ସଂକ୍ଷେପରେ ଆଜିର ତାଜା ଖବର - Thursday, 03 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହିତାଧିକାରୀଙ୍କ ଅର୍ଥ ସ୍ୱାହା, ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ, ଅନ୍ୟ ବ୍ୟାଙ୍କରୁ ଟଙ୍କା ହଡ଼ପ !

ପିଏମ୍ ଆବାସ ଯୋଜନା ଟଙ୍କା ଆତ୍ମସାତ ଅଭିଯୋଗ । ଶ୍ରମିକ କାର୍ଡ କରିବାକୁ କହି ଆକାଉଣ୍ଟ ଖୋଲି ଟଙ୍କା ହଡପ ଅଭିଯୋଗ । More

‘ଶିଳ୍ପ ହବ୍ ହେବ ଓଡ଼ିଶା’, ବିଶ୍ୱସ୍ତରୀୟ ନିବେଶକଙ୍କୁ ଡାକି ଆଣିବ ଓଡ଼ିଶା

୨୦୨୫ ଶିଳ୍ପ କନକ୍ଲେଭ-ଉତ୍କର୍ଷ ଓଡ଼ିଶା ପୂର୍ବରୁ ଆମ୍ବାସଡର୍ସ ମିଟ । ଦିଲ୍ଲୀରେ ଆମ୍ବାସଡର୍ସ ମିଟରେ ୩୪ ଦେଶର ପ୍ରତିନିଧିଙ୍କ ସହ କଥା ହେଲେ ସିଏମ୍ । More

ବବିଙ୍କ ଆକାଂକ୍ଷାରେ ପାଣି ଫଟେଇ ଦେଲେ କି ସୁଜାତା ?

ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା । More

ଓଡ଼ିଶା ଜଙ୍ଗଲରେ କଲରା ପତରିଆ ବାଘଙ୍କ ରାଜ୍

ରାଜ୍ୟରେ ଏବେ ୬୯୬ ଲିଓପାର୍ଡ, ୨ ବର୍ଷରେ ବଢ଼ିଛନ୍ତି ୧୨୮ । More

ହାଇକୋର୍ଟ ଦେଲେ ଅନୁମତି, ବଜାଅ ଡିଜେ !

ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More

ପୁଣି ଧରା ହେଲା କଟକରେ ନକଲି ଘିଅ

ସୋୟାବଡି ପାଇଁ ଲାଇସେନ୍ସ ନେଇ ଖୋଲିଥିଲେ ନକଲି ଘିଅ କାରଖାନା । ରେଡ୍ ବେଳେ ମିଳିଲା ବିପୁଳ ନକଲି ଘିଅ ଓ ଅନ୍ୟ ସାମଗ୍ରୀ । More

ତେଜୁଛି RI ପରୀକ୍ଷା ଅସନ୍ତୋଷ, OSSSC କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଉଠିଲା ପ୍ରଶ୍ନ

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟୁଛି... ସହିବାର ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ତେଜିଛି ଅସନ୍ତୋଷ । ସରକାରୀ ଚାକିରି ଖଣ୍ଡିକ ଆଶାରେ ଥିବା ମଧ୍ୟବିତ୍ତ ପିଲାଙ୍କ ମଧ୍ୟରେ ବଢ଼ିଛି ଉତ୍ତେଜନା । More

ପାଇଲଟ୍‌ ହେବାକୁ ସ୍ୱପ୍ନ ଦେଖୁଛି ଗରିବ ଝିଅ

ଏ କୁନି ହାତ ତତଲା କଡେଇରୁ ବାହାରକରୁଛି ଗରମ ଗରମ ପୁରି... ପାଖରେ ମାଆ ଅଟା ଦଳି ପୁରି ବେଲି ଝିଅକୁ ବଢ଼ାଇ ଦେଉଛନ୍ତି... ଗରମ କଡେଇ ପାଖରେ ଛିଡା ହୋଇ ପୁରି ସାଙ୍ଗକୁ ସିଙ୍ଗଡ଼ା, ବରା, ଚାଓମିନ୍‌ ରୋଲ ଭଳି ବିଭିନ୍ନ ଖାଦ୍ୟ ଜିନିଷ ତିଆରି କରୁଛନ୍ତି ଏ ମା’ ଝିଅ । More

Panchang Today 3rd October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ ଗୃହ ଶାନ୍ତି ପୂଜା

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ବବି ଲଢ଼ିବେ କି ଯାଜପୁର ଉପନିର୍ବାଚନ ?

‘ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ।’ More

ସାରା ଦୁନିଆ ଦେଖିବ 'କଳାବତୀ'ର କରିସ୍ମା ଅପପୁଷ୍ଟି ରୋକିବ, ଶିଶୁ ଖାଦ୍ୟର ସଂଜ୍ଞା ବଦଳାଇବ !

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ ସ୍ବତନ୍ତ୍ର ଶିଶୁଖାଦ୍ୟ । ମୂଷାଙ୍କ ଠାରେ ଉପାଦେୟ ସାବ୍ୟସ୍ତ ହେଲା 'ନ୍ୟୁଟ୍ରିନେଷ୍ଟ୍' । More

କାହିଁକି ବଦଳିଲା ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଉତ୍ତର ରଖିଲେ ମନ୍ତ୍ରୀ...

କାହିଁକି ବଦଳିଲା ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଏହାର ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।  More

କୋରାପୁଟ ମେଡିକାଲ୍ କଲେଜ-ହସ୍ପିଟାଲରେ ଶୋଚନୀୟ ଅବସ୍ଥା ! ଚିକିତ୍ସା କମ୍, ରେଫର୍ ବେଶୀ

ଅଲଟ୍ରାସାଉଣ୍ଡ, ଆମ୍ବୁଲାନ୍ସ ଓ ପରିମଳରେ ବି ଅବ୍ୟବସ୍ଥା ! ଅଭିଯୋଗକୁ ନେଇ ଜିଲ୍ଲା ପରିଷଦ ବୈଠକରେ ଉଦବେଗ । More

‘୫ ବର୍ଷରେ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ନେଇ ଲକ୍ଷ୍ୟ ରହିଛି’

ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ଯିବା ପୂର୍ବରୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ 5 ବର୍ଷରେ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।  More