ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି କି ? ଏହି ଭାଇରସ୍‌ ହ୍ୟାକ୍‌ କରିପାରେ ଆପଣଙ୍କ କଲ୍‌ ରେକର୍ଡ...

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି।

Android Users Alert

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି। ‘Daam’ ଭାଇରସ୍‌ଠୁ ନିଜ ଫୋନ୍‌କୁ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦିଆଯାଇଛି। ନଚେତ୍‌ ଏହି ଭାଇରସ୍‌ ଆପଣଙ୍କ ଫୋନ୍‌କୁ ହ୍ୟାକ୍‌ କରିବା ସହ ସମସ୍ତ ବ୍ୟକ୍ତିଗତ ତଥ୍ୟ ହାତେଇ ନେଇପାରେ ବୋଲି କୁହାଯାଇଛି। ଏପରିକି ଆପଣଙ୍କ ଫଟୋ ଓ ଫୋନ୍‌ କଲ୍‌ ମଧ୍ୟ ହ୍ୟାକ୍‌ ହୋଇପାରେ। 

ନୂଆ ‘Daam Virus’କୁ ନେଇ ନ୍ୟାସନାଲ ସାଇବର ସିକ୍ୟୁରିଟି ଏଜେନ୍ସି- ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌(CERT-In) ସମସ୍ତ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କୁ ସତର୍କ କରାଇଛି। ଏହି ଭାଇରସ୍‌ ଆପଣଙ୍କ ଫୋନ୍‌ ହ୍ୟାକ୍‌ କରି କଲ୍‌ ରେକର୍ଡ, କ୍ୟାମେରା, ଫଟୋ ଗ୍ୟାଲେରୀ ସମେତ ବ୍ୟକ୍ତିଗତ ତଥ୍ୟ ହାତେଇବାରେ ସଫଳ ହୋଇପାରେ ବୋଲି କୁହାଯାଇଛି।

Daam ଭାଇରସ୍‌କୁ ନେଇ ସତର୍କ ରୁହନ୍ତୁ...

କେମିତି ଭାଇରସ୍‌ଠୁ ଆପଣଙ୍କ ଫୋନ୍‌ ସୁରକ୍ଷିତ ରଖିବେ ?

ଏହାଛଡ଼ା ବ୍ୟାଙ୍କ୍‌ SMS ମଧ୍ୟ ଧ୍ୟାନପୂର୍ଣ୍ଣ ଭାବେ ପଢ଼ନ୍ତୁ। URL ଯେପରିକି- 'bitly' ଓ 'tinyurl' ହାଇପର୍‌ ଲିଙ୍କ୍‌- "https://bit.ly/" "bit.ly" , "tinyurl.com/" ଏସବୁକୁ ନେଇ ସତର୍କ ରୁହନ୍ତୁ।