Advertisment

ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ

ୟୁସିସିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଉସକା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ସମାନ ନାଗରୀକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ । ମଧ୍ୟପ୍ରଦେଶର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ଦେଶ ଦୁଇଟି ଭିନ୍ନ ଭିନ୍ନ ଆଇନରେ ଚାଲିପାରିବ ନାହିଁ । ଏହି ଅବସରରେ ଟ୍ରିପଲ ତଲାକର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୯୦ ପ୍ରତିଶତ ମୁସଲିମ ବହୁଳ ଦେଶ ଇଜିପ୍ଟ ୯୦ ବର୍ଷ ତଳୁ ତିନି ତଲାକ ପ୍ରଥା ଉଠାଇ ସାରିଛନ୍ତି । ଯିଏ ତିନି ତଲାକ ପ୍ରଥା ସପକ୍ଷରେ କହୁଛନ୍ତି ସେମାନେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ବୋଲି ମୋଦି କହିଛନ୍ତି ।

Advertisment

ସେହିଭଳି ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ବିରୋଧୀ ନିଜ ସ୍ୱାର୍ଥ ପାଇଁ ଏହାକୁ ବିରୋଧ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ୟୁନିଫର୍ମ ସିଭିଲ କୋଡ ଅର୍ଥାତ୍ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ନିୟମ ରହିବ । ଧର୍ମ ଆଧାରରେ ଆଇନ ଭିନ୍ନ ଭିନ୍ନ ହୋଇପାରିବ ନାହିଁ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ନିର୍ବାଚନ ପୂର୍ବରୁ ଖୋଲାଖୋଲି ଭାବେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ଏକକ ନାଗରିକ ସଂହିତା ସପକ୍ଷରେ ମତ ରଖିଛନ୍ତି। ସମ୍ବିଧାନରେ ଏହାର ପ୍ରାବଧାନ ରହିଛି ଓ ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି। ୟୁସିସିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଉସକା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ପସମାନ୍ଦା ମୁସିଲମମାନଙ୍କ କଥା କହିଛନ୍ତି। ଏହି ସଂପ୍ରଦାୟର ଲୋକମାନେ ଅନେକ କଷ୍ଟ ସହିଛନ୍ତି ଓ ସଶକ୍ତ ମୁସଲିମମାନେ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରିଛନ୍ତି। କିଛି ରାଜନୈତିକ ଦଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ତୁଷ୍ଟୀକରଣର ରାଜନୀତି କରୁଛନ୍ତି। ଏହା ଦ୍ୱାରା ସାମାଜିକ ଭେଦଭାବ ସୃଷ୍ଟି ହେଉଥିବା ମୋଦି କହିଛନ୍ତି।

ବିରୋଧୀ ଦଳଗୁଡ଼ିକର ଅବସ୍ଥା ୨୦୧୪ ଓ ୨୦୧୯ରେ ଯାହା ଥିଲା, ଏବେ ସେଇଆ ଅଛି। ଯେଉଁମାନେ କଂଗ୍ରେସକୁ ସମର୍ଥନ କରୁଥିଲେ, ସେମାନେ ଏବେ ମନ ବଦାଳଇ ଦେଇଛନ୍ତି। ଏହି ନିରାଶ ଭାବ ଦର୍ଶାଉଛି ଯେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବାକୁ ଯାଉଛି। ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ମୋଦି କହିଛନ୍ତି।

Advertisment

ଗୋଟିଏ ନୂଆ ଶବ୍ଦ ଗ୍ୟାରେଣ୍ଟୀର ଲୋକପ୍ରିୟତା ବଢ଼ିଛି। କିନ୍ତୁ ବିରୋଧୀ ଦଳଗୁଡ଼ିକ ପାଇଁ ଗ୍ୟାରେଣ୍ଟୀ ଅର୍ଥ ଦୁର୍ନୀତି। ଆପଣ ଯଦି ସବୁ ବିରୋଧୀ ଦଳର ଦୁର୍ନୀତିକୁ ମିଶାଇବେ, ତା’ହେଲେ ଏହା ୨୦ ଲକ୍ଷ କୋଟିରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି। ବାହାଘର, ପୋଷ୍ୟଗ୍ରହଣ, ବିବାହ ବିଚ୍ଛେଦ ଓ ପରମ୍ପରା ଆଦି ନିୟମ ସମସ୍ତଙ୍କ ପାଇଁ ସମାନ ରଖିବାକୁ ୟୁସିସିରେ ବ୍ୟବସ୍ଥା କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ