ମଧ୍ୟବିତ୍ତଙ୍କୁ ଲୁଟିବା ଲାଗି ନଗର ଉନ୍ନୟନ ବିଭାଗର ମସୁଧା । ମହଙ୍ଗା ହେବ ସହରାଞ୍ଚଳରେ ଘର ନିର୍ମାଣ। ଜମି ମୂଲ୍ୟର ୩୦ ପ୍ରତିଶତ ହେବ ପ୍ଲାନ୍ ଆପ୍ରୁଭାଲ ଫି। ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ନୂଆ ଡ୍ରାଫ୍ଟ ପଲିସିକୁ ନେଇ ଚିନ୍ତାରେ ଘର ତୋଳିବାକୁ ସ୍ବପ୍ନ ଦେଖୁଥିବା ଲୋକେ। ଗତ ୨୧ ତାରିଖରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ସ ପକ୍ଷରୁ ଆସିଛି ସଂଶୋଧିତ ଡ୍ରାଫ୍ଟ ପଲିସି। ଏହାଦ୍ୱାରା ୨୦୧୭ ପରେ ଯେଉଁମାନେ ୯ ମିଟରରୁ କମ୍ ଚଉଡ଼ା ରାସ୍ତା ଥିବା ପ୍ଲଟ କିଣିଥିବେ ଅଡୁଆରେ ପଡ଼ିବେ।