Advertisment

ତୁଟିବ କି ମହାନଦୀ ଜଳ ବିବାଦ ? ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ଟିମ୍

ଫିଟିବ କି ଓଡିଶା-ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ବାଟ? ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ।

ଅଦ୍ୟତନ ହୋଇଛି
undefined

Mahanadi Water Dispute

Advertisment

କଣ ହେବ ମହାନଦୀ ଜଳ ବିବାଦର ଭାଗ୍ୟ? ଫିଟିବ କି ଓଡିଶା-ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ବାଟ? ଟ୍ରିବ୍ୟୁନାଲ୍ ଆଗରେ କଣ ତଥ୍ୟ ରଖିବେ ରାଜ୍ୟ ସରକାର? ଏସବୁ ପ୍ରଶ୍ନ ଭିତରେ ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ। ଟ୍ରିବ୍ୟୁନାଲ୍ ଗଠନର ୫ ବର୍ଷ ପରେ ପ୍ରଥମ ଥର ଲାଗି କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ୍  ସଦସ୍ୟ। ସଦସ୍ୟମାନେ ଆଜି ଛତିଶଗଡର ରାୟପୁରରେ ପହଞ୍ଚିଛନ୍ତି। 

Advertisment

ପ୍ରଥମ ପର୍ଯ୍ୟାୟରେ ୨୨ ତାରିଖ ପର୍ଯ୍ୟନ୍ତ ମହାନଦୀର ଉତ୍ପତ୍ତିସ୍ଥଳ, ରବିଶଙ୍କର ଡ୍ୟାମ୍, ବଙ୍ଗୋ ଜଳଭଣ୍ଡାର ସମେତ ମହାନଦୀ, ଏହାର ଶାଖା ଓ ଉପନଦୀରେ ଛତିଶଗଡ ନିର୍ମାଣ କରିଥିବା ପ୍ରୋଜେକ୍ଟ ଅନୁଧ୍ୟାନ କରିବେ। ନିୟମ ଅନୁସାରେ ସେସବୁ ନିର୍ମାଣ ହୋଇଛି ନା ନାହିଁ, ସେସବୁରୁ କେତେ ପରିମାଣର ପାଣି ଗଚ୍ଛିତ ରଖାଯାଉଛି, ବର୍ଷା ଓ ଖରା ଦିନରେ ଜଳ ପରିଚାଳନା କିଭଳି 
କରାଯାଉଛି ଆଦି ବିଷୟରେ ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ୍ ଟିମ୍। 

ଛତିଶଗଡ଼ ଓ ଓଡିଶାର ଲିଗାଲ୍ ଏକ୍ସପର୍ଟ ଓ ଅଫିସର୍ ଟିମ୍ ମଧ୍ୟ କ୍ଷେତ୍ର ପରଦର୍ଶନ ବେଳେ ଉପସ୍ଥିତି ରହିବେ। ଗସ୍ତର ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଏହି ଟିମ୍ ହୀରାକୁଦର ଉପରମୁଣ୍ଡ ଶିବିରିନରାୟଣ, ମିରୋନୀ, କଲମା ବ୍ୟାରେଜ୍ ସମେତ  ଅର୍ପା ଭଇଁଷାଝର ଓ ଅନ୍ୟ ପ୍ରକଳ୍ପ ଅନୁଧ୍ୟାନ କରିବେ। 

Advertisment

ହୀରାକୁଦ ଜଳଭଣ୍ଡାରକୁ ଏବେ ଜଳ ପ୍ରବେଶ କମିଛି। ଅନ୍ୟପକ୍ଷରେ ଜଳସ୍ତର ବି କମିବାରେ ଲାଗିଛି। ମହାନଦୀର ତଳମୁଣ୍ଡରେ ଶୁଖିଲା ପଡିଛି ନଦୀ ଶଯ୍ୟା। ସେପଟେ ଟ୍ରିବ୍ୟୁନାଲ୍ ସଦସ୍ୟ କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ ମହାନଦୀକୁ ନେଇ ତେଜିଛି ରାଜନୀତି। 

ମହାନଦୀ ଜଳ ବିବାଦର ସମାଧାନ ଲାଗି ପ୍ରଥମ ଥର ପାଇଁ ଟ୍ରିବ୍ୟୁନାଲ୍ ଟିମ୍  ଗ୍ରାଉଣ୍ଡ ଜିରୋରେ। ହେଲେ ହୀରାକୁଦ ତଳ ମୁଣ୍ଡରେ ରାଜ୍ୟ ସରକାର ମହାନଦୀ ଉପରେ କୌଣସି ପ୍ରକଳ୍ପ କରିନଥିବାରୁ ପାଣି ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ୍ ଆଗରେ କଣ ତଧ୍ୟ ରଖିବେ ରାଜ୍ୟ ସରକାର ତା ଉପରେ ନଜର ରହିଛି। 

Advertisment
Mahanadi Water Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ