Advertisment

ଆଗକୁ ଦଶମ-ଦ୍ୱାଦଶରେ ୨ଟି ବୋର୍ଡ ପରୀକ୍ଷା, ଅଧିକ ମାର୍କ ହେବ କାଉଣ୍ଟ

ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ ।

ଅଦ୍ୟତନ ହୋଇଛି
undefined

Board Exam

Advertisment

ବର୍ଷକୁ ଏଣିକି ଥରେ ନୁହେଁ ଦୁଇ ଥର ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା । ଦୂର ହେବ ପିଲାଙ୍କ ମନରୁ ପରୀକ୍ଷା ଚାପ । ଦୁଇଟି ଯାକ ବୋର୍ଡ ପରୀକ୍ଷାରୁ ଶ୍ରେଷ୍ଠ ରେଜଲ୍ଟକୁ ଫାଇନାଲ୍ ଭାବେ ଧରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ National Curriculum Framework ପକ୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ ଓ ପରୀକ୍ଷା ସଂସ୍କାର ଘୋଷଣା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ।

Advertisment

ଏଥିସହ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପିଲାଏ ସମାନ ୬ଟି ବିଷୟ ପଢ଼ିବେ । ହେଲେ ତା ଭିତରେ ଦୁଇଟି ଭାରତୀୟ ଭାଷା ବିଷୟ ରହିବ। ଯେମିତିକି ଇଂରାଜୀ ସହ ଓଡ଼ିଆ ଓ ସଂସ୍କୃତ, କିମ୍ବା ଇଂରାଜୀ ସହ ହୀନ୍ଦି ଏବଂ ଓଡ଼ିଆ ଭାଷା ରଖିହେବ। ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ ।

ତେବେ ଦଶମ ଶ୍ରେଣୀରେ ପିଲାମାନେ ୩ଟି ଭାଷା ସହ ମୋଟ ୧୦ଟି ସବଜେକ୍‌ଟରେ ପାଠ ପଢିବେ । ଆସନ୍ତା ଶିକ୍ଷାବର୍ଷରୁ ଏହି ଢାଞ୍ଚାରେ ପିଲା ପରୀକ୍ଷା ଦେବେ । ତେବେ ଚୂଡାନ୍ତ ନୀତି ନିର୍ଦ୍ଧାରଣ ପରେ ଏ ସମ୍ପର୍କରେ ସ୍ପଷ୍ଟତା ଆସିବ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisment

ଯଦିଓ CBSE ଓ ICSE ବୋର୍ଡ ତୁରନ୍ତ ଏହାକୁ ଲାଗୁ କରିବାକୁ ପ୍ରସ୍ତୁତି କରୁଛନ୍ତି । ହେଲେ ଓଡ଼ିଶା ବୋର୍ଡ କିପରି ଲାଗୁ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ପ୍ରତି ବର୍ଷ ରାଜ୍ୟ ବୋର୍ଡରୁ ପ୍ରାୟ ୫ଲକ୍ଷ ଓ ଯୁକ୍ତ ଦୁଇରେ ସାଢେ଼ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଗୋଟିଏ ପଟେ ବୋର୍ଡ ପରୀକ୍ଷା ପରିଚାଳନାରେ ବିଭିନ୍ନ ସମୟରେ ପ୍ରଶ୍ନପତ୍ର ଭାଇରାଲ୍, ରେଜଲ୍ଟ ପ୍ରକାଶନରେ ବିଳମ୍ୱ ଭଳି ଅନେକ ତ୍ରୁଟି ସାମ୍ନାକୁ ଆସୁଥିବାବେଳେ ଅନ୍ୟପଟେ ଏଭଳି ନୂଆ ସଂସ୍କାରକୁ ନେଇ ଶିକ୍ଷାବିତ୍ ଙ୍କର ଭିନ୍ନ ମତ ରହିଛି ।

ବହୁ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଦୁର୍ବଳ ଭିତ୍ତିଭୂମିରେ ଦୁଇ ଦୁଇଟି ପରୀକ୍ଷା ପରିଚାଳନା ଅସୁବିଧା ହୋଇପାରେ ବୋଲି ଶିକ୍ଷାବିତ୍ ମତ ଦେଇଥିବାବେଳେ ଅଭିଭାବକ କହିଛନ୍ତି ଦୁଇ ଦୁଇଟି ପରୀକ୍ଷା ପିଲାଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ । ତେଣେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର, କେନ୍ଦ୍ର ନିୟମର ତର୍ଜମା ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ।

Advertisment

ନୂଆ ଜାତୀୟ ଶିକ୍ଷାନୀତିକୁ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟ ବିରୋଧ କରୁଛନ୍ତି। ଏବେ ଦୁଇ ଦୁଇଟି ବୋର୍ଡ ପରୀକ୍ଷା ନିଷ୍ପତିକୁ ଦେଶର ବିଭିନ୍ନ ରାଜ୍ୟ ବୋର୍ଡ ମାନେ କିଭଳି ଅପଣାଉଛନ୍ତି ତା ଉପରେ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ