ବଢ଼ିଲା ସାଂସଦ-ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

ସାଂସଦ ପ୍ରାର୍ଥୀ ଏବେ ନିର୍ବାଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କହାଯାଇଛି । ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୪ରୁ ୭୦ ଲକ୍ଷକୁ ବୃଦ୍ଧି କରାଯାଇଛି ।

VOTE

ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢାଇବାକୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି । ନିର୍ବାଚନ ଖର୍ଚ୍ଚ ସୀମା ସଂଶୋଧନ ପାଇଁ ଗଠିତ କମିଟିର ସୁପାରିସ ଆଧାରରେ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନରେ ସାଂସଦ ପ୍ରାର୍ଥୀ ଆଉ ୨୫ ଲକ୍ଷ ଅଧିକ ଖର୍ଚ୍ଚ କରିପାରିବେ ବୋଲି ସ୍ଥିର କରାଯାଇଛି । ଏହି କ୍ରମରେ ସାଂସଦ ପ୍ରାର୍ଥୀ ଏବେ ନିର୍ବାଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କହାଯାଇଛି । ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୪ରୁ ୭୦ ଲକ୍ଷକୁ ବୃଦ୍ଧି କରାଯାଇଛି ।

ବିଧାନସଭା ଆସନ ଲାଗି ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୦ରୁ ୨୮ ଲକ୍ଷକୁ ବୃଦ୍ଧି ।