ରାଜ୍ୟରେ ସ୍କ୍ରାପ୍‌ ହେବ ୨୦ ଲକ୍ଷ ୩୯ ହଜାର ୫୦୦ ଗାଡ଼ି। ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍‌ ନଥିବା ସେସବୁ ଗାଡ଼ିକୁ ସ୍କ୍ରାପ୍‌ କରାଯିବ। ଏଥି ମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ ଟି ମୋଟର ସାଇକେଲ/ସ୍କୁଟର ରହିଛି। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।