Advertisment

ଗତ ୫ ବର୍ଷ ମଧ୍ୟରେ ଏଭଳି ବର୍ଷା ହୋଇନି: ପାଣିପାଗ ବିଜ୍ଞାନୀ

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ୁଛି। ମହାନଦୀର କେତେକ ଶାଖା ନଦୀର ଜଳ ସ୍ତର ବଢ଼ୁଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, ବଂଶଧରା, ରୁଷିକୁଲ୍ୟାରେ ଜଳସ୍ତର ବଢୁଛି। ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି।

ଅଦ୍ୟତନ ହୋଇଛି
Coastal Sea Beach

Coastal Sea Beach

Advertisment

ଭୁବନେଶ୍ୱର: ଗତ ୩୬ ଘଣ୍ଟାରେ ଯେଭଳି ବର୍ଷା ହୋଇଛି, ତାହା ଅଧା ରାଜ୍ୟବାସୀଙ୍କ ଜନଜୀବନକୁ ହନ୍ତସନ୍ତ କରିଦେଇଛି। ତଥାପି କମୁନି ବର୍ଷାର ପ୍ରକୋପ।ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ପାଞ୍ଚ ଜିଲ୍ଲାକୁ ଆଜି ପାଇଁ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ଆଉ ୧୦ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ। ସେହିପରି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜ। 

Advertisment

ବର୍ଷା ବିତ୍ପାତ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୫ଟି ସ୍ଥାନରେ ୩୦୦ମିମି.ରୁ ଅଧିକ ବର୍ଷା ହୋଇଛି। ଅସ୍ତରଙ୍ଗରେ ୫୩୦ ମିମି. ଓ କାକଟପୁରରେ ୫୨୫ ମିମି, ଜଗତସିଂହପୁର ବାଲିକୁଦାରେ ୪୪୦ ମିମି, କଟକ କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀରେ ୩୪୨.୫ ମିମି ବର୍ଷା ସହ ଗତ ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ମୋଟ ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏହାସହ ଗତ ୫ ବର୍ଷ ଭିତରେ ଏଭଳି ବର୍ଷା ହୋଇନଥିବା ସେ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ନିଅଣ୍ଟିଆ ବର୍ଷା ପୂରଣ ହେଲେ ବି ନୂଆ ବିପଦ ଆଣିପାରେ। ଉପରମୁଣ୍ଡରେ ବର୍ଷା ହେଲେ ବନ୍ୟା ସୃଷ୍ଟି ହୋଇଥାଏ। କମ୍ ସମୟରେ ଅଧିକ ବର୍ଷା ହେଲେ ଅକସ୍ମାତ ବନ୍ୟା ହୋଇଥାଏ। ଉପକୂଳରେ ଆଜି ସନ୍ଧ୍ୟା ପରେ ପାଗରେ ଟିକେ ପରିବର୍ତ୍ତନ ହେବ। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ କିନ୍ତୁ ବର୍ଷା ଲାଗି ରହିବ।

Advertisment

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ୁଛି। ମହାନଦୀର କେତେକ ଶାଖା ନଦୀର ଜଳ ସ୍ତର ବଢ଼ୁଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, ବଂଶଧରା, ରୁଷିକୁଲ୍ୟାରେ ଜଳସ୍ତର ବଢୁଛି। ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି।

Odisha Weather Rain In Odisha Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ