ବ୍ରାଜିଲରେ ବର୍ଷା ଓ ଭୂସ୍ଖଳନ; ଗଲାଣି ୩୦ ଉପରେ ଜୀବନ

ବ୍ରାଜିଲରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।

ବ୍ରାଜିଲରେ ବର୍ଷା ଓ ଭୂସ୍ଖଳନ; ଗଲାଣି ୩୦ ଉପରେ ଜୀବନ

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓର ଏକ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଏବେ ସୁଦ୍ଧା ଉଦ୍ଧାରକାରୀ ଦଳ ପେଟ୍ରୋପୋଲିସ୍ କ୍ଷେତ୍ରର ପ୍ରଭାବିତ ଅଞ୍ଚଳରେ ପୀଡିତଙ୍କୁ ଖୋଜୁଛନ୍ତି।

୨୦୧୧ରେ ପ୍ରବଳ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା। ରିଓ ରାଜ୍ୟ ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି ଯେ ବର୍ତ୍ତମାନର ଏହି ଘଟଣାରେ ଉଦ୍ଧାର କାର୍ଯ୍ୟରେ ୧୮୦ ଜଣ ସେନାକର୍ମୀ ନିୟୋଜିତ ଅଛନ୍ତି। ବିଭାଗ କହିଛି ଯେ ଦିନକୁ ତିନି ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ୨୫.୮ ସେମି ବର୍ଷା ହୋଇଛି, ଯାହା ୩୦ ଦିନ ପୂର୍ବରୁ ହୋଇଥିବା ବର୍ଷା ସହିତ ସମାନ।

ଋଷ୍‌ ଗସ୍ତରେ ଥିବା ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଟ୍ୱିଟ୍ କରି କହିଛନ୍ତି ଯେ ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ସେ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୟରେ ୟୁକ୍ରେନ ଯୋଗୁଁ ଋଷ ପାଶ୍ଚାତ୍ୟ ଦେଶମାନଙ୍କ ସହ ମୁହାଁମୁହିଁ ଅବସ୍ଥାରେ ଅଛି। ଫଳରେ ଏଭଳି ପରିସ୍ଥିତି ଦେଖି ଋଷ୍‌ ୟୁକ୍ରେନରୁ ନିଜର ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଏନେଇ ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ପ୍ରାୟ ଦୁଇମାସ ଧରି ଚାଲିଥିବା ତିକ୍ତତା ମଧ୍ୟରେ କିଛି ମାତ୍ରାରେ ଶାନ୍ତ ପରିବେଶ ଦେଖାଦେଇଛି।

ଖବର ଅନୁଯାୟୀ, ଋଷ୍‌ କ୍ରିମିୟାରେ ନିଜର ସାମରିକ ଅଭ୍ୟାସ ଶେଷ କରିବାକୁ ଘୋଷଣା କରିଛି। ଏହାପରେ ସେନା କର୍ମଚାରୀମାନେ ପଛକୁ ଫେରିବା ଆରମ୍ଭ କରି ଦେଇଛନ୍ତି। ପ୍ରକାଶଥାଉ ଯେ ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି।