ଏଇମାତ୍ର କେଇ ଦିନ ତଳର କଥା । ଚିକିତ୍ସା ପାଇଁ ଦିଲ୍ଲୀ ଯିବାବେଳେ କହିଥିଲେ, ଫେରି ଆସିବେ ବୋଲି । ପ୍ରତିଶ୍ରୁତି ଦେଇଥିଲେ ଅଭିନୟ ମାଧ୍ୟମରେ ପୁଣି ଥରେ ହସାଇବେ ଆଉ ସମସ୍ତଙ୍କ ଗହଣରେ ଜୀବନ କାଟିବେ ବୋଲି । ହେଲେ ମୃତ୍ୟୁ ଆଗରେ ମିଛ ହୋଇଗଲା ସବୁ ପ୍ରତିଶ୍ରୁତି । ଅଫେରା ରାଇଜକୁ ଫେରିଯାଇଛନ୍ତି ପୋଖତ ଅଭିନେତା ପିଣ୍ଟୁ ନନ୍ଦ ।