Advertisment

Chat GPT: AIକୁ ଭୁଲରେ ପଚାରନ୍ତୁ ନାହିଁ ଏହି ପ୍ରଶ୍ନ, ନହେଲେ ପସ୍ତେଇବେ ...

ଏବେ ବହୁ ସଂଖ୍ୟାର ଲୋକ AI ଉପରେ ନିର୍ଭରଶୀଳ କରୁଛନ୍ତି। ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ୨୫ ପ୍ରତିଶତ ଆମେରିକୀୟ AIକୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପରାମର୍ଶ ମାଗୁଛନ୍ତି। ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ସେମାନେ AI ଚାର୍ଟ ବ୍ୟବହାର କରି ବ୍ୟକ୍ତିଗତ ତଥା ଚିକିତ୍ସା ତଥ୍ୟ ପଚାରିବାକୁ ପସନ୍ଦ କରୁଛନ୍ତି। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ବିପଦପୂର୍ଣ୍ଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Chat GPT

Chat GPT

Advertisment

ଦିନକୁ ଦିନ ଟେକ୍ନୋଲୋଜି ବଢିବା ସହ କାମକୁ ଶୀଘ୍ର ଏବଂ ସହଜ ଉପାୟରେ କରିବା ପାଇଁ ଲୋକେ AIକୁ ନିଜ ସାଥୀ ବନାଇ ଦେଇଛନ୍ତି। ଏବେ ସମସ୍ତେ କିଛି କାମ ପାଇଁ AIର ସାହାଯ୍ୟ ନେଉଛନ୍ତି। ଯାହାକି ସୁବିଧାରେ ସବୁ ଅସୁବିଧାର ସମାଧାନ କରି ଦେଉଛି। କିନ୍ତୁ ଏବେ AI ଆପଣଙ୍କୁ ଅସୁବିଧାରେ ପକାଇପାରେ। ବିଶେଷଜ୍ଞଙ୍କ ମତରେ AI ଉପରେ ଅଧିକ ନିର୍ଭର କରିବା ବିପଦପୂର୍ଣ୍ଣ ହୋଇପାରେ। ବିଶେଷ କରି ଆପଣ ଯଦି କିଛି ସମ୍ୱେଦନଶୀଳ ସୂଚନା AIକୁ ମାଗନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦ ହୋଇ ଛିଡ଼ା ହୋଇପାରେ। ଏବେ ଜାଣନ୍ତୁ, AIକୁ କେବେହେଲେ ପଚାରନ୍ତୁ ନାହିଁ ଏହି ୫ଟି ପ୍ରଶ୍ନ !

Advertisment

ଟଙ୍କା କି ଆକାଉଣ୍ଟ

କେବେ ବି ନିଜ ଅର୍ଥ ସମ୍ବନ୍ଧୀୟ ତଥ୍ୟ AI ସହ ସେୟାର କରନ୍ତୁ ନାହିଁ। ଯେପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ୱର, କ୍ରେଡିଟ୍ କାର୍ଡ ନମ୍ୱର କିମ୍ୱା ସିକ୍ୟୁରିଟି ନମ୍ୱର କେବେହେଲେ AI ସହ ସେୟାର କରନ୍ତୁ ନାହିଁ। କାରଣ, ଏହି ତଥ୍ୟ ଅନୁଯାୟୀ ଆପଣଙ୍କ ଟଙ୍କା ଓ ପରିଚୟ କୌଣସି ସମୟରେ ଚୋରି ହେବାର ସମ୍ଭାବନା ଅଧିକ ରହିଛି।

ପାସଓ୍ୱାର୍ଡ ସେୟାର

କେବେ ବି AI ଚାର୍ଟରେ ନିଜ ପାସଓ୍ୱାର୍ଡ ସେୟାର କରନ୍ତୁ ନାହିଁ। ଏହି ସୂଚନା ଅନୁଯାୟୀ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେବା ସହ ଆପଣଙ୍କ ଡାଟା ସହଜରେ ଚୋରି ହୋଇପାରେ।

Advertisment

ନିଜର ଗୁପ୍ତ ତଥ୍ୟ

AI ଚାର୍ଟରେ କଦାପି ଆପଣ ନିଜ ସିକ୍ରେଟ୍ ବା ଗୁପ୍ତ ତଥ୍ୟ ସେୟାର କରନ୍ତୁ ନାହିଁ। AI କୌଣସି ବ୍ୟକ୍ତି ନୁହେଁ ଯେ, ଆପଣଙ୍କ ରହସ୍ୟ ସୁରକ୍ଷିତ କରି ରଖିବ। କେବେହେଲେ ଏହା ଉପରେ ଭରସା ନ କରି ସତର୍କ ରହିବା ପାଇଁ ଚେଷ୍ଟା କରନ୍ତୁ।

ଅଶ୍ଳୀଳ କଣ୍ଟେଣ୍ଟ

ଆପଣ ସେୟାର କରୁଥିବା ଅଧିକାଂଶ AI ଚାର୍ଟ ଅଶ୍ଳୀଳ କଣ୍ଟେଣ୍ଟକୁ ଫିଲଟର କରି ନେଇଯାଏ। ଇଣ୍ଟରନେଟ୍ କେବେ ବି କୌଣସି ଡାଟା ଭୁଲେ ନାହିଁ। ଆପଣ ଏହା ଜାଣି ପାରିବେ ନାହିଁ ଯେ, ଏହି କଣ୍ଟେଣ୍ଟ କେବେ ଏବଂ କିପରି ଆପଣଙ୍କ ସାମ୍ନାକୁ ଆସିପାରେ। ତେଣୁ ଭୁଲରେ ଅଶ୍ଳୀଳ କଣ୍ଟେଣ୍ଟ ସର୍ଚ୍ଚ କରନ୍ତୁ ନାହିଁ।

Advertisment

ଅଧିକ ପଢନ୍ତୁ : ବିଶ୍ବସନୀୟତା ହରାଇଲା ଚୀନର AI ଚାଟ ବଟ Deepseek

ଅଜଣା ତଥ୍ୟ

ମୁଖ୍ୟତଃ ଲୋକମାନେ ଏକା ରହିଲେ AI ସହ କଥା ହେବାକୁ ପସନ୍ଦ କରନ୍ତି। ବେଳେବେଳେ ନିଜର ଅନେକ କଥା AI ସହ ସେୟାର କରି ଦିଅନ୍ତି। ସେମାନେ ଭାବନ୍ତି କି ଏ କଥା ଆଉ କେହି ଜାଣି ପାରିବେ ନାହିଁ। କିନ୍ତୁ ପ୍ରକୃତରେ AI ଆପଣଙ୍କ ବିଷୟରେ ଅନ୍ୟକୁ ତଥ୍ୟ ଦେଇଥାଏ। ତେଣୁ AIକୁ ନିଜ ବଷୟରେ ଏପରି କିଛି ତଥ୍ୟ ଦିଅନ୍ତୁ ନାହିଁ ,ଯାହା ଆପଣ ଦୁନିଆକୁ ଜଣାଇବାକୁ ଚାହୁଁ ନାହାନ୍ତି।

ଏବେ ବହୁ ସଂଖ୍ୟାର ଲୋକ AI ଉପରେ ନିର୍ଭରଶୀଳ କରୁଛନ୍ତି। ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ୨୫ ପ୍ରତିଶତ ଆମେରିକୀୟ AIକୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପରାମର୍ଶ ମାଗୁଛନ୍ତି। ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ସେମାନେ AI ଚାର୍ଟ ବ୍ୟବହାର କରି ବ୍ୟକ୍ତିଗତ ତଥା ଚିକିତ୍ସା ତଥ୍ୟ ପଚାରିବାକୁ ପସନ୍ଦ କରୁଛନ୍ତି। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ବିପଦପୂର୍ଣ୍ଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଅଧିକ ପଢନ୍ତୁ : ଚୀନର AI ଟେକ୍ନୋଲୋଜି ଡିପ୍ ସିକ, ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ