Advertisment

ଲୋକଙ୍କୁ ପାଣି ମିଳୁନି, ହେଲେ ପଞ୍ଚାୟତରେ ଲାଗିଛି ମାଳ ମାଳ ହୋର୍ଡିଂ

୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ।

ଅଦ୍ୟତନ ହୋଇଛି
Jojanara Na Hariloot

jojana Ra Na Hariloot

Advertisment

ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ବସୁଧା ଯୋଜନା। ଏଥିପାଇଁ ପ୍ରତି ବ୍ଲକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନି, କିନ୍ତୁ ଲୋକେ ପାଣି ପାଉଥିବା ହୋର୍ଡିଂରେ ଲେଖାଯାଇ ବିଜ୍ଞାପନ କରାଯାଉଛି । ଜଗତସିଂହପୁର ଜିଲ୍ଲାର ସବୁ ବ୍ଲକର ସବୁ ପଞ୍ଚାୟତରେ ମାଳ ମାଳ ହୋର୍ଡିଂ। ପ୍ରତାପ ଚନ୍ଦ୍ର ମହାନ୍ତି ନାମକ ଜଣେ ସୂଚନା ଅଧିକାର କର୍ମୀ ଏନେଇ ଜଗତସିଂହପୁର RWSS ଅଫିସରୁ ତଥ୍ୟ ମାଗିଥିଲେ।

Advertisment

ଦେଖନ୍ତୁ ଭିଡିଓ | ଏ ପାଣିରେ କିଏ ପାଦ ଧୋଇବନି.. ହେଲେ ଆମେ ପିଉଛୁ..

ଆରଟିଆଇ ତଥ୍ୟ ଅନୁସାରେ, ୨୦୨୧-୨୨ରେ ଜଗତସିଂହପୁର ଜିଲ୍ଲାରେ ବିଜ୍ଞାପନ ବାବଦକୁ ୩୧ ଲକ୍ଷ ୨୮ ହଜାର ଟଙ୍କା ଏବଂ ୨୦୨୨-୨୩ରେ ୭୦ ଲକ୍ଷ ୯୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ବସୁଧା ଯୋଜନାର ହୋଡିଂ ଲଗାଯାଇ ଗତ ୨ ବର୍ଷରେ ୧ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ବିଜ୍ଞାପନରେ ସୀମିତ କି ବସୁଧା ଯୋଜନା ? ନା ଲୋକେ ପ୍ରକୃତରେ ପାଣି ପାଉଛନ୍ତି ? ତିର୍ତ୍ତୋଲ ବ୍ଲକ ପଟିଲୋ ପଞ୍ଚାୟତର ବାରଙ୍ଗଠାରେ

୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ। ସେହିପରି ବସୁଧା ଯୋଜନାରେ ୫ ବର୍ଷ ତଳେ ପଟିଲୋ ପଞ୍ଚାୟତର ନନ୍ଦନଠାରେ ଆଉ ଏକ ପାନୀୟ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଓଭରହେଡ୍ ପାଣିଟାଙ୍କି ନିର୍ମାଣ ହେଲା ସତ କିନ୍ତୁ ଲୋକେ ନିୟମିତ ପିଇବା ପାଣି ପାଇପାରିଲେ ନାହିଁ। ଷ୍ଟାଣ୍ଡପୋଷ୍ଟ ବସୁଛି, କିଛି ମାସ ଚାଲିବା ପରେ ଏହାର ରକ୍ଷଣାବେକ୍ଷଣ ହେଉନଥିବାରୁ ଲୋକେ ବିଶୁଦ୍ଧ ପାଣି ମୁନ୍ଦେ ପାଇପାରୁନାହାନ୍ତି।

Advertisment

ଲୋକେ ପାଣି ପାଉନାହାନ୍ତି, କିନ୍ତୁ ସବୁ ଲୋକ ପାଣି ପାଉଥିବା ହୋର୍ଡିଂରେ ଲେଖାଯାଉଛି। ପ୍ରଚାର ପ୍ରସାର ଆଳରେ ସରକାରୀ ରାଜସ୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏ ସମ୍ପର୍କରେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି।

ଜଗତସିଂହପୁର RWSS ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରଟିଆଇ ତଥ୍ୟ ମିଳିବା ପରେ ଆମେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲୁ। ସେ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

Advertisment
Jojana Ra Na Hariloot Yojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ