ଭିତ୍ତିଭୂମି ଓ ଶିକ୍ଷକ ନଥାଇ ସ୍ମାର୍ଟ ସ୍କୁଲ : ଉଦଘାଟନ୍ ହୋଇଥିବା ୧୦୦ଟି ବିଦ୍ୟାଳୟରେ ୩୦୯ ଶିକ୍ଷକ ପଦବୀ ଫାଙ୍କା

ଜିଲ୍ଲାର ସୁନାମଧନ୍ୟ ସ୍କୁଲ ଡିଏନ ହାଇସ୍କୁଲ, ଯେଉଁଠି ୧୦ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ସରକାରୀ ବାଳିକା ହାଇସ୍କୁଲରେ ୧୧ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ଏନଏସ ପୋଲିସ ହାଇସ୍କୁଲର ଅବସ୍ଥା ସମାନ । ଏ

ବିନା ଶିକ୍ଷକରେ ସ୍ମାର୍ଟ ସ୍କୁଲ୍ . . .

ତେଲକୋଇ(ତେଲକୋଇ) ଦିଅଁ ବିନା ଦେଉଳ ଯେମିତି ଶିକ୍ଷକ ବିନା ବିଦ୍ୟାଳୟ ସେମିତି । ବିଦ୍ୟାଳୟର ଚିକିମିକିଆ କାନ୍ଥଠୁ ଆରମ୍ଭ କରି ଅତ୍ୟାଧୁନିକ ଶିକ୍ଷା ଉପକରଣ ଯେତେ ଥିଲେ ବି ଯଦି ଶିକ୍ଷକ ନଥିଲେ, ବିଦ୍ୟାଳୟର ଗୁରୁତ୍ୱ ନଥାଏ । ଠିକ୍ ଏହିଭଳି ଢ଼ଙ୍ଗରେ ଏବେ ସ୍ମାର୍ଟ ସ୍କୁଲର ଅବସ୍ଥା ପାଲଟିଛି । କେନ୍ଦୁଝର ଜିଲ୍ଲାରେ ଉଦଘାଟିତ ହୋଇଥିବା ୧୦୦ଟି ସ୍ମାର୍ଟ ସ୍କୁଲରେ ପ୍ରାୟ ୩୫ ପ୍ରତିଶତ ଶିକ୍ଷକ ପଦବୀ ଫାଙ୍କା ଥିବାରୁ ଏହି ବିଦ୍ୟାଳୟ ଗୁଡିକର ଅସଲ ଉଦ୍ଦେଶ୍ୟ କେମିତି ପୂରଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ୫ଟି ରେ ସ୍ଵଛ କଥା କହୁଥିବା ସରକାର ନିଜେ ତାର ଧଜିଆ ଉଡାଉଛନ୍ତି ।

କେନ୍ଦୁଝର ଜିଲ୍ଲାରେ ୧୦୦ଟି ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ କରାଯାଇଛି । ଏହି ସ୍କୁଲ ଗୁଡିକର କାନ୍ଥଠୁ ଆରମ୍ଭ କରି କଳାପଟା, ଫାଟକଠୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁ କିଛି ରୂପାନ୍ତରିତ କରାଯାଇଛି । କିନ୍ତୁ ଅସଲରେ ବିଦ୍ୟାଳୟର ଯେଉଁ ରୂପାନ୍ତରଣ କରାଗଲେ ପାଠପଢ଼ା ଠିକ୍ ଢ଼ଙ୍ଗରେ ହୋଇ ପାରନ୍ତା, ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ । ଅର୍ଥାତ ଏହି ସବୁ ବିଦ୍ୟାଳୟ ଗୁଡିକରେ ମାଳ ମାଳ ଶିକ୍ଷକ ପଦବୀ ଫାଙ୍କା ଥିବାରୁ ଏହାର ପାଠପଢ଼ା କିଭଳି ହେବ ଏବଂ ସ୍ମାର୍ଟ ସ୍କୁଲର ଅସଲ ଉଦ୍ଦେଶ୍ୟ କିଭଳି ପୂରଣ ହେବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ସ୍କୁଲ ଡିଏନ ହାଇସ୍କୁଲ, ଯେଉଁଠି ୧୦ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ସରକାରୀ ବାଳିକା ହାଇସ୍କୁଲରେ ୧୧ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ଏନଏସ ପୋଲିସ ହାଇସ୍କୁଲର ଅବସ୍ଥା ସମାନ । ଏସେଠାରେ ମଧ୍ୟ ୬ ଜଣ ଶିକ୍ଷକ ନାହାନ୍ତି । ଏ ତ ଗଲା ଜିଲ୍ଲାପାଳଙ୍କ ନାକ ତଳେ ସ୍କୁଲର ସ୍ଥିତି । ସେହିପରି ଆଉ ଗୋଟେ ତେଲକୋଇର ପଡାଙ୍ଗ ସ୍କୁଲ ।

ଯେଉଁଠି ପ୍ରଥମରୁ ଦଶମ ପାଞ୍ଚଟି ଶ୍ରେଣୀଗୃହରେ ଚାଲିଛି । ଆଉ ଏଠାରେ ୫ ଜଣ ଶିକ୍ଷକ ନାହାନ୍ତି । ଏ ପରିସ୍ଥଳରେ ପିଲାମାନେ କିପରି ପଢିବେ ଓ ବଢିବେ ? ସବୁଠାରୁ ବଡ କଥା ୫ଟି ର ଦୁହାଇ ଦେଉଥିବା ସରକାର ଏଠି ୫ଟି ର ଧଜିଆ ଉଡାଇ ଦେଇଛନ୍ତି । ୫ ଟିର ଗୋଟିଏ ବି କାମ ହୋଇନାହିଁ । ଯଦି ସମାଜ ଗଠନ ମନ୍ଦିରରେ ଏପରି ହୁଏ ତେବେ ଅନ୍ୟରେ କଣ ହେଉଥିବ ।

କେନ୍ଦୁଝର ଜିଲ୍ଲାରେ ଯେଉଁ ୧୦୦ଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲ ଭାବେ କରାଯାଇଛି, ସେଥିରେ ୨୪ଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି । ଯୋଡା ବ୍ଲକଠୁ ଆରମ୍ଭ କରି ସଦର ବ୍ଲକ ଏବଂ ଆନନ୍ଦପୁର ବ୍ଲକ ପର୍ଯ୍ୟନ୍ତ ଥିବା ଏହି ସବୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି । ଖାଲି ପ୍ରଧାନ ଶିକ୍ଷନ ନୁହନ୍ତି, ମୋଟାମୋଟି ଭାବେ ଏହି ୧୦୦ଟି ବିଦ୍ୟାଳୟରେ ସରକାରଙ୍କ ଅନୁମୋଦିତ ପଦବୀ ସଂଖ୍ୟା ୮୮୫ ହୋଇଥିବା ବେଳେ ୩୦୯ଟି ପଦବୀ ଫାଙ୍କା ଅଛି ।

ଅର୍ଥାତ ମୋଟ ଅନୁମୋଦିତ ପଦବୀରୁ ୩୫ ପ୍ରତିଶତ ପଦବୀ ଫାଙ୍କା ପଡିଛି । ଯାହାକୁ ନେଇ ଶିକ୍ଷାବିତ ପ୍ରଶ୍ନ କରିବା ସହ ଆଜି ଜିଲ୍ଲା ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଜନାକୁ ସ୍ଵାଗତ କରିଥିବା ବେଳେ ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ହେଲେ ଏ ବିଷୟରେ ଜିଲ୍ଲାପାଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି । ଖୋଦ୍ କେନ୍ଦୁଝର ସହର ଏବଂ ଉପକଣ୍ଠର ଅବସ୍ଥା ଏଭଳି ଥିବା ବେଳେ ଜିଲ୍ଲାର ଅନ୍ୟ ବ୍ଲକ ତଥା ଦୁର୍ଗମ ଅଂଚର ଅବସ୍ଥା କଣ ଥିବ ଏଥିରୁ ସ୍ପଷ୍ଟ ବାରି ହେଉଛି ।