Wedding Invitation Scam Alert: ସାବଧାନ ! ହ୍ବାଟ୍ସଆପ୍‌କୁ ବିବାହ ନିମନ୍ତ୍ରଣ ଆସୁଛି କି ? କ୍ଲିକ୍ କଲେ ହୋଇପାରନ୍ତି ଠକାମୀର ଶିକାର...

ଆପଣଙ୍କ ମୋବାଇଲରେ ହ୍ବାଟସଆପକୁ ବିବାହ ନିମନ୍ତ୍ରଣ ଆସୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନାଁ ଅନଲାଇନ ଇନଭିଟେସନ୍ ନାଁରେ APK ବା ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ ଫାଇଲ ପଠାଉଛନ୍ତି ସାଇବର ଲୁଟେରା ।

Fake Wedding Card Scam On WhatsApp 

ସାଇବର ଅପରାଧ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ ଟେକ୍ନୋଲୋଜି ଯେତିକି ଆଗକୁ ବଢ଼ୁଛି, ସେଇ ଅନୁସାରେ ଅପରାଧ ମଧ୍ୟ ବଢ଼ି ବଢ଼ି ଚାଲିଛି । ଦୁନିଆ ଡିଜିଟାଲ ସହ ଯେମିତି ଫାଷ୍ଟ ହେଉଛି, ଅପରାଧୀ ମାନେ ମଧ୍ୟ ଡିଜିଟାଲ ଦୁନିଆରେ ତାଳ ଦେଇ ଆଗକୁ ବଢ଼ିବାରେ ଲାଗିଛନ୍ତି ।

ତେବେ ଆପଣଙ୍କ ମୋବାଇଲରେ ହ୍ବାଟସଆପକୁ ବିବାହ ନିମନ୍ତ୍ରଣ ଆସୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନାଁ ଅନଲାଇନ ଇନଭିଟେସନ୍ ନାଁରେ APK ବା ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ ଫାଇଲ ପଠାଉଛନ୍ତି ସାଇବର ଲୁଟେରା । ଯଦି ଆପଣ ଏହି ଲିଙ୍କ କ୍ଲିକ କରୁଛନ୍ତି ତେବେ, ଆପଣଙ୍କ ମୋବାଇଲର ପୁରା ଆସେସ୍ ଲୁଟେରା ହାତକୁ ପଳାଇବ। 

ଅଧିକ ପଢ଼ନ୍ତୁ: ଗୁଗୁଲ୍‌ରେ ଏ ସବୁ ତଥ୍ୟକୁ ଖୋଜୁଛନ୍ତି କି; ସାବଧାନ, ଜେଲ୍ ହେଇପାରେ

ହିମାଚଳ ପ୍ରଦେଶର ଅନେକ ଲୋକ ଏଭଳି ନୂଆ ଧରଣର ଶିକାର ହେବାପରେ ସତର୍କ କରାଇଛନ୍ତି ସରକାର। ହିମାଚଳ ପୋଲିସର କହିବା ଅନୁସାରେ,  ବିବାହ ନିମନ୍ତ୍ରଣ ନାଁରେ ଆସୁଥିବା ଅଜଣା ଲିଙ୍କରେ କ୍ଲିକ୍ କଲେ ଏକ APK ଫାଇଲ୍ ଡାଉନଲୋଡ୍ ହୋଇଥାଏ । ପରେ ଫୋନ ମାଲୱେର ଦ୍ବାରା ପୁରା ନିୟନ୍ତ୍ରଣ ସାଇବର ଅପରାଧୀ ହାତକୁ ପଳାଇଥାଏ । ଯଦ୍ବାରା ଆପଣଙ୍କ ଫୋନର ବ୍ୟକ୍ତିଗତ ତଥ୍ୟ ଏବଂ ଟଙ୍କା ଲୁଟ ହେବାର ସମ୍ଭାବନା ରହିଥାଏ ।  

ଏପରକି ଆପଣଙ୍କ କଣ୍ଟାକ୍ଟ ଡିଟେଲ୍ସକୁ ହାତକରି ସାଇବର ଅପରାଧୀ ଟଙ୍କା ପାଇଁ ଅନୁରୋଧ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କରିଥାନ୍ତି। ଏଣୁ କୌଣସି ଅଜଣା ମୋବାଇଲ ନମ୍ବରରୁ ଏଭଳି ଲିଙ୍କ ଆସିଲେ କ୍ଲିକ୍ ନକରିବାକୁ କହିଛନ୍ତି  ସାଇବର ଏକ୍ସପର୍ଟ । 

ଏପଟେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଗୁଗୁଲରେ ଏମିତି କିଛି ଶବ୍ଦ ଅଛି ଯାହାକୁ ଟାଇପ୍‌ କଲେ, ହ୍ୟାକର୍ସମାନଙ୍କ ନଜରକୁ ଆପଣ ପ୍ରଥମେ ଆସିଥାନ୍ତି । ତାପରେ ହ୍ୟାକର୍ସମାନେ ଆପଣଙ୍କୁ ଟାର୍ଗେଟ କରନ୍ତି, ଆଉ ଆଟାକ୍‌ କରନ୍ତି । ଏହି ଆଟାକ୍‌ କୌଣସି ବି ପ୍ରକାରର ହୋଇପାରେ । ଆପଣଙ୍କ ବ୍ୟାଙ୍କରୁ ଟଙ୍କା ଲୁଟ ହୋଇପାରେ, କିମ୍ବା ଆପଣଙ୍କ ମୋବାଇଲରେ ଥିବା ଗୋପନୀୟ ତଥ୍ୟ ବି ଲୁଟ୍‌ ହୋଇପାରେ । ଯେମିତିକି ଭବିଷ୍ୟତରେ ଆପଣ ବ୍ଲାକ୍‌ମେଲ୍‌ର ଶିକାର ବି ହୋଇପାରନ୍ତି ।

ହ୍ୟାକର୍ସମାନେ ସର୍ଚ୍ଚ ଇଞ୍ଜିନ୍‌ ମାଧ୍ୟମରେ ନିଜ କମ୍ପ୍ୟୁଟରରେ କିଛି ଶବ୍ଦର କମ୍ବିନେସନ୍‌କୁ ଟାର୍ଗେଟ କରନ୍ତି । ଆଉ ସେଇଭଳି ଶବ୍ଦ ଯିଏ ବି ଗୁଗୁଲରେ ଟାଇପ୍‌ କରନ୍ତି, ସେମାନଙ୍କୁ ଆଟାକ୍‌ କରିବା ପାଇଁ ସାଇବର ଅପରାଧୀମାନେ ପ୍ରସ୍ତୁତ ହୋଇରହିଥାନ୍ତି । ଏନେଇ ସାଇବର ସିକ୍ୟୁରିଟି କମ୍ପାନୀ SOPHOS ସୂଚନା ଦେଇଥିବା, ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ସଂସ୍ଥାର କହିବା କଥା, ୬ଟି ଏମିତି ଶବ୍ଦ ରହିଛି ଯାହାକୁ ଗୁଗୁଲରେ ଟାଇପ୍‌ କଲେ, ଆପଣଙ୍କୁ ଆଟାକ୍‌ କରିବା ପାଇଁ ସାଇବର ଅପରାଧୀଙ୍କୁ ସହଜ ହୋଇଥାଏ ।

ଯେଉଁମାନେ ଗୁଗୁଲ୍‌ରେ ଟାଇପ୍‌ କରିଥାନ୍ତି, ‘Are Bengal Cats legal in Australia?’ ଆଉ ତା’ପରେ ଗୁଗୁଲ୍‌ ପେଜ୍‌ରେ ପ୍ରଥମେ ଯେଉଁ ସବୁ ରେଜଲ୍ଟ ଆସେ, ସେହି ସବୁ ଲିଙ୍କରେ ବାରମ୍ବାର କ୍ଲିକ୍‌ କଲେ, ହ୍ୟାକର୍ସଙ୍କ ଶିକାର ହେବାର ସମ୍ଭାବନା ଅଧିକ ଥାଏ । ଏହାଦ୍ୱାରା ସେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସବୁ ସଂଗ୍ରହ କରିଥାନ୍ତି । ତାପରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ମାଧ୍ୟମରେ ଆପଣଙ୍କୁ ଶିକାର କରିଥାନ୍ତି ।

SOPHOS କହିବାନୁଯାୟୀ, ଲୋକେ ଅଧିକାଂଶ ସମୟରେ ଲୋଭର ବଶବର୍ତ୍ତୀ ହୋଇ ଫ୍ରଡ୍‌ ଲିଙ୍କ୍ ଉପରେ କ୍ଲିକ୍‌ କରନ୍ତି । ଆଉ ସେହି ଲିଙ୍କ୍‌ ମାଧ୍ୟମରେ ସାଇବର ଆଟାକ୍‌ର ଶିକାର ହୋଇଥାନ୍ତି। ଏହି ଲୋଭନୀୟ ଲିଙ୍କ୍ ଗୁଡ଼ିକ ଏକ ପ୍ରକାର ସେମାନଙ୍କର ମାର୍କେଟିଂ ଷ୍ଟ୍ରାଟେଜୀ ।

ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯଦି ଆପଣ ଗୁଗୁଲ୍‌ରେ ଅଷ୍ଟ୍ରେଲିଆ ଟାଇପ୍‌ କରନ୍ତି ତାହାଲେ ଆପଣ ସାଇବର ଅପରାଧୀଙ୍କ ନଜରକୁ ଆସନ୍ତି । ଅର୍ଥାତ୍‌ ଏଥିରୁ ଆମେ ବୁଝିପାରିବା ଯେ ଅଷ୍ଟ୍ରେଲିଆବାସୀ ଅଧିକ ସାଇବର ଆଟାକ୍‌ର ଶିକାର ହୋଇଥାନ୍ତି ।

SOPHOS ଏହା ମଧ୍ୟ ଜୋର ଦେଇ କହିଛି ଯେ, ଯେଉଁମାନେ ଗୁଗୁଲ୍‌ ପେଜ୍‌ରେ ଆସିଥିବା ପ୍ରଥମ ରେଜଲ୍ଟକୁ କ୍ଲିକ୍‌ କରିଥାନ୍ତି ସେମାନେ ସାଇବର ଆଟାକ୍‌ ଶିକାର ବେଶି ହୋଇଥାନ୍ତି । ସାଇବର ଅପରାଧୀ ତାଙ୍କର ସବୁ ତଥ୍ୟ ଚୋରି କରିନେଇଥାଏ । ବ୍ୟାଙ୍କ ଡିଟେଲ୍ସ ସହ ମୋବାଇଲରେ ଥିବା ଅନ୍ୟ ଗୋପନୀୟ ତଥ୍ୟ ଲିକ୍ ହୋଇଯାଏ । Gootloader ନାଁରେ ଥିବା ଏକ ପ୍ରୋଗ୍ରାମ୍‌ ମାଧ୍ୟମରେ ଏହି ସବୁ ତଥ୍ୟ ଚୋରି କରିଥାନ୍ତି ସାଇବର ଅପରାଧୀ । ଏହି ପ୍ରୋଗ୍ରାମ୍‌ର ଏମିତି ବି କ୍ଷମତା ଅଛି, ଯାହାଦ୍ୱାରା ଆପଣଙ୍କ ମୋବାଇଲ ବା କମ୍ପ୍ୟୁଟରକୁ ଲକ୍ କରିଦେଇପାରେ ।

ସାଇବର ଅପରାଧୀମାନେ ‘Bengal Cats’ ଶବ୍ଦକୁ ଯେମିତି ଟାର୍ଗେଟ୍‌ କରନ୍ତି, ସେମିତି ‘SEO Poisoning’ ନାଁରେ ମଧ୍ୟ ୟୁଜର୍ସଙ୍କୁ ଆଟାକ୍‌ କରନ୍ତି ।

ଅଧିକ ପଢନ୍ତୁ: Love Jihad Case: କ'ଣ ଥିଲା ଅଭିଯୁକ୍ତ ସମୀର ମନସୁରର ରେକର୍ଡ, ଆତଙ୍କୀ ନୁହେଁ ତ!