ଆସନ୍ତାକାଲି ପିସିସି ପରିବର୍ତ୍ତନ: ବହୁ ଦିନ ରହିଲିଣି, ବଦଳିବା ଜରୁରୀ: ନିରଞ୍ଜନ ପଟ୍ଟନାୟକ

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ । ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଇଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ

Congress

News Summary

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ନେତା

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ନେତା । ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଇଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ । ଏଥିରେ ରହିଛନ୍ତି ଜୟଦେବ ଜେନା, ସୁରେଶ ରାଉତରାୟ, ମହମ୍ମଦ ମୋକିମ୍, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା ପ୍ରମୁଖ । ଏମାନେ ଆସନ୍ତାକାଲି ରାହୁଲ ଗାନ୍ଧିଙ୍କୁ ଭେଟିବେ ।

ରାହୁଲଙ୍କ ସହ ପିସିସି ସଭାପତି ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ ମହମ୍ମଦ ମୋକିମ୍, ପିସିସି ସଭାପତି, ବିଧାୟକ ଦଳ ନେତା ସମେତ ଦଳର ଆମୁଳଚୂଳ ପରିବର୍ତ୍ତନ ନେଇ ଭୁବନେଶ୍ୱରରେ ସମୀକ୍ଷା ହୋଇଛି ।

ତେବେ ଏନେଇ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଯେ ଆମେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିବ । ସମୁଦାୟ ସଂଗଠନ କିପରି ଦୃଢ ହେବ ସେନେଇ ଆଲୋଚନା ହେବ । ଏହି ବୈଠକରେ ହାଇ କମାଣ୍ଡ ଯାହା ନିଷ୍ପତି ନେବେ ତାହାକୁ ଆମେ ଗ୍ରହଣ କରିବୁ ।

ଏସମ୍ପର୍କରେ ପିସିସି ପ୍ରଭାରୀ AICCକୁ ରିପୋର୍ଟ ବି ଦେଇଛି, ତେଣୁ ଏଦିଗରେ ଗୁରୁତ୍ୱ ସହ ଆଲୋଚନା ହୋଇପାରେ । ଏହା ଛଡ଼ା ୨୦୨୪ ନିର୍ବାଚନକୁ ନେଇ ଦଳର ରଣନୀତି ଓ ସଂଗଠନକୁ ନେଇ ବି ଆଲୋଚନା ହୋଇପାରେ । ସେପଟେ ବହୁଦିନ ଧରି ସଭାପତି ସେ ରହିଲେଣି ତେଣୁ ଏବେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।