Advertisment

ନିଇତି ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି, ୪୬.୪ ଡିଗ୍ରୀରେ ବାରିପଦା ଅଗ୍ନିପିଣ୍ଡୁଳା

ନିଇତି ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଆଜି ୪୬.୪ ଡିଗ୍ରୀରେ ବାରିପଦା ଅଗ୍ନି ପିଣ୍ଡୁଳା ସାଜିଥିବାବେଳେ ୪୫ ଡିଗ୍ରୀ ସହ ଜଳିଛି ଭୁବନେଶ୍ୱର ସହର।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ବାଲେଶ୍ୱରରେ ଅଗ୍ନି ପିଣ୍ଡୁଳା ! ଭୁବନେଶ୍ୱରରେ ନିଆଁ ହୁଳା ! ଦିନ ୧୧ଟା ପରେ ଭୟଙ୍କର ରୌଦ୍ର ତାପରେ ସିଝୁଥିଲା ରାଜଧାନୀ ସହ ରାଜ୍ୟର ଅନ୍ୟତମ ପ୍ରମୁଖ ସହର। ଆଜି ଚଳିତ ବର୍ଷର ରେକର୍ଡ ବ୍ରେକ୍ କରିଛି ବାଲେଶ୍ୱରରେ ତାତି । ଦିନ ଅଢ଼େଇଟା ସୁଦ୍ଧା ସେଠି ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱରରେ ଥିଲା ୪୫.୪ ଡିଗ୍ରୀ ମୁଣ୍ଡଫଟା ଖରାର ରାଜୁତି । ସେମିତି ବାରିପଦା, ଟିଟିଲାଗଡ଼, ଅନୁଗୁଳ ଓ ସୁନ୍ଦଗରଡ଼ ଆଦି ସ୍ଥାନରେ ବି ତାତିର ଅସହ୍ୟ କୋପ । ସକାଳ ୮ଟା ପରଠୁ ପ୍ରଚଣ୍ଡ ଖରା ସହ ତାଳ ଦେଇ ଜନଜୀବନକୁ କଲବଲ କରି ଦେଉଥିଲା ଗୁଳୁଗୁଳି ।

Advertisment

ପାଣିପାଗ ବିଭାଗର ଆକଳନ, ମେ’ ଦ୍ୱିତୀୟ ସପ୍ତାହ ଯାଏଁ ଏମିତି କଲବଲ କରିବ ତାତି । ମେ’ ୨ରୁ ୪ ମଧ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଖସିପାରେ ପାରଦ । ହେଲେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସେମିତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ରାଜ୍ୟରେ ବଢ଼ି ଚାଲିଛି ଅଂଶୁଘାତ। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ୩୬୭ ଜଣ ଅଂଶୁଘାତ ଓ ତାତିଜନିତ ଅସୁସ୍ଥତା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୬୦ ଓ ମୟୂରଭଞ୍ଜରୁ ୫୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ ବାଲେଶ୍ୱର ଓ ଢେଙ୍କାନାଳରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ସ୍ୱାସ୍ଥ୍ୟ ବିଭାଗ ।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅତ୍ୟଧିକ ଖରା ଯୋଗୁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ଦେଖାଦେବାର ଆଶଙ୍କା ରହିଛି। ଏଣୁ ଲୋକମାନେ ପିକ୍ ଆୱାରରେ ଘର ଭିତରେ ରୁହନ୍ତୁ । ଖରା ଯୋଗୁ ମୁଣ୍ଡ ବୁଲାଇଲେ, ଜିଭ ଶୁଖିଗଲେ କିମ୍ବା ବାନ୍ତି ଲାଗିଲେ, ତୁରନ୍ତ ଛାଇକୁ ଯିବା ସହ ଓଦା କପଡ଼ାରେ ବିଞ୍ଛିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ପାଣିପାଗ ବିଭାଗର ତଥ୍ୟ କହୁଛି, ଏହାପୂର୍ବରୁ ୧୯୭୬ ମସିହା ଏପ୍ରିଲ ୨୬ରେ ଟିଟଲାଗଡ଼ରେ ୪୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି ୧୯୭୩ ଏପ୍ରିଲ ୨୨ରେ ବଲାଙ୍ଗୀରରେ ୪୯ ଡିଗ୍ରୀ ଛୁଇଁଥିଲା ପାରଦ। ଆଉ ଆଜି ବାଲେଶ୍ୱର ସହରର ୪୬ ଡିଗ୍ରୀ ତାପମାତ୍ରା, ସହରର ଏପ୍ରିଲ ମାସର ସର୍ବକାଳୀନ ରେକର୍ଡ ପାଲଟିଛି।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ