ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ

ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜା। ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ରେ ଦୁଇଟି ଲେଖାଏଁ ୱିକେଟ ଦଖଲ କରି ରେକର୍ଡ ବୁକ୍‌ରେ ନିଜ ନାଁ ଲେଖାଇଛନ୍ତି। ବୁମ୍‌ରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍‌ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି।

Team India

ଲଣ୍ଡନ: ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ। ଇଲଂଣ୍ଡକୁ ୧୫୭ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ। ଏଥିସହ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ  ଅଗ୍ରଣୀ ହୋଇଛି ବିରାଟ ବାହିନୀ। ପ୍ରଥମ ଇଂନିସରେ ୯୯ ରନ୍‌ରେ ପଛୁଆ ରହିବା ସତ୍ତ୍ୱେ ଉନ୍ନତ ଖେଳ ପ୍ରଦର୍ଶନ କରି ଇଂଲିଶ୍ ଟିମ୍ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଛି ଭାରତ। ଯଶପ୍ରୀତ୍ ବୁମରାଂଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟିଂ ଅର୍ଡର ଧରାଶାୟୀ ହେବା ପରେ, ଘରୋଇ ଟିମ୍ ହାତରୁ ବିଜୟ ଛଡ଼ାଇ ଆଣିଛି ବିରାଟ ବାହିନୀ।

ସେହିପରି ଟେଷ୍ଟରେ ଦ୍ରୁତ ୧୦୦ ଓ୍ୱିକେଟ୍ ହାସଲରେ ପ୍ରଥମ ଭାରତୀୟ ପେସ୍ ବୋଲର ହୋଇଛନ୍ତି ବୁମରା। ସେ ୨୪ଟି ମ୍ୟାଚ୍‌ରେ ଶହେ ଓ୍ୱିଟେକ୍ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲେ। ସେ ୨୫ଟି ମ୍ୟାଚ୍‌ରେ ଶହେ ଓ୍ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ଭାରତ ୪୬୬ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୧୯୧ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୦ ରନ୍ କରିଥିଲା।

ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରି ଟିମ୍‌ ଇଣ୍ଡିଆ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୧୯୭୧ ପରେ ଓଭାଲରେ ଭାରତର ଏହା ପ୍ରଥମ ବିଜୟ। ୧୯୭୧ ପରଠାରୁ ଓଭାଲରେ ଭାରତ କେବେ ହେଲେ ଜିତି ନଥିଲା। ହେଲେ ଆଜି ବିରାଟ ବାହିନୀ ଇଂଲଣ୍ଡକୁ ୧୫୭ ରନ୍‌ରେ ହରାଇ ଇତିହାସ ସୃଷ୍ଟି କରିଛି। ଏଥିସହ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ହୋଇ ଯାଇଛି।

ଭାରତର ଏହି ବିଜୟର ଦୁଇ ପ୍ରମୁଖ ନାୟକ ହେଲେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜା। ଉଭୟ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ରେ ଦୁଇଟି ଲେଖାଏଁ ୱିକେଟ ଦଖଲ କରି ରେକର୍ଡ ବୁକ୍‌ରେ ନିଜ ନାଁ ଲେଖାଇଛନ୍ତି। ବୁମ୍‌ରା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ସବୁଠାରୁ କମ ମ୍ୟାଚ୍‌ରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ସବୁଠାରୁ କମ ମ୍ୟାଚ୍‌ରେ ୧୦୦ ୱିକେଟ ଦଖଲ କରିବାର ୧ନଂ ସ୍ଥାନରେ କିମ୍ବଦନ୍ତୀ ପେସ୍‌ ବୋଲର କ୍ରିକେଟର କପିଲ ଦେବ ରହିଥିଲେ। ଆଜି ବୁମ୍‌ରା ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

କପିଲ ଦେବ ୨୫ଟି ମ୍ୟାଚ୍‌ରେ ୧୦୦ତମ ୱିକେଟ ପୂରଣ କରିଥିବା ବେଳେ ବୁମ୍‌ରା ୨୪ତମ ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି ବୁମ୍ରା ଇଂଲଣ୍ଡର ଓଲି ପପ୍‌ଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ୱିକେଟ ପୂରଣ କରିଛନ୍ତି। ସେ ଭାରତର ୨୩ତମ ବୋଲର ଭାବେ ଟେଷ୍ଟରେ ୧୦୦ରୁ ଅଧିକ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।