୮୦ରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗରେ କର୍ପୋରେଟରଙ୍କ ସ୍ୱାମୀ ଗିରଫ

କଟକ ଅନ୍ଦରପୁରରେ EWS ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଅଭିଯୋଗରେ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି । ୮୦ରୁ ଅଧିକ ଲୋକଙ୍କଠାରୁ ରାଜା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ।

Corporator Husband Arrest

କଟକର ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ ଗିରଫ ପରେ ଆଜି ଜୋରଦାର ଖୋଳତାଡ଼ ଚାଲିଛି । କର୍ପୋରେଟରଙ୍କ କଲ୍ୟାଣୀନଗର ଘରେ ପୋଲିସ ଚଢ଼ଉ କରି ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି । ରାଜା କରଣଙ୍କ ନାଁରେ ପୂର୍ବରୁ ବିଭିନ୍ନ ଲୋକଙ୍କ ଅଭିଯୋଗ ରହିଛି । ଠକେଇ ହୋଇଥିବା ଅଭିଯୋଗରେ ଖୋଳତାଡ଼ କରିବା ସହ ତଦନ୍ତ କରାଯାଉଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

EWS ଯୋଜନାରେ ନିର୍ମାଣ ଘରକୁ ରାଜା କରଣ ପୂର୍ବରୁ ବିକି ଦେଇଥିବାର ଶୁଣିବାକୁ ମିଳିଛି । ତାସହ ରାଜାଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଇ, ଠକେଇ ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯାଉଛି । କଟକ ଅନ୍ଦରପୁରରେ EWS ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଅଭିଯୋଗରେ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି । ୮୦ରୁ ଅଧିକ ଲୋକଙ୍କଠାରୁ ରାଜା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ।