ଅକ୍ଟୋବର ଭଳି ବାତ୍ୟାପ୍ରବଣ ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଡେଲ୍ ମୁତାବକ ଏବେ ଆଉ ଲଘୁଚାପ ନେଇ ସନ୍ଦେହ ନାହିଁ । କିନ୍ତୁ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତା’ର ପ୍ରଭାବ କ’ଣ ରହିବ, କେଉଁଠି ଲ୍ୟାଣ୍ଡ୍‌ଫଲ୍ କରିବ, ସେଥିପାଇଁ ଆଉ ୩-୪ ଦିନ ଅପେକ୍ଷା କରିବାକୁ ପଡ଼ିବ ।