Advertisment

Odisha Education: କମୁଛି ଡ୍ରପ ଆଉଟ୍ ହାର; ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷା ପ୍ରତି ବଢୁଛି ପିଲାଙ୍କ ଆଗ୍ରହ

ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ।

undefined

Odishas Education Sector Witnesses Positive Transformation

Advertisment

ରାଜ୍ୟରେ ସରକାରୀ ସ୍କୁଲ୍ ପ୍ରତି ବଦଳୁଛି ଧାରଣା, ଫେରୁଛନ୍ତି ପିଲା, କମୁଛି ଡ୍ରପ୍ ଆଉଟ ହାର।  ପ୍ରାଥମିକ ସ୍କୁଲରେ ଡ୍ରପ ଆଉଟ୍ ହାର ୧୦ ପ୍ରତିଶତ ତଳକୁ ଖସି ୯.୧୧ରେ ରହିଥିବା ଦର୍ଶାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟ। ଖାଲି ସେତିକି ନୁହେଁ ୨୦୨୩-୨୪ ଶିକ୍ଷା ବର୍ଷରେ ଲକ୍ଷେରୁ ଅଧିକ ନୂଆ ପିଲା ନାଁ ବି ଲେଖାଇଛନ୍ତି। ଯାହାକୁ ବିଜେଡି, ନିଜ ସରକାର ବେଳର ସଫଳତା କହିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି- ପୂର୍ବ ସରକାର କେବଳ ସ୍କୁଲ ଘରେ ରଙ୍ଗ ମାରିବା ଛଡ଼ା ଅଧିକ କିଛି ଜାଣିନଥିଲେ।

Advertisment

ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷା ପ୍ରତି ବଢୁଛି ପିଲାଙ୍କ ଆଗ୍ରହ। କମି କମି ଚାଲିଛି ଡ୍ରପ ଆଉଟ୍ ହାର। ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ। ତାସହ ରିପୋର୍ଟ କହୁଛି ଶୂନ ଶିକ୍ଷାର୍ଥୀ ସ୍କୁଲ ସଂଖ୍ୟା ବି ୩୩ରୁ ୮କୁ ଖସିଛି। ୨୦୨୨-୨୩ ଅପେକ୍ଷା ୨୩-୨୪ରେ ଡ୍ରପ ଆଉଟ୍ ହାର ୧୦.୨୯ ପ୍ରତିଶତରୁ ଖସି ୯.୧୧ରେ ପହଁଚିଛି। ଯଦିଓ ଚଳିତ ଶିକ୍ଷାବର୍ଷରେ ସମଗ୍ର ଦେଶରେ ଶିକ୍ଷାର୍ଥୀଙ୍କ ନାଁ ଲେଖା ସଂଖ୍ୟା ପ୍ରାୟ ୩୭ ଲକ୍ଷ ହ୍ରାସ ପାଇଛି, ହେଲେ ସେଭଳି ସ୍ଥିତିରେ ଓଡ଼ିଶାରେ କିନ୍ତୁ ପ୍ରାୟ ଲକ୍ଷେ ନୂଆ ପିଲା ନାଁ ଲେଖାଇଛନ୍ତି। ଏହାକୁ ମିଶାଇ ୬୧ ହଜାର ୬୯୩ ପ୍ରାଥମିକ ବିଦ୍ୟାଳୟରେ ୭୭ ଲକ୍ଷ ୫ ହଜାର ଶିକ୍ଷାର୍ଥୀ ପାଠ ପଢିବାକୁ ଆସିଛନ୍ତି।

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

Advertisment

ଏହାଛଡ଼ା ଘରୋଇ ସ୍କୁଲ ଶିକ୍ଷାର୍ଥୀଙ୍କ ସଂଖ୍ୟା ବି ସରକାରୀ ବିଦ୍ୟାଳୟଠୁ କମ୍ ରହିଛି। ରାଜ୍ୟରେ ମୋଟ୍ ୪୮ ହଜାର ୬୭୧ଟି ସରକାରୀ ବିଦ୍ୟାଳୟରେ ପ୍ରାୟ ୫୨ ଲକ୍ଷ ଶିକ୍ଷାର୍ଥୀ ନାଁ ଲେଖାଇଥିବାବେଳେ ୬ ହଜାର ୪୨ଟି ଘରୋଇ ବିଦ୍ୟାଳୟରେ ନାଁ ଲେଖିଥିଲେ ପ୍ରାୟ ୧୪ ଲକ୍ଷ ୮ ହଜାର ଛାତ୍ରଛାତ୍ରୀ। ଆଗକୁ ଏ ଧାରା ଯେପରି ଜାରି ରହିବ ସେ ଦିଗରେ ସରକାର ସହିଦ ମାଧୋ ସିଂ ହାତଖର୍ଚ୍ଚ ଭଳି ବିଭିନ୍ନ ଯୋଜନା ହାତକୁ ନେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏଥିସହ ଗତ ବିଜେଡି ସରକାରକୁ ଟାର୍ଗେଟ୍ କରି କେବଳ ସ୍କୁଲରେ ରଙ୍ଗ ମାରିବା ଛଡା ଅଧିକ କିଛି କରିନଥିଲେ ବୋଲି ଆକ୍ଷେପ କରିଛନ୍ତି ମନ୍ତ୍ରୀ।

ସେପଟେ ରାଜ୍ୟରେ ପ୍ରାଥମିକ ଶିକ୍ଷାର ସକରାତ୍ମକ ତଥ୍ୟ ଦେଖି, ଏହାକୁ ନିଜ ସରକାର ଅମଳର ସଫଳତା ବୋଲି କହିଛି ବିଜେଡି। ଦଳ ପ୍ରେସ ବିବୃତିରେ ଦର୍ଶାଇଛି ଯେ, ଓଡ଼ିଶାର ଏ ଉପଲବ୍ଧି ନବୀନ ସରକାରଙ୍କ ଉତ୍ତମ ଶିକ୍ଷାନୀତିର ସୁଫଳ। ବିଜେପି ସରକାର ଏତେ କମ୍ ଦିନରେ ଏଭଳି ଉପଲବଧି ହାସଲ କଲେ କେମିତି? 

Advertisment

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ତେଣେ ଶିକ୍ଷାବିତଙ୍କ କହିବା କଥା ଓଡିଶାରେ ଅଭିବାବକମାନଙ୍କର ସରକାରୀ ସ୍କୁଲ ପ୍ରତି ବିଶ୍ବାସ ଫେରିଛି, ତେଣୁ ଡ୍ରପ ଆଉଟ୍ ସଂଖ୍ୟା କମୁଛି। ବର୍ତ୍ତମାନ ସମୟରେ ଟ୍ୟାଲେଣ୍ଟେଡ୍ ଶିକ୍ଷକ ନିଯୁକ୍ତି ଉପରେ ସରକାର ଗୁରୁତ୍ବ ଦେଉଥିବାରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି ଆଶା ପ୍ରକାଶ କରିଛନ୍ତି। ଗୋଟିଏ ପଟେ ରାଜ୍ୟରେ ଡ୍ରପ୍  ଆଉଟ୍ ହାର କମିଥିବା ବେଳେ ଏବେ ବି ୧୦୯୫ଟି ସ୍କୁଲ୍ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି। 

Odisha News Government School Odisha Education Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ