ସଂକ୍ଷେପରେ ଆଜିର ତାଜା ଖବର - Thursday, 19 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାସ୍ତାରେ ପାଗଳ ପରି ବୁଲୁଥିଲେ, ଏବେ ସ୍କୁଲରେ ପିଲାଙ୍କ ପ୍ରିୟ ଶିକ୍ଷକ !

ଚିତ୍ରାଙ୍କନ ଶିଖାଉଥିବା ବୃଦ୍ଧଙ୍କୁ ନେଇ ସବୁଠି ଚର୍ଚ୍ଚା । ଯାଜପୁର ଦରାଜପୁର ପ୍ରୋଜେକ୍ଟ ବିଦ୍ୟାଳୟରେ ଶିଖାଉଛନ୍ତି ଚିତ୍ରାଙ୍କନ । More

ବଢ଼ିଆଳ: ଚାଷୀ ବିକୁଚନ୍ତି ୨୦୦ରେ ଦୋକାନୀ ବିକୁଛି ୧୦୦୦ !

ରାଜ୍ୟ ତଥା ବାହାରକୁ ଯାଉଛି କୋରାପୁଟ ସୀତାଫଳ । ପ୍ରତିଦିନି ନାରାୟଣପାଟଣାରୁ ଯାଉଛି ଟ୍ରିପ୍ ଟ୍ରିପ୍ ସୀତାଫଳ । More

ରିଲ୍ସ କୁଇନ୍ ରୁକ୍ସାନାଙ୍କ ମୃତ୍ୟୁ ସସ୍ପେନ୍ସ ! ଡାକ୍ତର କହିଲେ ସ୍କ୍ରବ୍‌ ଟାଇଫସ୍‌, ମାଆ କହୁଛନ୍ତି ସ୍ଲୋ ପଏଜନ୍‌

ଜୁସରେ ବିଷ ଥିଲା ବୋଲି ରୁକସାନାଙ୍କ ମାଆ କେଉଁ ଆଧାରରେ ଦାବି କରୁଛନ୍ତି ? ଏସବୁ ଦିଗକୁ ତଦନ୍ତ କରି ପୋଲିସ ଏହା ଉପରୁ କେବେ ପରଦା ଉଠାଉଛି, ତା ଉପେର ସମସ୍ତଙ୍କ ନଜର। More

ଭରତପୁର ଥାନାର ନିର୍ଯାତନା କାହାଣୀ ! କୋହଭରା କଣ୍ଠରେ ବଖାଣିଲେ ମେଜରଙ୍କ ବାନ୍ଧବୀ

କହିଲେ ଥାନାରେ ମହିଳା ପୋଲିସ ମାରିଥିଲେ ମାଡ଼ । ଦୁଷ୍କର୍ମ ପାଇଁ ଧମକ ଦେଇଥିଲେ ଆଇଆଇସି । More

କେଉଁଠି ସିସିଟିଭି ନାହିଁ, ତ କେଉଁଠି ନାହାନ୍ତି ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ; ସୁରକ୍ଷିତ ମଣୁନାହାନ୍ତି ମହିଳା ଡାକ୍ତର

କୋଲକାତା ଅଭୟା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ଡାକ୍ତର, ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରକାଶ ପାଇଛି ତତ୍ପରତା। More

ସାଂଘାତିକ ବନ୍ୟା ସ୍ଥିତି ! କେଉଁଠି ପାଣି ତ କେଉଁଠି ଖାଦ୍ୟ ପାଇଁ ହାହାକାର...

ଗ୍ରାଉଣ୍ଡ ଜିରୋରେ ବିପନ୍ନଙ୍କ ଦୁର୍ଦ୍ଦଶା ପରଖିଲା ଓଟିଭି । ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମ ଗେଟ୍ ଖୋଲିବାରୁ ସ୍ଥିତି ଅଣାୟତ୍ତ ଚର୍ଚ୍ଚା । More

ରେଶମ ସହରରେ ବଢୁଛି ବିଷ ବେପାର; ଏବେ ମୁଣ୍ଡ ଟେକିଛି ବେଆଇନ ଗୁଟଖା ବେପାର...

ରେଡ୍ ପରେ ରେଡ୍ ହେଉଛି, ନକଲି ସାମଗ୍ରୀରେ ଲାଗିପାରୁନି ରୋକ୍ । ଘିଅ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡଠୁଁ ନେଇ ତେଲରେ ଅପମିଶ୍ରଣ । ଏବେ ମୁଣ୍ଡ ଟେକିଛି ବେଆଇନ ଗୁଟଖା ବେପାର ।  More

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ

ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି । More

ପୁଣି ରାଜଧାନୀରେ ଫୁଟିଲା ବୋମା, ନାବାଳକ ଆହତ

ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ସିରିଜ୍ ବୋମାମାଡ଼ । କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ବରହମପୁର ଗଳିର ଅଘଟଣ । ଜଣେ ନାବାଳକ ଆହତ, ଖୋଳତାଡ଼ କରୁଛି ପୋଲିସ୍ More

ବାଲେଶ୍ୱରରେ ବନ୍ୟା ବିତ୍ପାତ୍,ନଦୀ ବନ୍ଧ ଉପରେ ରାତି କାଟିଲେ ବିପନ୍ନ

ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ବେକେ ଉଚ୍ଚର ପାଣି। ବାଲେଶ୍ବର ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି । କୁମ୍ଭୀରଗଡ଼ି ପଞ୍ଚାୟତର ୫ ଗାଁର ୩ ଶହ ପରିବାର ନଦୀ ବନ୍ଧରେ । More

Panchang Today 19th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ନିଶାନ୍ତ ୦୫.୧୫ ଗତେ ମେଷ । ତିଥି- ୨ୟା ରାତ୍ରି ୧୨.୪୦ ଗତେ ୩ୟା । More

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁରକ୍ଷା ଗାଇଡଲାଇନ୍‌, ଏଣିକି OPDରେ ରହିବେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ

ସେହିପରି ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ । ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ । More

କାହିଁକି ବିରିଜାବରେ ବର୍ଷତମାମ ବନ୍ଦ ରୁହେ ମା’ ଜାଗୁଳେଇଙ୍କ ମୁହଁ ?

ମା’ ଜାଗୁଳେଇଙ୍କ ପ୍ରସିଦ୍ଧ କାଠିଯାତ୍ରା ପାଳିତ, ଆଗାମୀ ବର୍ଷ ପର୍ଯ୍ୟନ୍ତ ବିରିଜାବରେ ମା’ଙ୍କ ମୁହଁ ବନ୍ଦ ରୁହେ କାହିଁକି ? More

5-T ସ୍କୁଲ ନାଁରେ କେଳେଙ୍କାରୀର କଳା ଫର୍ଦ୍ଦ; ସାର ଦୋକାନ ନାଁରେ ହୋଇଛି ସିମେଣ୍ଟ କିଣା ବିଲ୍ !

ପୁଣି ଫାଇଭ୍-ଟି ସ୍କୁଲ ନାଁରେ କେଳେଙ୍କାରୀର କଳା ଫର୍ଦ୍ଦ ! ୯୦ ବର୍ଷୀୟ ବୃଦ୍ଧଙ୍କୁ ନାଁରେ ଉଠିଛି ମନରେଗା ଟଙ୍କା ! ବାଲେଶ୍ବର ଜିଲ୍ଲାରେ ୫ କୋଟିର ଦୁର୍ନୀତି ଅଭିଯୋଗ ହୋଇଛି ।  More

ମାଡ଼ି ଆସିଛି ବନ୍ୟା...ବୁଡ଼ିଛି ଗାଁ, ଭାସୁଛି ଚୂଲି ଚାଳ

ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର। ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ, ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା। More

ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍; ନେଟୱର୍କ ନଥିବାରୁ ପାହାଡ଼ ଚଢୁଛନ୍ତି ହିତାଧିକାରୀ...

ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି ।  More