Bhubaneswar police in alert mode ahead of Hockey World Cup
କମିଶନରେଟ ପୋଲିସକୁ ହକି ବିଶ୍ୱକପ୍ ଚିନ୍ତା। ବିଶ୍ୱକପ୍ ପୂର୍ବରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି ପୋଲିସ। ଫୋକସ୍ରେ ବଞ୍ଜାରା, କିନ୍ନର ଓ ଭିକ୍ଷୁକ।ବିଶେଷକରି କିନ୍ନରମାନେ ରାଜଧାନୀ ଭୁବନେଶ୍ୱର ର ରାସ୍ତାରେ ଉପରେ ଛିଡ଼ା ହେବାକୁ ପୋଲିସ ବାରଣ କରିଛି। ବିଦେଶୀ ଦର୍ଶକ ଆସୁଥିବାରୁ ହୋଟେଲ ଗୁଡ଼ିକୁ ସବୁ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆବର୍ଷ ଜାନୁୟାରୀ ୧୩ରୁ ଭୁବନେଶ୍ୱରରେ ଆୟୋଜିତ ହେବ ହକି ବିଶ୍ୱକପ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଦୁଲୁକିବ କଳିଙ୍ଗ ଷ୍ଟାଡିୟମ। ଓଡ଼ିଶା କୁ ଛୁଟି ଆସିବେ ବିଦେଶୀ ଦର୍ଶକ। ଆଉ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତ ହେଉଛି କମିଶନରେଟ ପୋଲିସ। ତେବେ ପୋଲିସ ଫୋକସରେ ରହିଛନ୍ତି କିନ୍ନର। ହକି ବିଶ୍ୱକପ୍ ବେଳେ ରାତି ଅଧିଆ ରାସ୍ତା ଉପରେ ଛିଡା ହେବାକୁ କମିଶନରେଟ ପୋଲିସ କିନ୍ନରଙ୍କୁ ବାରଣ କରିଛନ୍ତି। ଆଉ ଏଥିପାଇଁ ସ୍ୱତନ୍ତ୍ର ଡ୍ରାଇଭ ମଧ୍ୟ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ହକି ବିଶ୍ୱକପ୍ ଲାଗି ନୂଆ ବୋହୂ ରୂପରେ ସଜେଇ ହେଉଛି ରାଜଧାନୀ
ରାସ୍ତା ଉପରେ ଛିଡା ହୋଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା କିନ୍ନରଙ୍କ ଉପରେ ନଜର ରଖିବ ପୋଲିସର ସ୍ୱତନ୍ତ୍ର ଟିମ୍। ସେହିପରି ରାସ୍ତାକଡ଼ରେ ବଞ୍ଜାରା ଏବଂ ଭିକ୍ଷୁକଙ୍କ ଆଳରେ ଲୁଟ୍ ଛିନତାଇ ହେଉଥିବାରୁ ସେମାନଙ୍କ ଉପରେ ମଧ୍ୟ ପୋଲିସ ନଜର ରଖିବ। ହକି ବିଶ୍ୱକପ୍ ପୂର୍ବରୁ ନିଶା ମାଫିଆ, ଅସାମାଜିକ ବ୍ୟକ୍ତିଙ୍କ ଉପରେ ମଧ୍ୟ ପୋଲିସ କଡା ନଜର ରଖିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।
ଏପରିକି ହୋଟେଲ କର୍ମଚାରୀଙ୍କୁ ନେଇ ବୈଠକ କରିବ ପୋଲିସ। ହୋଟେଲରେ ଯେଉଁ ଆଗନ୍ତୁକ ରହିବେ ସେମାନଙ୍କର ସମସ୍ତ ତଥ୍ୟ ସରାଇ ଆପ୍ ଜରିଆରେ ପୋଲିସକୁ ଦେବାକୁ ହୋଟେଲ ଗୁଡ଼ିକୁ ନିର୍ଦ୍ଦେଶ ରହିବ। ସେପଟେ ପୋଲିସର ନିଷ୍ପତ୍ତିକୁ ନେଇ କିନ୍ନର ସଂଘ କହିଛି, ଆଗ କିନ୍ନରଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଉ। କାରଣ ୩ ମାସ କିନ୍ନର ବସି ରହିବେ। ତେଣୁ ସେମାନଙ୍କର ଆର୍ଥିକ ସମସ୍ୟା ସୃଷ୍ଟି ହେବ। ସରକାର ପେଟକୁ ନ ଦେଖି ଯଦି ପିଠିକୁ ମାରିଲେ ତେବେ ବିଶ୍ୱକପ୍ ବେଳେ ପ୍ରତିବାଦ କରାଯିବ ବୋଲି କିନ୍ନର ଚେତାବନୀ ଦେଇଛନ୍ତି।
(ରିପୋର୍ଟ- ଅତୁଲ୍ୟ ବାଉତ ଓ ନିରଞ୍ଜନ ରେଡ୍ଡୀ, ଭୁବନେଶ୍ୱର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1670820902.jpg)