ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିର୍ବାଚନୀ ହିଂସା ! ଆଠଗଡ଼-ଭୁବନେଶ୍ୱର-ବରଗଡ଼ରେ ବିଜେପି-ବିଜେଡି ମାରପିଟ୍

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ ବିଜେପି କର୍ମୀ। ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲା ବିଜେପି। More

ଯାଞ୍ଚ ବେଳେ ଗାଡ଼ିରୁ ଧରାପଡ଼ିଲା ୧୫ କେଜି ସୁନା !

ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ। More

ଆସିଲା ADR ରିପୋର୍ଟ; ଦିଲୀପ ରାୟ ସବୁଠୁ ଧନୀ, ତୃତୀୟରେ ନବୀନ

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍। More

ବୈଜୟନ୍ତଙ୍କ ମନ୍ତବ୍ୟକୁ କଦର୍ଥ କରିଥିଲା ବିଜେଡି, ଅଫିସ୍ ଦେଲା ଉତ୍ତର

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ମିଳିଲା । More

ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି; ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡ଼ା

ପର୍ଶୁରାମ ଧଡ଼ା ହେଲେ ବିଜେପିର ନୂଆ ପ୍ରାର୍ଥୀ। ଏନେଇ ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। More

କାଲି କଟକରେ ଶାହଙ୍କ ପାୱାର ସୋ'

ଚଳିତ ନିର୍ବାଚନ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକରେ ଏକ ଭବ୍ୟ ରୋଡ଼ ଶୋ ରେ ଯୋଗ ଦେବେ। More

ପ୍ରଦୀପ-ଶିବଶଙ୍କର ହାତାହାତି; ଆହତ ପ୍ରଦୀପଙ୍କୁ ଏମସ୍‌ ସ୍ଥାନାନ୍ତର

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍‌ ସ୍ଥାନାନ୍ତର କରାଯାଇଛି। More

ସରିଲା ପ୍ରଥମ ଦଫା ଲଢ଼େଇ; ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି। More

ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ବିଜେଡି ନେତ୍ରୀଙ୍କ ନାଁ ଅପୂର୍ବ ଅପରୂପା ଏବଂ ସେ ଜଣେ ବିଜେଡି ପ୍ୟାନେଲିଷ୍ଟ ବୋଲି ଜଣାପଡ଼ିଛି । More

ନିର୍ବାଚନୀ ହିଂସା ! ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ପ୍ରଦୀପ-ଶିବଶଙ୍କର ହାତାହାତି

ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। More

ଭୋଟ ସରିଲା, ନେତାଙ୍କ ଟେନସନ୍‌ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ। More

‘ନବୀନ ବାବୁ ଗୃହବନ୍ଦୀ, କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ’

ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ସମାଲୋଚନା ପରେ ଆଟାକିଂ ମୋଡରେ ବିଜେପି। ରାଜ୍ୟ ବିଜେପିର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଏକାସାଙ୍ଗରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍। More

ଭୋଟ୍ ଆରମ୍ଭରୁ ହଙ୍ଗାମା ! ଚିକିଟି-ବ୍ରହ୍ମପୁର-ନବରଙ୍ଗପୁର ଝରିଗାଁରେ ଉତ୍ତେଜନା...

ବିଭିନ୍ନ ବୁଥରେ ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ପରିସ୍ଥିତି ସମ୍ଭାଳିବାକୁ ପୋଲିସର ଲାଠି ଚାଳନା । More