ଚାଷୀଙ୍କ ଉପରେ ଦାଉ ସାଧୁଛନ୍ତି ଇନ୍ଦ୍ର ଦେବତା । ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ପୁଣି ଚାଷୀଙ୍କ ଉପରେ ଇନ୍ଦ୍ରଦେବତାଙ୍କ କୋପ । ଅଦିନିଆ ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ି ରହିଥିବା ଧାନ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ହେଉଛି । କିଛି ସମୟ ବନ୍ଦ ରହିବା ପରେ ପୁଣି ବର୍ଷା ଏହି ବର୍ଷାରେ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଥିବା ଲକ୍ଷ ଲକ୍ଷ ବସ୍ତା ଧାନ ଭିଜି ଗଲାଣି । ଏହି ଓଦା ଧାନକୁ ଏବେ ମିଲରମାନେ ନେବେ କି ନାହିଁ, ନେଲେ କେତେ କଟନି ଛଟନି କରିବେ, ତାର ଭୟରେ ଚାଷୀ ଚିନ୍ତିତ ।