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।