ପ୍ରତିବର୍ଷ ୨୪ ନଭେମ୍ବର ୨୦୨୪ରେ ‘ଗୁରୁ ତେଗ ବାହାଦୂର ଶହୀଦ ଦିବସ’ ପାଳନ କରାଯାଏ। ଏହି ଦିନଟି ଗୁରୁ ତେଗ ବାହାଦୂରଙ୍କ ଅଦ୍ୱିତୀୟ ବଳିଦାନକୁ ସମ୍ମାନିତ କରିବା ପାଇଁ ଉତ୍ସର୍ଗୀକୃତ। ସେ ଧାର୍ମିକ ସ୍ୱାଧୀନତା ତଥା ମାନବିକ ଅଧିକାରର ସୁରକ୍ଷା ପାଇଁ ଅତ୍ୟାଚାରକୁ ବିରୋଧ କରୁଥିବାରୁ ସେତାଙ୍କୁ “ଭାରତର କବଚ” ବୋଲି କୁହାଯାଏ।
ଧର୍ମ ପ୍ରଚାର କରିବା ତଥା ଜନ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଗୁରୁ ତେଗ୍ ବାହାଦୂର ଅନେକ ସ୍ଥାନ ପରିଦର୍ଶନ କରିଥିଲେ। ୧୬୭୫ ମସିହାରେ, ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିବାରୁ ଦିଲ୍ଲୀର ଚାନ୍ଦନୀ ଚୌକ୍ରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଦ୍ୱାରା ମୁଣ୍ଡ କାଟ୍ କରି ଦିଆଯାଇଥିଲା।
Also Read
ଇତିହାସ:
ଔରଙ୍ଗଜେବଙ୍କ ଶାସନ କାଳରେ ଅନେକ ହିନ୍ଦୁ, ବିଶେଷକରି କାଶ୍ମୀରୀ ପଣ୍ଡିତମାନେ ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ଏହି ଅତ୍ୟାଚାର ସହି ନ ପାରି ସେ ଗୁରୁ ତେଗ୍ ବାହାଦୂରଙ୍କ ସାହାଯ୍ୟ ମାଗିଥିଲେ। ଗୁରୁ ସାହସିକ ପଦକ୍ଷେପ ନେଇ ଜୀ ଘୋଷଣା କରିଥିଲେ ଯେ ଯଦି ତାଙ୍କୁ ଇସଲାମ ଧର୍ମରେ ପରିବର୍ତ୍ତିତ କରେଇଦିଆଯାଇ ପାରିବ, ତେବେ ଅନ୍ୟମାନେ ମଧ୍ୟ ତାହା କରିବେ।
ଚାରି ମାସ କାରାଗାରରେ ରହିବା ଏବଂ ତିନିଜଣ ଶିଷ୍ୟଙ୍କ ଫାଶୀ ହେବାର ଦେଖିବା ପରେ ମଧ୍ୟ ଗୁରୁ ତେଗ୍ ବାହାଦୂର ତାଙ୍କ ବିଶ୍ୱାସରେ ବୁଝାମଣା କରି ନଥିଲେ। ଶେଷରେ, ତାଙ୍କୁ ୧୧ ନଭେମ୍ବର ୧୬୭୫ ରେ ଫାଶୀ ଦିଆଯାଇଥିଲା। ତାଙ୍କର ବଳିଦାନ କେବଳ ତାଙ୍କର ସାହସକୁ ପ୍ରତିଫଳିତ କରେ ନାହିଁ ବରଂ ଅତ୍ୟାଚାର ବିରୁଦ୍ଧରେ ତାଙ୍କର ନିରନ୍ତର ସଂଗ୍ରାମର ପ୍ରତୀକ ଅଟେ।
ଗୁରୁତ୍ୱ:
ଗୁରୁ ତେଗ ବାହାଦୂରଙ୍କ ବଳିଦାନ ସାହସ, କରୁଣା ଏବଂ ନ୍ୟାୟର ମୂଲ୍ୟବୋଧକୁ ଦର୍ଶାଏ। ତାଙ୍କର ଶହୀଦତ୍ୱ ଅନ୍ୟାୟ ତଥା ମାନବିକ ଅଧିକାରର ସୁରକ୍ଷା ବିରୋଧରେ ସଂଗ୍ରାମକୁ ପ୍ରେରଣା ଯୋଗାଏ। ଯେତେ ବିପଦ ଆସୁ ପଛେ ତାହାକୁ ଖାତିର ନ କରି ଯାହା ଠିକ୍ ତାହା ପାଇଁ ଠିଆ ହେବାକୁ ଆମକୁ ଶିକ୍ଷା ଦିଏ।
ଏହି ଦିନକୁ ପାଳନ କରିବା ପାଇଁ ଶିଖ୍ ଏବଂ ଅନ୍ୟମାନେ ଗୁରୁଦ୍ୱାରରେ ପ୍ରାର୍ଥନା, କୀର୍ତ୍ତନ ଏବଂ ସମାବେଶର ଆୟୋଜନ କରନ୍ତି। ତାଙ୍କର କାର୍ଯ୍ୟକଳାପ ଆମକୁ ସମାନତା, ସ୍ୱାଧୀନତା ଏବଂ ଅନ୍ୟମାନଙ୍କ ପାଇଁ ଠିଆ ହେବାର ମହତ୍ତ୍ୱକୁ ମନେ ପକାଇଥାଏ।
ଶିଖ ଧର୍ମ ପ୍ରତି ଗୁରୁ ତେଗ ବାହାଦୂରଙ୍କ ଅବଦାନ:
ଗୁରୁ ତେଗ ବାହାଦୂରଙ୍କ ଶିକ୍ଷା “ଗୁରୁ ଗ୍ରନ୍ଥ ସାହେବ” ରେ ସଂଗୃହିତ ହୋଇଛି। ସେ ୭୦୦ରୁ ଅଧିକ ଭଜନ ଏବଂ ଶାୟରୀ ରଚନା କରିଥିଲେ, ଯେଉଁଥିରେ “ସଲୋକ” ପ୍ରମୁଖ ଅଟେ। ତାଙ୍କର ଲେଖା ଈଶ୍ୱର, ଜୀବନ, ମୃତ୍ୟୁ ଏବଂ ମୁକ୍ତି ଭଳି ଗଭୀର ପ୍ରସଙ୍ଗର ବିଚାର ଅଟେ।
କିଛି ରୋଚକ କଥା:
- ଔରଙ୍ଗଜେବଙ୍କ ଶାସନ କାଳରେ ଗୁରୁ ତେଗ ବାହାଦୂର ଅଣ ମୁସଲମାନମାନଙ୍କର ବାଧ୍ୟତାମୂଳକ ରୂପାନ୍ତରକୁ ବିରୋଧ କରୁଥିଲେ।
- ୧୬୭୫ ମସିହାରେ ଦିଲ୍ଲୀର ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ତାଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
- ଦିଲ୍ଲୀର ଗୁରୁଦ୍ୱାର ସିସ୍ ଗଞ୍ଜ ସାହିବ ଏବଂ ଗୁରୁଦ୍ୱାର ରକାବ ଗଞ୍ଜ ସାହିବ ତାଙ୍କ ମୃତ୍ୟୁ ଓ ଶବଦାହର ସ୍ଥାନ ଅଟେ।
- ଗୁରୁ ଭାବରେ ଗୁରୁ ତେଗ ବାହାଦୂରଙ୍କ କାର୍ଯ୍ୟକାଳ ୧୬୬୫ ରୁ ୧୬୭୫ ପର୍ଯ୍ୟନ୍ତ ଚାଲିଥିଲା।
- ଗୁରୁ ଗ୍ରନ୍ଥ ସାହେବରେ ଗୁରୁ ତେଗ ବାହାଦୂରର ଏକ ଶହ ପନ୍ଦର ସୁକ୍ତ ରହିଛି।
- ଲୋକମାନଙ୍କ ପାଇଁ ନିଃସ୍ୱାର୍ଥପର ସେବା ପାଇଁ ଗୁରୁ ତେଗ ବାହାଦୂର ସ୍ମରଣୀୟ। ସେ ପ୍ରଥମ ଶିଖ ଗୁରୁ - ଗୁରୁ ନାନକଙ୍କ ଶିକ୍ଷା ସହିତ ଦେଶ ଭ୍ରମଣ କରିଥିଲେ।
- ଗୁରୁ ତେଗ ବାହାଦୂର ଯେଉଁଆଡେ ଯାଉଥିଲେ ସ୍ଥାନୀୟ ଲୋକଙ୍କ ପାଇଁ ରୋଷେଇ ଏବଂ କୂଅ ପ୍ରତିଷ୍ଠା କରୁଥିଲେ।
- ଆନନ୍ଦପୁର ସାହେବ, ପ୍ରସିଦ୍ଧ ପବିତ୍ର ସହର ତଥା ହିମାଳୟର ପାଦଦେଶରେ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଗୁରୁ ତେଗ ବାହାଦୂରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।