ଶ୍ରୀଲଙ୍କାରେ ସାଂଘାତିକ ସ୍ଥିତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶଛାଡି ମାଳଦ୍ୱୀପ ପଳାଇବା ପରେ ଆହୁରି ଉଗ୍ର ହୋଇଛି ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଙ୍ଘେଙ୍କ ବାସଗୃହ ଓ ଅଫିସରେ ଧସେଇ ପଶିଛନ୍ତି ହଜାର ହଜାର ଲୋକ । ସେହିପରି ପାର୍ଲାମେଣ୍ଟ ନିକଟରେ ବି ଆନ୍ଦୋଳନକାରୀ ରୁଣ୍ଡ ହୋଇଛନ୍ତି । ଚରମ ବିଶୃଙ୍ଖଳା ଭିତରେ ପ୍ରଧାନମନ୍ତ୍ରୀ ବିକ୍ରମେସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି ବାଚସ୍ପତି ।