Advertisment

ଚିନ୍ତାରେ ଚାଇନାଠୁ ଆମେରିକା ! ମାତିଛନ୍ତି ଇଣ୍ଟରନେଟ ସ୍କାମର, ଆକାଉଣ୍ଟ କରୁଛନ୍ତି ଖାଲି

ପ୍ରଥମେ କେବଳ ଚୀନର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ଏହାପରେ ଆମେରିକାରେ କାୟା ବିସ୍ତାର କରିଥିଲା । ଏହି ସ୍କାମ କରିବା ପାଇଁ ତାଲିମ ଦିଆଯାଏ ।

ଅଦ୍ୟତନ ହୋଇଛି
Pig Butchering

Pig Butchering

Advertisment

ଇଣ୍ଟରନେଟ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଏହାରି ଭିତରେ ଇଣ୍ଟରନେଟ୍ ଦୁନିଆରେ ଅନେକ ସ୍କାମର୍ ନିଜର ପତିଆରା ଜମାଇଛନ୍ତି। ଠକେଇ ନୂଆ ନୂଆ ତରିକା ବାହାର କରି ଏମାନେ ଲୁଟି ଚାଲିଛନ୍ତି। ଏବେ ଏକ ନୂଆ ପ୍ରକାରର ସ୍କାମ ଚାଲିଛି । ଏହାର ନାମ ହେଉଛି ପିଗ୍ ବୁଚାରିଂ ସ୍କାମ । ଯାହାକୁ ନେଇ ଆମେରିକାଠାରୁ ଚୀନ ସମସ୍ତେ ଚିନ୍ତିତ। ଭାରତ ସରକାରଙ୍କ ସାଇବର ସଚେତନତା ହ୍ୟାଣ୍ଡେଲ ମଧ୍ୟ ଏ ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦେଇଛି।

Advertisment

ଠକେଇର ନାଁ ପିଗ୍ ବୁଚାରିଂ ସ୍କାମ। ଯେପରି ଶିକାର ପୂର୍ବରୁ ଖାଇବାକୁ ଦିଆଯାଏ, ସେହିଭଳି ଏହି ଠକେଇ କରିବା ପୂର୍ବରୁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଯାଏ। ସେମାନଙ୍କ ସହ ବନ୍ଧୁତା କିମ୍ବା ପ୍ରେମ ସଂପର୍କ ଯୋଡିବା ପରେ ସେମାନଙ୍କଠାରୁ ଟଙ୍କା ଠକେଇ କରାଯାଏ।

ପିଗ୍ ବୁଚାରିଂ ସ୍କାମ କ’ଣ?

ପିଗ୍ ବୁଚାରିଂ ସ୍କାମ ହେଉଛି ଏକ ପ୍ରତାରଣାକାରୀ ଯୋଜନା। ଯେଉଁଥିରେ ବ୍ୟକ୍ତି ଧୀରେ ଧୀରେ ଅଧିକ ଅର୍ଥ ବିନିଯୋଗ କରିବା ପାଇଁ ବାଧ୍ୟ ହୁଏ। ସାଧାରଣତଃ କ୍ରିପ୍ଟୋକରେନ୍ସି ଆକାରରେ ଲୋକ ଏଥିରେ ନିବେଶ କରନ୍ତି ଓ ପରେ ଠକେଇର ଶିକାର ହୁଅନ୍ତି। ଏହା ‘କଲିଂ ପିଗ୍ ପ୍ଲେଟ୍’ ବା ‘ଶା ଝୁ ପୈନ୍’ ଭାବରେ ମଧ୍ୟ ଜଣାଶୁଣା । ପୂରା ବିଶ୍ୱରେ ଏବେ ଏହିପରି ମାମଲା କ୍ରମାଗତ ବୃଦ୍ଧିପାଇବାରେ ଲାଗିଛି। ଏହି ସ୍କାମରେ ବିପୁଳ ପରିମାଣର ଆର୍ଥିକ କ୍ଷତି ହୋଇଥାଏ । ଏଥିରେ ଟଙ୍କା ଫେରିପାଇବାର ସମ୍ଭାବନା ଯଥେଷ୍ଟ କମ୍।

Advertisment

ଏହି ସ୍କାମ କେଉଁଠାରୁ ଆରମ୍ଭ ହେଲା?

ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ଚୀନରୁ ଏହି ସ୍କାମ ଆରମ୍ଭ ହୋଇଥିଲା। ଏହି ଘୋଟାଲାର ପଦ୍ଧତି ଏସୀୟ ସଂଗଠିତ ଅପରାଧ ଗୋଷ୍ଠୀ / ଗ୍ୟାଙ୍ଗ ଦ୍ୱାରା ବିକଶିତ ହୋଇଥିଲା । ସେବେଠାରୁ ଲୋକମାନେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଡଲାର କ୍ଷତି ସହିଛନ୍ତି। ପ୍ରଥମେ କେବଳ ଚୀନର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଏହାପରେ ଆମେରିକାରେ କାୟା ବିସ୍ତାର କରିଥିଲା। ଏହି ସ୍କାମ କରିବା ପାଇଁ ତାଲିମ ଦିଆଯାଏ । ଆମେରିକାର ଗୁପ୍ତଚର ଏଜେନ୍ସି FBI କୁ ରିପୋର୍ଟ କରାଯାଇଥିବା ଏହା ହେଉଛି ଏକ ପ୍ରମୁଖ ସ୍କାମ ।

ସ୍କାମ କିପରି କରାଯାଏ?

ସର୍ବପ୍ରଥମେ, ଠକମାନେ ସୋସିଆଲ ମିଡିଆ କିମ୍ବା ଡେଟିଂ ଆପରେ ବ୍ୟକ୍ତିଙ୍କୁ ଖୋଜନ୍ତି, ଯାହାକୁ ପିଗ୍ କୁହାଯାଏ। ସ୍କାମର ତାଙ୍କ ସହିତ ମିଛ ବନ୍ଧୁତା ସ୍ଥାପନ କରେ। ପରେ ତାଙ୍କୁ କ୍ରିପ୍ଟୋକରେନ୍ସି କାରବାର କରିବାକୁ ମନାଇଥାଏ। ଏହା ପରେ ସ୍କାମର ଏକ ନକଲି ଟ୍ରେଡିଂ ଆପ୍ ବ୍ୟବହାର କରି ସେହି ବ୍ୟକ୍ତିଙ୍କୁ ପ୍ରକୃତ ଟଙ୍କା ରୋଜଗାର କରୁଥିବା ଭଳି ଅନୁଭବ କରାଏ। ପ୍ରଥମେ ପ୍ରଥମେ ଟଙ୍କା ମିଳିଥାଏ। ପରେ ସେ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିପାରନ୍ତି। ଏହିପରି ଭାବରେ ସେମାନେ ଠକେଇର ଶିକାର ହୁଅନ୍ତି।

Advertisment

ଏହାଠାରୁ ଦୂରରେ ରହିବାକୁ ହେଲେ ଆପଣ ସୋସିଆଲ୍ ମିଡିଆରେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଦେଖିରଖି କଥା ହୁଅନ୍ତୁ। ତାଙ୍କ ସହ ବ୍ୟାଙ୍କ ଡିଟେଲ୍ସ, ପସୱାର୍ଡ ଏବଂ ଓଟିପି ଆଦି ସେୟାର କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଏକ ନୂଆ ଆପ୍ କିମ୍ବା ଲିଙ୍କ୍ ଖୋଲିବାକୁ କୁହନ୍ତି, ସାବଧାନ ରୁହନ୍ତୁ ।କୌଣସି ଅସୁବିଧା କିମ୍ୱା ସନ୍ଦେହ ହେଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ୱା ସାଇବର ଥାନା ସହ ଯୋଗାଯୋଗ କରନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ