Advertisment

କାହିଁକି ବୁଡ଼ିଲା ଗୁଜରାଟ; ପାଣିପାଗ ବିଜ୍ଞାନୀ କହିଲେ ବଡ଼ କାରଣ...ଜାଣନ୍ତୁ

ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।

ଅଦ୍ୟତନ ହୋଇଛି
Why Gujarat Experiencing Floods

Flood

Advertisment

ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଦେଖାଦେଇଛି। ଚାରି ଆଡେ ପାଣି ଆଉ ପାଣି। ଘର ଦ୍ୱାର ବୁଡିଯାଇଛି। ଲୋକମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟସ୍ଥଳୀ ଖୋଜୁଛନ୍ତି । ଏହାରି ଭିତରେ ବନ୍ୟାରେ ୨୯ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଗୁଜରାଟରେ ଏତେ ପରିମାଣର ବର୍ଷା କାହିଁକି ହେଉଛି? କଣ ରହିଛି ଏହା ପଛର ପ୍ରକୃତ କାରଣ? ଆସନ୍ତୁ ଜାଣିବା...

Advertisment

ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି। ଯାହାକୁ ନେଇ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ପ୍ରଥମଥର ପାଇଁ ପ୍ରବଳ ବର୍ଷା ପରେ ବନ୍ୟାସ୍ଥିତି ଉପୁଜିବା ସହ ଧନଜୀବନ ହାନି ହୋଇଛି।

ଅଧିକ ପଢ଼ନ୍ତୁ: ବର୍ଷା ପରେ ଜଳପ୍ରଳୟ; ଦିଲ୍ଲୀର ହାଲ୍ ବେହାଲ୍‌, ଗୁଜରାଟରେ ସ୍ଥିତି କହିଲେ ନସରେ

Advertisment

ଏହା ପଛର କାରଣ କଣ ରହିଛି ସେନେଇ ତର୍ଜମା ଚାଲିଛି। ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଏହାର ପଛର କାରଣ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଲଗାତାର ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଏହି ଢାଞ୍ଚାରେ ପରିବର୍ତ୍ତନ ଆସିଛି। ପୂର୍ବରୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ବିହାର ପରି ରାଜ୍ୟ ମୌସୁମୀ ସମୟରେ ଜଳମଗ୍ନ ହେଉଥିବା ବେଳେ ବର୍ତ୍ତମାନ ଗୁଜରାଟ, ରାଜସ୍ଥାନ ପରି ଶୁଷ୍କ ରାଜ୍ୟଗୁଡ଼ିକରେ ବନ୍ୟା ପରିସ୍ଥିତି ଉପୁଜୁଛି।

ସାଧାରତଃ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରେ। ପରେ ଏହା ବିହାର, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବ ଦେଇ ଗତି କରିଥାଏ। ମାତ୍ର ଏଥର ଏହା ଗତପଥ ପରିବର୍ତ୍ତନ କରିଛି। ଏହା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନ ଦେଇ ପଶ୍ଚିମ ଦିଗକୁ ଗତି କରୁଛି ।

Advertisment

ଘରୋଇ ପାଣିପାଗ ପୂର୍ବାନୁମାନ ଏଜେନ୍ସି ସ୍କାଏମେଟର ଉପାଧ୍ୟକ୍ଷ ମହେଶ ପାଲୱାଟଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ହେଉଛି ସବୁଠାରୁ ବଡ କାରଣ। ଏହି କାରଣରୁ ରାଜ୍ୟଗୁଡିକରେ ବର୍ଷାର ଢାଞ୍ଚାରେ ପରିବର୍ତ୍ତନ ଆସିଛି। ଚଳିତ ବର୍ଷ ବଙ୍ଗୋପସାଗରରେ ଚାରୋଟି ଲଘୁଚାପ ଏବଂ ଦୁଇଟି ଅବପାତ ସୃଷ୍ଟି ହୋଇଥିଲା। ଏସବୁ ଉତ୍ତର-ପଶ୍ଚିମ ଦେଇ ପୁଣି ପଶ୍ଚିମ ଆଡକୁ ମୁହାଁଇଥିଲେ।

କେବଳ ଚଳିତବର୍ଷ ନୁହେଁ ଲଗାତାର ଚାରି-ପାଞ୍ଚ ବର୍ଷ ଧରି ଏହି ରୁଟ୍‌ରେ ଏହା ଯିବାକୁ ଚେଷ୍ଟା କରୁଛନ୍ତି। ବଢୁଥିବା ତାପମାତ୍ରା ବର୍ଷାର ଢାଞ୍ଚା ବା ପାର୍ଟନରେ ପରିବର୍ତ୍ତନ ଆଣିଛି। ଯେଉଁ କାରଣରୁ ଶୁଷ୍କ ଅଞ୍ଚଳ ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରି ରାଜ୍ୟରେ ସାଧାରଣ ଅପେକ୍ଷା ଅତି ପ୍ରବଳ ବର୍ଷା ହେଉଛି।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୋମାସେନ ରୟଙ୍କ କହିବା ମୁତାବକ, ପଶ୍ଚିମବଙ୍ଗ ଆଡ଼କୁ ଅନେକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେଗୁଡିକର ସଂଖ୍ୟା ବୃଦ୍ଧି ପାଉଛି। ଯେଉଁଥିପାଇଁ ଅନିୟମିତ ଭାବରେ ବର୍ଷା ହେଉଛି । ଅଗଷ୍ଟ ମାସରେ ଅଧିକ ଲୋ-ପ୍ରେସର ସିଷ୍ଟମ ଦେଖାଯାଏ । ଯେଉଁଥିପାଇଁ ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥାଏ। ଏହା ଏକ ସାଧାରଣ ପ୍ରକ୍ରିୟା | ପାଣିପାଗ ଢାଞ୍ଚାରେ କୌଣସି ପରିବର୍ତ୍ତନ ହୋଇନି। ପଶ୍ଚିମ ଦିଗରେ ମୌସୁମୀ ବର୍ଷାର ଗତି ଏକ ସାଧାରଣ ପ୍ରକ୍ରିୟା ଯାହା ପ୍ରାୟତଃ ଦେଖାଯାଏ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ: ୬୦ବର୍ଷରୁ କମ୍ ବୟସରେ ହେବ ମୃତ୍ୟୁ !

Heavy Rainfall Low Pressure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ