Advertisment

ଆସୁଛି ବାତ୍ୟା ! ଏହା ପୂର୍ବରୁ କ'ଣ କରିବେ ଓ କ'ଣ କରିବେ ନାହିଁ, ଜାଣନ୍ତୁ...

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତ ରହିବେ ? କ'ଣ ସବୁ କରିବା ଉଚିତ୍‌ ଓ କ'ଣ ସବୁ କରିବା ଅନୁଚିତ୍‌, ଜାଣନ୍ତୁ...

ଅଦ୍ୟତନ ହୋଇଛି
Cyclone Forecast for Odisha

Low Pressure Likely To Intensify Into Cyclone

Advertisment

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କି.ମି. ଯାଏ ବ୍ୟାପିଛି। ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି।

Advertisment

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହାର ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇପାରେ। ଏହାସହ ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ବାତ୍ୟା ଆସୁଛି ! ଟ୍ୱିଟ୍‌ କରି ସୂଚନା ଦେଲା ପାଣିପାଗ ବିଭାଗ

ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତ ରହିବେ ? କ'ଣ ସବୁ କରିବା ଉଚିତ ଓ କ'ଣସବୁ କରିବା ଅନୁଚିତ, ଜାଣନ୍ତୁ...

  • ବାତ୍ୟା ସମ୍ପର୍କିତ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ସରକାରୀ ସୂଚନାକୁ ଗୁରୁତ୍ୱ ଦିଅନ୍ତୁ।
  • ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ। 
  • ଯୋଗଯୋଗ ବଜାୟ ରଖିବାକୁ ମୋବାଇଲ୍ ଫୋନ୍ ଚାର୍ଜ କରି ରଖନ୍ତୁ ଏବଂ ଯଥାସମ୍ଭବ ମୋବାଇଲ୍ ମେସେଜ୍ ବ୍ୟବହାର କରନ୍ତୁ।
  • ପାଣିପାଗ ପୂର୍ବାନୁମାନ ସମ୍ପର୍କରେ ସଠିକ୍ ସୂଚନା ଜାଣିବାକୁ ଟିଭି ଦେଖନ୍ତୁ, ରେଡିଓ ଶୁଣନ୍ତୁ ଏବଂ ଖବରକାଗଜ ପଢ଼ନ୍ତୁ।
  • ଜଳନିରୋଧୀ ବା ଓ୍ୱାଟର୍ ପ୍ରୁଫ୍ ପଲିଥିନ୍ ଥଳିରେ ସରକାରୀ ନଥିପତ୍ର, ବ୍ୟାଙ୍କ୍ ଖାତା ଆଦି ସମସ୍ତ ଜରୁରୀ କାଗଜପତ୍ରକୁ ରଖନ୍ତୁ।
  • ଔଷଧ, ସାବୁନ, ମାସ୍କ, ସାନିଟାଇଜର୍, ଟର୍ଚ୍ଚ, ମହମବତୀ, ଦିଆସିଲି, ଶୁଖିଲା ଖାଦ୍ୟ, ପିଇବା ପାଣି ଇତ୍ୟାଦିକୁ ନେଇ ଏକ ଜରୁରୀକାଳୀନ କିଟକୁ ଆଗୁଆ ପ୍ରସ୍ତୁତ କରି ରଖନ୍ତୁ। ଏସବୁ ସାମଗ୍ରୀକୁ ଘରେ ଉଚ୍ଚ ସ୍ଥାନରେ ରଖିବାକୁ ଚେଷ୍ଟା କରନ୍ତୁ।
  • ବାତ୍ୟା ଆସିବା ପୂର୍ବରୁ ବାସଗୃହକୁ ସୁରକ୍ଷିତ କରନ୍ତୁ। ବେଳ ଥାଉ ଥାଉ ଆବଶ୍ୟକ ମରାମତି କାମ ଯଥା ଦୁର୍ବଳ ଝରକା କବାଟକୁ ମଜବୁତ କରିବା ଓ ଛପର ସଜାଡ଼ିବା ଦି କାମ ସାରି ଦିଅନ୍ତୁ।
  • ବାସଗୃହ ସୁରକ୍ଷିତ ନଥିଲେ ସରକାରୀ ବ୍ୟବସ୍ଥା ମୁତାବକ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଆନ୍ତୁ। ଭଙ୍ଗା ଘରେ ଆଦୌ ରୁହନ୍ତୁ ନାହିଁ।
  • ଆଗାମୀ ୧୫ ଦିନ ଭିତରେ କୌଣସି ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିବାକୁ ଥିଲେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରନ୍ତୁ।
  • ବାତ୍ୟା ଆଶ୍ରୟସ୍ଥଳୀକୁ ଗଲାବେଳେ ଏକାକି ମହିଳା, ବିଧବା, ବୃଦ୍ଧା, ବୃଦ୍ଧ, ଶିଶୁ ଓ ଦିବ୍ୟାଙ୍ଗ ମାନଙ୍କୁ ପ୍ରାଥମିକତା ଦିଅନ୍ତୁ। ମତ୍ସଜୀବୀମାନେ ସରକାରୀ ସୂଚନା ନମିଳିବା ଯାଏ ସମୁଦ୍ରକୁ ଯାଆନ୍ତୁ ନାହିଁ।
Advertisment
Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ