ଥରେ ମନେପକାଇଲେ, ୨୦୦୦ ବର୍ଷ ବେଳକୁ ଅମ ଭୁବନେଶ୍ୱର ଆଉ କଟକରେ କେତୋଟି IVF ବା Infertility treatment Center ବା ବନ୍ଧ୍ୟାତ୍ୱ ଚିକିତ୍ସା କେନ୍ଦ୍ର ଥିଲା, ଆଉ ଏବେ ସେଗୁଡିକ ସ°ଖ୍ୟା କେତେ (ଥରେ Google Map ରେ "IVF centers around me" search କରି ଦେଖନ୍ତୁ, ଜାଣିପାରିବେ ସେସବୁ ସ°ଖ୍ୟା ଏବେ କେତେ ବେଶୀ)? United Nationsର "Fertility Rate 2022 Data" ଅନୁସାରେ ଭାରତୀୟ ମହିଳାଙ୍କ ୨୦୨୨ର Fertility Rate ବା ପ୍ରଜନନ କ୍ଷମତା ହେଉଛି ୨.୧୫୯, ଯାହାକି ୨୦୨୧ ତୁଳନାରେ ୦.୯୨% କମ୍। ଏବଂ ୨୦୨୧ର ପ୍ରଜନନ କ୍ଷମତା ହେଉଛି ୨.୧୭୯, ଯାହାକି ୨୦୨୦ ତୁଳନାରେ ୦.୯୫% କମ୍।
ସେହି ତାଲିକାରେ ଯଦି ଆମେ ପଛକୁ ପଛକୁ ଯିବା, ତାହେଲେ ଦେଖିବା ୧୯୫୦ ବେଳକୁ ଏହା ୫.୯୦୭ ଥିଲା। ଉପୋରକ୍ତ dataକୁ ଅନୁଧ୍ୟାନ କଲେ ଠିକ ଜଣାପଡୁଛି ଯେ ଭାରତୀୟମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି। କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି।
United Nation ଅନୁସାରେ developing country ବା ପ୍ରଗତିଶୀଳ ରାଷ୍ଟ୍ରଗୁଡିକରେ ପ୍ରତି ୪ ଜଣରେ ଜଣେ ଦମ୍ପତି ଏହି infertility ବା ବନ୍ଧ୍ୟାତ୍ୱ ସମସ୍ୟା ଭୋଗିଥାନ୍ତି, ସେମିତି ବିଶ୍ୱର ପ୍ରାୟ ୪୮.୫ ମିଲିୟନ ଦମ୍ପତି ଏବେ ଏହି infertilityର ଶିକାର। କିଛି ବିଶେଷଜ୍ଞଙ୍କ ଓ ଗବେଷକଙ୍କ ମତରେ ଆଉ କିଛି ବର୍ଷ ମଧ୍ୟରେ ଏହି ବନ୍ଧ୍ୟାତ୍ୱ epidemicର ରୂପ ନେଇପାରେ।
Also Read
କ୍ଲିନାକାଲ୍ ବା ବୈଜ୍ଞାନିକ ଭାବେ ବ୍ୟାଖ୍ୟା କଲେ, ଯଦି କୌଣସି ଦମ୍ପତି, ଏକ ବର୍ଷ ପର୍ଯ୍ୟନ୍ତ ଜନ୍ମ-ନିୟନ୍ତ୍ରଣର କୌଣସି ଉପାୟ ନ ଆପଣାଇ, ଗର୍ଭ ଧାରଣ କରିବାରେ ଅସଫଳ ହୁଅନ୍ତି ତାହେଲେ ତାକୁ ବନ୍ଧ୍ୟାତ୍ୱ ବା infertility କୁହାଯାଏ। ଏହା ଡିମ୍ବାଣୁ କିମ୍ବା ଶୁକ୍ରାଣୁ ହ୍ରାସ ଠାରୁ ଆରମ୍ଭ କରି ଅନ୍ୟ କୌଣସି ହର୍ମୋନାଲ୍ ଇମ୍ବାଲାନ୍ସ ପାଇଁ ମଧ୍ୟ ହୋଇପାରେ। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ ଆଉ ୩୦% କେବଳ ପୁରୁଷଙ୍କ ପାଇଁ ହୋଇଥାଏ। ସେହିପରି ୩୦% ମାମଲାରେ ଉଭୟ ମହିଳା ଓ ପୁରୁଷ ସମାନ ରୂପେ ଦାୟୀ ହୋଇଥାନ୍ତି ଓ ବାକି ୧୦% ମାମଲାରେ କୌଣସି ସଠିକ୍ କାରଣ ଜଣାପଡେନି।
ଏବେ ବିଶ୍ୱରେ ପାଖାପାଖି ୧୫% ଦମ୍ପତିଙ୍କର ଗର୍ଭଧାରଣର ସମସ୍ୟା ରହିଛି। United Statesରେ ୧୫ରୁ ୪୪ ବର୍ଷ ବୟସ୍କ ୯% ପୁରୁଷ ଓ ୧୦% ମହିଳାଙ୍କ ଠାରେ ବନ୍ଧ୍ୟାତ୍ୱ ସମସ୍ୟା ଦେଖାଦେଉଛି। ପ୍ରାୟ ୨୫% ଦମ୍ପତି ତାଙ୍କର ବନ୍ଧ୍ୟାତ୍ୱର କାରଣ ଜାଣନ୍ତି ନାହିଁ।
ବନ୍ଧ୍ୟାତ୍ୱର କାରଣ:
ମହିଳାମାନଙ୍କ କ୍ଷେତ୍ରରେ ଏହା ଡିମ୍ବାଣୁ ସ°ରକ୍ଷଣ, ତିଆରିରେ ହ୍ରାସ, ଯାହାର କି ଏବେ ମୂଖ୍ୟ କାରଣ PCOS/PCOD। ଏହା ବ୍ୟତୀତ ପ୍ରାଇମେରୀ ଓଭାରିଆନ୍ ଇନ୍ସଫିସିଏନ୍ସି (POI), ହାଇପର୍ପ୍ରୋଲାକ୍ଟେମିଆ ପରି ହର୍ମୋନାଲ୍ କାରଣ, ଗର୍ଭାଶୟର ଅସ୍ୱାଭାବିକ ଗଢଣ, ଗର୍ଭାଶୟ ଫାଇବ୍ରୋଏଡ୍, ଏଣ୍ଡୋମେଟ୍ରିଓସିସ୍, ଫ୍ୟାଲୋପିଆନ୍ ଟ୍ୟୁବ୍ ନଷ୍ଟ, ପ୍ରିମାଚ୍ୟୋର୍ଡ୍ ମେନୋପଜ୍, ପେଲ୍ଭିକ୍ ସ୍କାର୍ ଟିସ୍ୟୁ, କର୍କଟ, ଇନ୍ଫେକ୍ସନ୍ ଏସବୁ ମଧ୍ୟ ମହିଳା ବନ୍ଧ୍ୟାତ୍ୱ ପାଇଁ ଦାୟୀ ହୋଇଥାନ୍ତି। ପାଖାପାଖି ୧୫- ୨୦% ମହିଳାଙ୍କ କ୍ଷେତ୍ରରେ ଏଣ୍ଡୋମେଟ୍ରିଓସିସ୍ ଓ ଅବରୋଧିତ ଫ୍ୟାଲୋପିଆନ୍ ଟ୍ୟୁବ୍ ବନ୍ଧ୍ୟାତ୍ୱର କାରଣ ହୋଇଥାଏ।
ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ଅଣ୍ଡକୋଷ ବା testesର ଠିକ୍ ଭାବେ କାମ ନ କରିବା ଦ୍ୱାରା ଶୁକ୍ରାଣୁର ସ°ଖ୍ୟା ଓ ଗୁଣବତ୍ତା ହ୍ରାସ ବନ୍ଧ୍ୟାତ୍ୱର ମୂଖ୍ୟ କାରଣ ହୋଇଥାଏ। Varicocele ପରି ରୋଗରେ testesର ଧମନୀଗୁଡିକ ଅସ୍ୱାଭାବିକ ଭାବରେ ବଡ ହୋଇଯିବା କାରଣରୁ, testes ଭିତରେ ତାପମାତ୍ରା ବୃଦ୍ଧିପାଏ, ଏହା ଶୁକ୍ରାଣୁର ସ°ଖ୍ୟା କମାଇବା ସହ ଆକାର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
ଏହା ଛଡା ମେଦବହୁଳତା, ମଧୁମେହ, ପ୍ରିମାଚ୍ୟୋର୍ଡ଼୍ ଇଜାକୁଲେସନ୍, ଜେନେଟିକ୍ କାରଣ, ବିଭିନ୍ନ ପ୍ରଦୂଷଣ ଓ ରାସାୟନିକ ସ°ସ୍ପର୍ଶରେ ଆସିବା ମଧ୍ୟ ଶୁକ୍ରାଣୁର ତିଆରି, ପରିପକ୍ୱତା, ସ°ଖ୍ୟା, ଗୁଣବତ୍ତା ଉପରେ କୁପ୍ରଭାବ ପକାଇ ପ୍ରଜନନ କ୍ଷମତା ହ୍ରାସ କରିଥାଏ। ପାଶ୍ଚାତ୍ୟ ଦେଶମାନଙ୍କରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ୧୯୭୩ରୁ ୨୦୧୧ ମଧ୍ୟରେ ପୁରୁଷମାନଙ୍କ sperm count ବା ଶୁକ୍ରାଣୁ ସ°ଖ୍ୟା/ଗଣନା ପାଖାପାଖି ୫୯% ହ୍ରାସ ପାଇଛି।
ଆଜିର ପରିସ୍ଥିତିରେ ଉଭୟ ପୁରୁଷ ଓ ମହିଳା ପାଠପଢି, କ୍ୟାରିୟର ଗଢିବାକୁ ପ୍ରାଥମିକତା ଦେଉଛନ୍ତି ଓ ଡେରିରେ ତଥା ପରିପକ୍ୱ ବୟସରେ ବିବାହ କରି ଗର୍ଭଧାରଣ କରିବାକୁ ପସନ୍ଦ କରୁଛନ୍ତି। ପୂର୍ବରୁ ୨୦-୨୫ବର୍ଷ ମଧ୍ୟରେ ସମସ୍ତେ ବିବାହ କରିବାକୁ ପସନ୍ଦ କରୁଥିବା ବେଳେ ଏବେ ସାଧାରଣତଃ ୩୦ ବର୍ଷ ଓ କିଛିକିଛି ପୁରୁଷ ୪୦ବର୍ଷ ପରେ ବିବାହ କରିବାକୁ ଚିନ୍ତା କରୁଛନ୍ତି।
ଏହି ପରିପକ୍ୱ ବୟସ, ଦୈନନ୍ଦିନ କାମର ଚାପ (stress), ମାନସିକ ଅବସାଦ, ପ୍ରଦୂଷଣ ଓ ରାସାୟନିକ ପଦାର୍ଥ ଉଭୟଙ୍କ କ୍ଷେତ୍ରରେ ହର୍ମୋନାଲ୍ ଇମ୍ବାଲାନ୍ସ, ଡିମ୍ବାଣୁ ଓ ଶୁକ୍ରାଣୁର ଗଠନ, ଆକାର ଓ ଗୁଣବତ୍ତାକୁ ହ୍ରାସକରି ବନ୍ଧ୍ୟାତ୍ୱ ବୃଦ୍ଧି କରୁଛି।
ବନ୍ଧ୍ୟାତ୍ୱର ଅନ୍ୟ କୁପ୍ରଭାବ:
ବନ୍ଧ୍ୟାତ୍ୱ ବା infertility ଯେ ଖାଲି ଗୋଟିଏ ଦମ୍ପତିକୁ ଗୋଟିଏ ସୁସ୍ଥ ପରିବାର ଗଢିବାରୁ ବଞ୍ଚିତ କରେ ତା’ ନୁହେଁ, ଏହାର ଅନ୍ୟ ଅନେକ କୁପ୍ରଭାବ ମଧ୍ୟ ଅଛି। ବିଶ୍ୱ ବ୍ୟାପି ବିବାହ ବିଚ୍ଛେଦ ବା devorceର ଗୋଟିଏ ମୂଖ୍ୟ କାରଣ ହେଉଛି ଏହି ବନ୍ଧ୍ୟାତ୍ୱ (International Journal of Reproductive Biomedicine, 2020)।
ବନ୍ଧ୍ୟାତ୍ୱ ଭୋଗୁଥିବା ପାଖାପାଖି ୬୦% ଲୋକଙ୍କ ମଧ୍ୟରେ ଅତ୍ୟଧିକ ଚାପ/ ଚିନ୍ତା ଓ ଅବସାଦ ପରି ମାନସିକ ରୋଗର ଲକ୍ଷଣ ଦେଖାଯାଏ, ଯାହାପାଇଁ ଚିକିତ୍ସା ସହାୟତା ଲୋଡା ପଡେ (Clinical Therapeutics, 2014)। ପାଖାପାଖି ୪୧% ମହିଳା ମାନସିକ ଅବସାଦ ଭୋଗୁଥିବା ବେଳେ, ୮୭% ଅତ୍ୟଧିକ ଚିନ୍ତା ବା anxietyର ଶିକାର ହୁଅନ୍ତି (BMC Women’s Health, 2004)।
IVF ସହାୟତାରେ ଗର୍ଭଧାରଣ କରୁଥିବା ଅଧିକାଂଶ ମହିଳାଙ୍କ ଠାରେ ସମୟ ପୂର୍ବରୁ ପିଲା ଜନ୍ମ ବା premature deliveryର ଆଶଙ୍କା ଦେଖାଯାଏ (Ultrasound in Obstetrics & Gynecology, 2017)।
ଭାରତରେ ବନ୍ଧ୍ୟାତ୍ୱର ସ୍ଥିତି:
AIIMSରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ ୧୦- ୧୫% ଦମ୍ପତିଙ୍କର ବନ୍ଧ୍ୟାତ୍ୱ ସମସ୍ୟା ରହିଛି। ଦିଲ୍ଲୀସ୍ଥିତ ଏକ fertility center ଅନୁସାରେ ଭାରତରେ ଦୀର୍ଘ ବର୍ଷ ଧରି ପାଖାପାଖି ୧୦% ଦମ୍ପତିଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ଦେଖାଯାଉଥିଲା, ଯାହା ଏବେ ୨୦% କୁ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ ଯୋଡିଛନ୍ତି ଯେ, ପରୀକ୍ଷଣରୁ ଦେଖାଯାଇଛି ଯେ ପୁରୁଷମାନଙ୍କ କ୍ଷେତ୍ରରେ ମେଦବହୁଳତା, ଅଧିକ ସମୟ ଧରି ବସିରହି କାମକରିବା, ଅଧିକ ସମୟ ଛିଡାହୋଇ କାମକରିବା, ମଦ୍ୟପାନ, ଧୂମପାନ ଆଦି ଅଭ୍ୟାସ ଶୁକ୍ରାଣୁ ସ°ଖ୍ୟା କମାଇବା ସହ ପ୍ରଜନନ କ୍ଷମତା ହ୍ରାସ କରିଥାଏ।
ବିଶେଷଜ୍ଞଙ୍କ ମତରେ ଏବେ ଭାରତରେ ମଧ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ପରି PCOS case ବୃଦ୍ଧି ଓ semen ବା ଧାତୁର ଗୁଣମାନ ହ୍ରାସ ପାଇଛି, କିନ୍ତୁ ସଠିକ୍ ବା Good quality data ଅଭାବରୁ ଏହାକୁ ପରିସ°ଖ୍ୟାନ ବା ହିସାବରେ ନିଆଯାଇପାରୁ ନାହିଁ। ବିଶେଷଜ୍ଞଙ୍କ ମତରେ Good quality data ବା ଭଲ ନମୁନା ତଥ୍ୟର ଅର୍ଥ, ବଡ ଆକାରର (large number) ନମୁନା ତଥା ଅନେକ ଗୁଡିଏ ସ°ସ୍ଥାରୁ (multi center) ସ°ଗ୍ରୁହିତ ତଥ୍ୟକୁ ବୁଝାଏ।
ଆହୁରି ମଧ୍ୟ ଗବେଷକଙ୍କ ମତରେ ଏପରି କିଛି ତଥ୍ୟ ଅଛି ଯାହା ପଶୁମାନଙ୍କ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ପାଉଥିବା ପ୍ରଦୂଷଣ କାରଣରୁ ହ୍ରାସ ପାଉଥିବା ପ୍ରଜନନ କ୍ଷମତାକୁ ଦର୍ଶାଇ ଥାଏ। କିନ୍ତୁ ଭାରତୀୟ ମାନବ ଜାତିକୁ ନେଇ ସେମିତି କୌଣସି ସଠିକ ତଥ୍ୟ ନ ଥିବାରୁ ଏହା ସୁନିଶ୍ଚିତ କରିବା କଷ୍ଟକର।
ରିପ୍ରଡକ୍ଟଟିଭ୍ ହେଲ୍ଥ ସ୍କଲାର୍ Shanna H. Swanଙ୍କ ମତରେ ପ୍ଲାଷ୍ଟିକ୍, ସାମ୍ପୁ ଓ କୀଟନାଶକ ଆଦିରେ ଉପଲବ୍ଧ କେତେକ ଏଣ୍ଡୋକ୍ରାଇନ୍ କାର୍ଯ୍ୟ ବ୍ୟାଘାତକାରୀ ରସାୟନିକ ଦ୍ରବ୍ୟ ଉଭୟ ପୁରୁଷ ଓ ମହିଳାମାନଙ୍କ ପ୍ରଜନନ ପ୍ରକ୍ରିୟା (reproductive development)ରେ ବ୍ୟାଘାତ ଓ ଶିଥିଳତା ଆଣୁଛି, ଯାହା ଆଗାମୀ ଦିନରେ ମାନବ ଜାତି ପାଇଁ ବିପଦର କାରଣ ହୋଇପାରେ।